ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ, ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ୩ଲକ୍ଷ ୫୦ହଜାର ୮୦୦ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୬୨୮ଟି ଜୁନିୟର କଲେଜ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୧୧୪୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

କପି ରୋକିବା ଠାରୁ ଆରମ୍ଭ କରି ଶୃଙ୍ଖଳିତ ଭାବେ ପରୀକ୍ଷା କରାଇବା ପାଇଁ ସିସିଟିଭି ଲଗାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପାଇଁ କେତେକ କଲେଜରେ ହବ କେନ୍ଦ୍ର ଖୋଲାଯାଇଛି। ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ଚାଲିବ। ଆସନ୍ତାକାଲି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ। ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.