ହ୍ଵାଟ୍ସଆପ୍‌ ଟିପ୍ସ : କିଛି ଖାସ ମେସେଜକୁ ଅଲଗା ସେଭ କରିବାକୁ ଚାହୁଁଥିଲେ, ଜାଣନ୍ତୁ ଏହାର ସହଜ ତରିକା

ଯଦି ଆପଣ କିଛି ଖାସ ଲୋକଙ୍କ ଖାସ ମେସେଜକୁ ଅଲଗା ରଖିବାକୁ ଚାହୁଁଛନ୍ତି । ତେବେ ହ୍ଵାଟ୍ସଆପ୍‌ ଆପଣଙ୍କୁ ଏହି ସୁବିଧା ମଧ୍ୟ ଦେଉଛି । ଇଷ୍ଟାଣ୍ଟ ମେସେଜ ଆପ୍‌ରେ ହ୍ଵାଟ୍ସଆପ ଏମିତି କିଛି ଫିଚର୍ସ ଦେଉଛି । ତେବେ ଆମର ନଜର ଏଥିରେ ପଡ଼ୁନଥିବାରୁ ଆମେ ଏହା ସମ୍ପର୍କରେ ଜାଣି ପାରୁନାହାଁନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ଷ୍ଟାର ମେସେଜ ଫିଚର ।

ଏହା ବହୁତ ଖାସ ଓ ଦରକାରୀ ଫିଚର । ଏହା ସହାୟତାରେ ଆପଣ କିଛି ବି ଚାଟରେ କିଛି ଖାସ୍‌ ମେସେଜକୁ ଷ୍ଟାର ମାର୍କ କରିପାରିବେ । ଫଳରେ ଏହି ମେସେଜକୁ ଆପଣଙ୍କୁ ଚାଟରେ ଆଉ ଖୋଜିବାକୁ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କିଛି ମେସେଜକୁ କିପରି ଷ୍ଟାର ମାର୍କ କରିହେବ ଓ ଏହାକୁ ୟୁଜର୍ସ କେଉଁଠି ଦେଖିପାରିବେ ।

ହ୍ଵାଟ୍ସଆପରେ ଏପରି କରନ୍ତୁ ଷ୍ଟାର ମେସେଜ ଫିଚରର ବ୍ୟବହାର :

. ପ୍ରଥମେ ହ୍ଵାଟ୍ସଆପ୍‌ ଖୋଲନ୍ତୁ । ଏବେ ଯେଉଁ କଣ୍ଟାକ୍ଟସର ମେସେଜକୁ ଆପଣ ବୁକ୍‌ ମାର୍କ କରିବେ ତାଙ୍କର ଚାଟ୍‌ ଖୋଲନ୍ତୁ ।

. ଏବେ ଚାଟ୍‌ରେ ଯେଉଁ ମେସେଜକୁ ଷ୍ଟାର ମାର୍କ କରିବାକୁ ଚାହୁଁଛନ୍ତି ତାହାକୁ ଲଙ୍ଗ୍‌ ପ୍ରେସ୍‌ ବା କିଛି ସମୟ ପାଇଁ ଦବାଇ ରଖନ୍ତୁ ।

. ଏବେ ଆପଣଙ୍କ ସାମ୍ନାରେ କେତେଗୁଡ଼ିଏ ଅପସନ୍‌ ଆସିବ । ଏଥିରୁ ଆପଣଙ୍କୁ ‘ଷ୍ଟାର’ ଅପସନ୍‌କୁ ସିଲେକ୍ଟ କରିବାକୁ ପଡ଼ିବ ।

. ଯେତେବେଳେ ଆପଣ ହ୍ଵାଟ୍ସଆପରେ କିଛି ସ୍ପେଶାଲ ମେସେଜକୁ ଷ୍ଟାର ମାର୍କ କରିବେ ତାହା ଅଲଗା ଭାବେ ସେଭ ହୋଇଯିବ ।

. ସେଠାରେ ଯଦି ଆପଣ ମେସେଜକୁ ପୁଣିଥରେ ‘ଅନ୍‌ଷ୍ଟାର’ କରିବାକୁ ଚାହୁଁଛନ୍ତି ତେବେ ସେଠାରେ ଉକ୍ତ ମେସେଜକୁ ପ୍ରେସ କରି ରଖନ୍ତୁ ।

. ଏମିତି କରିବା ଦ୍ୱାରା ଆପଣଙ୍କ ଆଗରେ ସମାନ ଅପସନ୍‌ ଆସିବ । କେବଳ ଷ୍ଟାର ଯାଗାରେ ଅନ୍‌ଷ୍ଟାର ଦେଖାଯିବ, ଏହା ସିଲେକ୍ଟ କରନ୍ତୁ ।

ଏଠାରେ ଦେଖନ୍ତୁ ଷ୍ଟାର ମେସେଜ :

. ମେସେଜକୁ ଷ୍ଟାର ମାର୍କ କରିବା ପରେ ଏବେ ପ୍ରଶ୍ନ ଉଠେ ଯେ ଏହାକୁ ଆମେ ଦେଖିବା କେଉଁଠି । ଆସନ୍ତୁ ଜାଣିବା ।

. ଷ୍ଟାର ମାର୍କ କରାଯାଇଥିବା ମେସେଜକୁ ଦେଖିବା ପାଇଁ ହ୍ଵାଟ୍‌ସଆପ୍‌ ରେ ସେହି ଚାଟ୍‌କୁ ଖୋଲନ୍ତୁ ଯାହାର ମେସେଜ ଆପଣ ମାର୍କ କରିଥିଲେ ।
. ଏବେ ତାଙ୍କର ପ୍ରୋଫାଇଲକୁ ଯାଆନ୍ତୁ, ଯେଉଁଠି ଆପଣଙ୍କୁ କିଛି ଅପସନ୍‌ ଦେଖାଯିବ ।

. ଏହି ଅପସନରୁ ଆପଣଙ୍କୁ ‘ଷ୍ଟାର’ ମେସେଜକୁ ସିଲେକ୍ଟ କରିବାକୁ ହେବ ।

. ଏହା କରିବା ପରେ ଆପଣଙ୍କ ଆଗରେ ଷ୍ଟାର ମାର୍କ କରାଯାଇଥିବା ସବୁ ମେସେଜ ଆସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.