ବିଶ୍ବର ସବୁଠାରୁ ବିଷାକ୍ତ ଗାର୍ଡେନ,ଏଠାରେ ଗଛ ଓ ଫୁଲକୁ ଛୁଇଁବା ମାତ୍ରେ ମଣିଷର ହୋଇଥାଏ ମୃତ୍ୟୁ 

ସୁନ୍ଦର ଫୁଲ ବଗିଚା ଭିତରେ କାହାକୁ ବା ବୁଲିବାକୁ ଭଲ ନଲାଗେ । ତେବେ ଏହି ଫୁଲ ବଗିଚା ଭିତରକୁ ଗଲେ ଯଦି ମୃତ୍ୟୁ ହୋଇଯାଏ। ହଁ ଏଭଳି ଏକ ଫୁଲ ବଗିଚା ଇଂଲଣ୍ଡର ନର୍ଥମ୍ବରଲ୍ୟାଣ୍ଡରରେ ରହିଛି। ଏହାକୁ ବିଶ୍ବର ସବୁଠାରୁ ଘାତକ ବୋଲି ଘୋଷଣା କରାଯାଇଛି। କାରଣ ସେଠାରେ ବିଷାକ୍ତ ଗଛ ଭରି ରହିଛି,ଯାହାକି ମଣିଷର ଜୀବନ ନେଇପାରେ। ସେଠାରେ ବୁଲୁଥିବା ମଣିଷ ଓ ପୋଷା ପଶୁଙ୍କ ସହିତ ହେବାକୁ ଥିବା ଦୁର୍ଭାଗ୍ୟଜନକ ଘଟଣାକୁ ରୋକିବା ପାଇ ବଗିଚାକୁ ଲୁହାର ବିଶାଳକାଳୟ ଗେଟ୍ ଲଗାଇ ଘେରାଉ କରାଯାଇଛି। କେବଳ ସେତିକି ନୁହେଁ ବିପଦ ଥିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି।

poison

ବଗିଚାକୁ ଆସୁଥିବା ଭିଜିଟର୍ସଙ୍କୁ କେବଳ ଗାଇଡଙ୍କ ସହିତ ଯିବାକୁ ପଡିବ ଓ ଗାର୍ଡେନର କୌଣସି ଗଛକୁ ଛୁଇଁବା କିମ୍ବା ଶୁଙ୍ଘିବାକୁ ମନା କରାଯାଏ। ଏହି ଗାର୍ଡେନ ଭିତରେ ବହୁବାର ବିପନଜନକ ଘଟଣା ଘଟିସାରିଛି। କଛି ଟୁରିଷ୍ଟ ଏହା ଭିତରେ ବୁଲିବା ବେଳେ ଧୂଆଁ କାରଣରୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରି ବେହୋସ ହୋଇଯାଇଥିଲେ। ଗାର୍ଡେନରେ ପ୍ରାୟ ୧୦୦ ଟି ବିଷାକ୍ତ, ନିଶାଗ୍ରସ୍ତ ଓ ମାଦକ ଗଛ ରହିଛି। ଏଥିରେ ସୁନ୍ଦର ନୀଳ ରଙ୍ଗର ଫୁଲ ଗଛ ରହିଛି, ଯାହାକି ସବୁଠାରୁ ମାରାତ୍ମକ। ଏହି ଗଛର ପତ୍ର କ୍ଷଣକରେ ଜୀବନ ନେଇପାରେ। ବହୁ ଗଛ ଯେଉଁଥିରୁ ଲାରେଲ୍ ଓ ସାଇନାଇଡରକୁ ମଧ୍ୟ ଉତ୍ପାଦନ କରାଯାଇଥାଏ।

employees-handle-the-garden

ସେଭଳି ବିଶାଳ ହଗଓ୍ବିଡ୍ ଫୋଟୋଟକ୍ସିକ୍ ରହିଛି, ଯାହା ମଣିଷ ତ୍ବଚାକୁ ଜଳାଇଦେବା କିମ୍ବା ଫୁଲାଇ ଦେଇଥାଏ। ଅନ୍ୟ ସମସ୍ତ ଗାର୍ଡେନ ତୁଳନାରେ ‘ଦ ପଏଜନ୍ ଗାର୍ଡେନ’କୁ ସ୍ବତନ୍ତ୍ର ଭାବରେ ଦେଖାଶୁଣା କରାଯାଏ। କର୍ମଚାରୀଙ୍କୁ କାମ କରିବା ବେଳେ ସୁରକ୍ଷିତ ରଖିପାରୁଥିବା ଭଳି ଏକ ସୁଟ୍ ଦିଆଯାଇଥାଏ। ସେମାନେ ଏହାକୁ ପିନ୍ଧି ଗଛର ଦେଖାଶୁଣା କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.