‘କ୍ରିଶ ୪’ରେ ହ୍ରିତିକଙ୍କ ସହିତ ରୋମାନ୍ସ କରିପାରନ୍ତି ଦୀପିକା ?

ପ୍ରଥମ ଥର ପାଇଁ ହ୍ରିତିକ ଏବଂ ଦୀପିକା ଏକାଠି ନଜର ଆସିପାରନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଯାଉଥିବେ। ନିକଟରେ ଖବର ଆସିଥିଲା କି, ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏବେ ହ୍ରିତିକ ଏବଂ ଦୀପିକାଙ୍କ ଯୋଡି ପୁଣିଥରେ ପରଦା ଉପରକୁ ଆସିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। କଥା କ’ଣ କି, ଏକ ପାର୍ଟିରେ ହ୍ରତିକି ରୋଶନ ଏବଂ ଦୀପିକା ପାଦୁକୋନ ପରସ୍ପରକୁ କେକ୍ ଖୁଆଉଥିବାର ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଏନେ ଖୁବ ଚର୍ଚ୍ଚା।
ଖବର ଶୁଣିବାକୁ ମିଳୁଛି ଯେ, ଦୁହିଁଙ୍କୁ ଫିଲ୍ମ ‘କ୍ରିଶ ୪’ରେ ଏକାଠି ନଜର ଆସିବେ। କିନ୍ତୁ ଦୀପିକା ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି। ଦୀପିକା କହିଛନ୍ତି, ମୁଁ ହ୍ରିତିକ ରୋଶନଙ୍କ ସହିତ କାମ କରିବାକୁ ଚାହୁଁଛି। ମୁଁ ତାଙ୍କର ବହୁତ ବଡ ଫ୍ୟାନ। କିନ୍ତୁ କ୍ରିଶ ୪କୁ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଆସିନାହିଁ। ସୂଚନାଯୋଗ୍ୟ, ଦୀପିକା ରଣବୀର ସିଂଙ୍କ ସହିତ ଫିଲ୍ମ ‘୮୩’ରେ ନଜର ଆସିବେ। ତା’ ଛଡା ହ୍ରିତିକଙ୍କ ଫିଲ୍ମ ‘ଓ୍ଵାର’ ନିକଟରେ ରିଲିଜ ହୋଇଥିଲା। ଏବେ ହ୍ରିତିକଙ୍କ କ୍ରିଶ ୪କୁ ନେଇ ଫ୍ୟାନ ଅପେକ୍ଷା କରିଛନ୍ତି।