ଟେକ୍

ଲକ୍‌ ହୋଇଯାଇଥିବା Gmail ଆକାଉଣ୍ଟକୁ ଏପରି ଉପାୟରେ କରନ୍ତୁ ଅନଲକ୍‌, ଜାଣନ୍ତୁ ପ୍ରୋସେସ୍‌

Gmail ହେଉଛି ବିଶ୍ୱ ସ୍ତରରେ ସବୁଠାରୁ ଲୋକପ୍ରିୟ ସେବା। ବିଶ୍ୱ ସ୍ତରରେ ପ୍ରାୟ ୨ ବିଲିୟନ୍‌ ଜିମେଲ୍‌ ୟୁଜର୍ସ ରହିଛନ୍ତି। ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ହେଲେ ଆପଣଙ୍କ ପାଖରେ ଏକ ଜିମେଲ ଆକାଉଣ୍ଟ ରହିବା ଜରୁରୀ। ଏହା ଡିଜିଟାଲ ଜମାନାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଜିମେଲ ଆକାଉଣ୍ଟର ପାସଓ୍ଵାର୍ଡ ଭୁଲିଯିବା କିମ୍ବା ଲକ୍‌ ହୋଇଯିବା ଦ୍ୱାରା ଏହା ବହୁତ ବଡ ସମସ୍ୟା ହୋଇପାରେ। ଏପରି ହେବା ଦ୍ୱାରା ନା କେବଳ ଇମେଲ ବରଂ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଡାଟା ମଧ୍ୟ ଆପଣ ହରାଇଥାନ୍ତି। କାହିଁକିନା ଜିମେଲ ଆକାଉଣ୍ଟ ଆମର ସମସ୍ତ ଗୁଗଲ ସେବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେମିତିକି ଗୁଗଲ ଫଟୋ, ଗୁଗଲ ଡକ୍ସ, ଗୁଗଲ ମିଟ ଏବଂ ଆହୁରି ବହୁତ କିଛି ସାମିଲ ରହିଛି। ଏଭଳି ପରିସ୍ଥିତିରେ ଆପଣ ଜିମେଲ ଆକାଉଣ୍ଟ ଫେରିପାଇବା ବହୁତ ଜରୁରୀ ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କୁ କିଛି ତରିକା ଜଣାଇବୁ ଯାହା ସାହାଯ୍ୟରେ ଲକ୍‌ ହୋଇଯାଇଥିବା ଜିମେଲ ଆକାଉଣ୍ଟକୁ ଆପଣ ପୁର୍ନବାର ଫେରିପାଇବେ। ଆସନ୍ତୁ ଜାଣିବର କଣ ସେହି ଟିପ୍ସ।

ପାସଓ୍ଵାର୍ଡ ବଦଳରେ ନିଜ ଫୋନ ନମ୍ବର ଦ୍ୱାରା ସାଇନ ଇନ୍‌ କରନ୍ତୁ

ଜିମେଲ ଆକାଉଣ୍ଟକୁ ସାଇନ୍‌ ଇନ କରିବା ପାଇଁ ଆପଣ ପାସଓ୍ଵାର୍ଡ ବଦଳରେ ନିଜ ମୋବାଇଲ୍‌ ନମ୍ବର ଦିଅନ୍ତୁ। ମୋବାଇଲ ନମ୍ବର ଦେଲେ ଆପଣ ଏହାକୁ ସହଜରେ ମନେ ରଖିପାରିବେ। ଯାହାଦ୍ୱାରା ଯଦି ଆପଣଙ୍କର ପାସଓ୍ଵାର୍ଡ ମନେ ନ ରହୁଛି ଆପଣ ନିଜ ଫୋନ ନମ୍ବରକୁ ବ୍ୟବହାର କରିପାରିବେ।

