ଯଦି ଆପଣ କିଛି ଖାସ ଲୋକଙ୍କ ଖାସ ମେସେଜକୁ ଅଲଗା ରଖିବାକୁ ଚାହୁଁଛନ୍ତି । ତେବେ ହ୍ଵାଟ୍ସଆପ୍ ଆପଣଙ୍କୁ ଏହି ସୁବିଧା ମଧ୍ୟ ଦେଉଛି । ଇଷ୍ଟାଣ୍ଟ ମେସେଜ ଆପ୍ରେ ହ୍ଵାଟ୍ସଆପ ଏମିତି କିଛି ଫିଚର୍ସ ଦେଉଛି । ତେବେ ଆମର ନଜର ଏଥିରେ ପଡ଼ୁନଥିବାରୁ ଆମେ ଏହା ସମ୍ପର୍କରେ ଜାଣି ପାରୁନାହାଁନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ଷ୍ଟାର ମେସେଜ ଫିଚର ।
ଏହା ବହୁତ ଖାସ ଓ ଦରକାରୀ ଫିଚର । ଏହା ସହାୟତାରେ ଆପଣ କିଛି ବି ଚାଟରେ କିଛି ଖାସ୍ ମେସେଜକୁ ଷ୍ଟାର ମାର୍କ କରିପାରିବେ । ଫଳରେ ଏହି ମେସେଜକୁ ଆପଣଙ୍କୁ ଚାଟରେ ଆଉ ଖୋଜିବାକୁ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କିଛି ମେସେଜକୁ କିପରି ଷ୍ଟାର ମାର୍କ କରିହେବ ଓ ଏହାକୁ ୟୁଜର୍ସ କେଉଁଠି ଦେଖିପାରିବେ ।
. ପ୍ରଥମେ ହ୍ଵାଟ୍ସଆପ୍ ଖୋଲନ୍ତୁ । ଏବେ ଯେଉଁ କଣ୍ଟାକ୍ଟସର ମେସେଜକୁ ଆପଣ ବୁକ୍ ମାର୍କ କରିବେ ତାଙ୍କର ଚାଟ୍ ଖୋଲନ୍ତୁ ।
. ଏବେ ଚାଟ୍ରେ ଯେଉଁ ମେସେଜକୁ ଷ୍ଟାର ମାର୍କ କରିବାକୁ ଚାହୁଁଛନ୍ତି ତାହାକୁ ଲଙ୍ଗ୍ ପ୍ରେସ୍ ବା କିଛି ସମୟ ପାଇଁ ଦବାଇ ରଖନ୍ତୁ ।
. ଏବେ ଆପଣଙ୍କ ସାମ୍ନାରେ କେତେଗୁଡ଼ିଏ ଅପସନ୍ ଆସିବ । ଏଥିରୁ ଆପଣଙ୍କୁ ‘ଷ୍ଟାର’ ଅପସନ୍କୁ ସିଲେକ୍ଟ କରିବାକୁ ପଡ଼ିବ ।
. ଯେତେବେଳେ ଆପଣ ହ୍ଵାଟ୍ସଆପରେ କିଛି ସ୍ପେଶାଲ ମେସେଜକୁ ଷ୍ଟାର ମାର୍କ କରିବେ ତାହା ଅଲଗା ଭାବେ ସେଭ ହୋଇଯିବ ।
. ସେଠାରେ ଯଦି ଆପଣ ମେସେଜକୁ ପୁଣିଥରେ ‘ଅନ୍ଷ୍ଟାର’ କରିବାକୁ ଚାହୁଁଛନ୍ତି ତେବେ ସେଠାରେ ଉକ୍ତ ମେସେଜକୁ ପ୍ରେସ କରି ରଖନ୍ତୁ ।
. ଏମିତି କରିବା ଦ୍ୱାରା ଆପଣଙ୍କ ଆଗରେ ସମାନ ଅପସନ୍ ଆସିବ । କେବଳ ଷ୍ଟାର ଯାଗାରେ ଅନ୍ଷ୍ଟାର ଦେଖାଯିବ, ଏହା ସିଲେକ୍ଟ କରନ୍ତୁ ।
. ମେସେଜକୁ ଷ୍ଟାର ମାର୍କ କରିବା ପରେ ଏବେ ପ୍ରଶ୍ନ ଉଠେ ଯେ ଏହାକୁ ଆମେ ଦେଖିବା କେଉଁଠି । ଆସନ୍ତୁ ଜାଣିବା ।
. ଷ୍ଟାର ମାର୍କ କରାଯାଇଥିବା ମେସେଜକୁ ଦେଖିବା ପାଇଁ ହ୍ଵାଟ୍ସଆପ୍ ରେ ସେହି ଚାଟ୍କୁ ଖୋଲନ୍ତୁ ଯାହାର ମେସେଜ ଆପଣ ମାର୍କ କରିଥିଲେ ।
. ଏବେ ତାଙ୍କର ପ୍ରୋଫାଇଲକୁ ଯାଆନ୍ତୁ, ଯେଉଁଠି ଆପଣଙ୍କୁ କିଛି ଅପସନ୍ ଦେଖାଯିବ ।
. ଏହି ଅପସନରୁ ଆପଣଙ୍କୁ ‘ଷ୍ଟାର’ ମେସେଜକୁ ସିଲେକ୍ଟ କରିବାକୁ ହେବ ।
. ଏହା କରିବା ପରେ ଆପଣଙ୍କ ଆଗରେ ଷ୍ଟାର ମାର୍କ କରାଯାଇଥିବା ସବୁ ମେସେଜ ଆସିଯିବ ।
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…
ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…