କେନ୍ଦୁଝର ରାଜବାଟି ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ  ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ତେବେ କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ ହଠାତ ଏକ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ ।

ନିଆଁ ଲାଗିବା ଘଟଣା ସମଗ୍ର ଅଂଚଳକୁ ସ୍ତବ୍ଧ କରି ପକାଇଛି । ଅନେକ ସମୟରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଟ୍ରକ୍ ଗୁଡିକରେ ଅଗ୍ନିକାଣ୍ଡ ଘଟୁଥିବାବେଳେ କେଉଁ କାରଣରୁ ଟ୍ରକ୍ ଗୁଡିକରେ ନିଆଁ ଲାଗୁଛି ତାହା ଜଣା ପଡି ନଥିବା ବେଳେ, ଟାଉନ ଥାନା ପୋଲିସ ଏହାକୁ ନେଇ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.