ରିକଭରୀ ଇମେଲ ଆଇଡି/ଫୋନ ନମ୍ବରର ଉପଯୋଗ କରନ୍ତୁ

ଗୁଗଲ ସବୁବେଳେ ଆପଣଙ୍କ ଆକାଉଣ୍ଟ ସହ ଜଡିତ ଇମେଲ ଆଇଡି କିମ୍ବା ଫୋନ୍‌ ନମ୍ବରରେ ନିଜର ପାସଓ୍ଵାର୍ଡ/ଓଟିପି ବିବରଣ ପଠାଇବା ବିକଳ୍ପ ଦେଇଥାଏ। ତେଣୁ ଆପଣଙ୍କର ଜିମେଲ ଆକାଉଣ୍ଟ ଯେତେବେଳେ ଲକ୍‌ ହୋଇଯାଉଛି ସେତେବେଳେ ଆପଣ ଏକ ଅପ୍ସନ ରଖିଥାନ୍ତୁ ଯେ ଫୋନ ନମ୍ବର କିମ୍ବା ଇମେଲ ଆଇଡିକୁ ପାର୍ସଓ୍ଵାଡ କିମ୍ବା ଓଟିପି ଡିଟେଲ୍ସ ମିଳିପାରିବ। ଏଥିପାଇଁ ସବୁବେଳେ ନିଶ୍ଚିତ ରଖିଥାନ୍ତୁ ଯେ ଏହି ଦୁଇଟା ଭିତରୁ ଅପଣ ଗୋଟେ ଅପ୍ସନକୁ ଆକ୍ଟିଭ ରଖିଥିବେ।

ଯେଉଁ ସ୍ଥାନରେ ଆପଣ ପ୍ରାୟ ସମୟରେ ସାଇନ ଇନ୍‌ କରନ୍ତି ସେଠାରେ ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରନ୍ତୁ

ଯେଉଁ ସ୍ଥାନରେ ଆପଣ ପ୍ରାୟ ସମୟରେ ସାଇନ ଇନ୍‌ କରନ୍ତି ସେଠାରେ ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରନ୍ତୁ। କାହିଁକିନା ଯଦି ଆପଣ ଏକ ନିର୍ଦ୍ଧିଷ୍ଟ ଡିଭାଇସରୁ ନିଜର ଜିମେଲ ଆକାଉଣ୍ଟକୁ ଖୋଲୁଛନ୍ତି। ତାହେଲେ ସେହି ସ୍ଥାନରେ ଥରେ ଆକାଉଣ୍ଟକୁ ଖୋଲିବାକୁ ଚେଷ୍ଟା କରନ୍ତୁ। ସେହି ସ୍ଥାନ ଆପଣଙ୍କ ଅଫିସ ହେଉ ଥାଉ ନଚେତ୍‌ ଆପଣଙ୍କ ଘର। ସମାନ ବ୍ରାଉଜର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ହୋଇପାରେ ଆପଣଙ୍କ ଜିମେଲ ଆକାଉଣ୍ଟ ଅନଲକ୍‌ ହୋଇଯାଇପାରେ।

ଗୁଗଲର ସିକ୍ୟୁରିଟୀ ପ୍ରଶ୍ନର ଉତ୍ତର ଦିଅନ୍ତୁ

ଯଦି ଆପଣ ବ୍ୟସ୍ତ ନହୋଇ ଟିକିଏ ସମୟ ଅପେକ୍ଷା କରିବେ ତାହେଲେ ଏହି ପଦକ୍ଷେପ ନିଶ୍ଚିତ ଭାବେ କାମ କରିବ। ଆପଣ ସିକ୍ୟୁରିଟୀ ପ୍ରଶ୍ନର ଉତ୍ତର କଣ ଦେଇଥିଲେ ତାକୁ ମନେ ପକାଇବାକୁ ଚେଷ୍ଟା କରନ୍ତୁ।

ନିଜର ଆଇଫୋନ କିମ୍ବା ଆଇପ୍ୟାଡରେ ନିଜର ଗୁଗଲ ଆକାଉଣ୍ଟ ବ୍ୟବହାର କରନ୍ତୁ

ଯଦି ଆପଣ ଜଣେ ଆଇଫୋନ୍‌ କିମ୍ବା ଆଇପ୍ୟାଡ ୟୁଜର୍ସ, ତାହେଲେ ଆପଣଙ୍କ ଡିଭାଇସ ପୂର୍ବରୁ ଲଗ୍‌ ଇନ୍‌ ହୋଇକି ରହିଥିବ। ଏଠାରେ ଆପଣ ଯାଞ୍ଚ କରିପାରିବେ ଯେ ଯେଉଁ ଆକାଉଣ୍ଟ ଖୋଲା ଯାଉଛି ତାହା ଆପଣ ନିଜେ ନାଁ ଆପଣଙ୍କ ଆକାଉଣ୍ଟରେ ଆଉ କିଏ ବ୍ୟବହାର କରୁଛନ୍ତି। ଯଦି ଆପଣଙ୍କୁ କିଛି ଗଡବଡ ଲାଗୁଛି ତାହେଲେ ଆପଣ ନିଜ ଜିମେଲ ଆକାଉଣ୍ଟର ପାସଓ୍ଵାର୍ଡ ବଦଳାଇପାରିବେ।

ନିଜର ପୁରୁଣା ପାସଓ୍ଵାର୍ଡକୁ ଦିଅନ୍ତୁ

ବେଳେବେଳେ ଆପଣଙ୍କ ପୁରୁଣା ପାସଓ୍ଵାର୍ଡ ଆପଣଙ୍କ ସମସ୍ୟା ବେଳେ ବଡ ସାହାଯ୍ୟ କରେ। ନୂଆ ପାସଓ୍ଵାର୍ଡ ଦେବା ପରେ ପୁରୁଣା ପାସଓ୍ଵାର୍ଡକୁ ମନେ ରଖିବା ଏକ ବହୁତ ଭଲ ବିଚାର ଅଟେ। ତେଣୁ ଏହାକୁ ନୋଟ କରି ରଖିଥାନ୍ତୁ।

ମନେ ପକାନ୍ତୁ ଆପଣ କେବେ ଆକାଉଣ୍ଟ ଖୋଲିଥିଲେ

ଯଦି ସବୁକିଛି କରିବା ପରେ ଗୁଗଲ ଆପଣଙ୍କୁ ପଚାରେ ଆପଣ ନିଜ ଆକାଉଣ୍ଟ କେବେ ଖୋଲିଥିଲେ। ତାହେଲେ କେଉଁ ବର୍ଷ ଏବଂ କେବେ ଆପଣ ଜିମେଲ ଆକାଉଣ୍ଟ ଖୋଲିଥିଲେ ତାହା ମନେ ପକାଇବାକୁ ଚେଷ୍ଟା କରନ୍ତୁ। ହେଇପାରେ ଏହାଦ୍ୱାରା ଆପଣଙ୍କ ଲକ୍‌ ଜିମେଲ ଆକାଉଣ୍ଟ ଖୋଲିଯାଇପାରେ।

ଅନଲକ୍‌ ଆକାଉଣ୍ଟକୁ ଖୋଲିବା ପାଇଁ ନିଜ ଆଣ୍ଡ୍ରଏଡ ଡିଭାଇସର ବ୍ୟବହାର କରନ୍ତୁ

ଆପଣ ଆକାଉଣ୍ଟକୁ ଲଗ ଇନ୍‌ କରିବା ପାଇଁ ଆପଣ ନିଜର ଆଣ୍ଡ୍ରଏଡ୍‌ ଡିଭାଇସକୁ ବ୍ୟବହାର କରନ୍ତୁ। ଏହାଦ୍ୱାରା ମଧ୍ୟ ଆପଣଙ୍କର ଲକ୍‌ ଆକାଉଣ୍ଟ ଅନଲକ୍‌ ହୋଇପାରେ।

Pritiparna

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

7 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

19 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

30 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago