ଟେକ୍

ଏବେ ମାଗଣାରେ ମିଳିବ ମୋବାଇଲ ବ୍ୟାକିଙ୍ଗରେ SMS ସର୍ଭିସ : TRAI

ଦେଶରେ ଡିଜିଟାଲ ବ୍ୟବସ୍ଥାର ଗୁରୁତ୍ୱକୁ ବଢ଼ାଇବା ପାଇଁ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ବା TRAI ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଯେଉଁଥିରେ ମୋବାଇଲ ବ୍ୟାକିଙ୍ଗ ସହ ଜଡ଼ିତ ଥିବା SMS ବେସ୍ଡ USSD ସର୍ଭିସକୁ ମାଗଣା କରିଦିଆଯାଇଛି। ତେବେ USSD ସେସନ ହିସାବକୁ ନେଲେ ୫୦ ଟଙ୍କା ଚାର୍ଜ କରାଯାଉଥିଲା। କିନ୍ତୁ ବର୍ତ୍ତମାନ TRAI ପକ୍ଷରୁ ନିଆଯାଇଛି ନୂଆ ନିଷ୍ପତ୍ତି। ମାନେ ଏବେ USSD ସେସନ୍‌ ପାଇଁ ଜିରୋ ଚାର୍ଜର ପ୍ରସ୍ତାବ ରଖାଯାଇଛି। ମୋବାଇଲରୁ ବ୍ୟାଙ୍କ ବାଲାନ୍ସ ଚେକ କରିବା ପାଇଁ ଦିଆଯାଉଥିବା ସମସ୍ତ ସର୍ଭିସକୁ ମାଗଣା କରିଦିଆଯାଇଛି। ଯାହାଦ୍ୱାରା ଡିଜିଟାଲ ସର୍ଭିସ ସେବାର ଡିମାଣ୍ଡ ବଢ଼ିବ।

ତେବେ USSD ସର୍ଭିସ କ’ଣ?

ଅନଷ୍ଟ୍ରକଚର୍ଡ ସପ୍ଲିମେଣ୍ଟ୍ରୀ ସର୍ଭିସ ଡାଟା ଅର୍ଥାତ USSD ସର୍ଭିସରେ ମୋବାଇଲରୁ ମେସେଜ ଦ୍ୱାରା ବାଲାନ୍ସ ଚେକ୍‌ ଏବଂ ଫଣ୍ଡ ଟ୍ରାନ୍ସଫରର ସୁବିଧା ଉପଲବ୍ଧୀ ହୋଇଥାଏ। ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ସହ ଜଡ଼ିତ ଥାଏ। ଏହାପରେ ୟୁଜର ବିନା ଇଣ୍ଟରନେଟରେ *୯୯୯#ର ବ୍ୟାଙ୍କ ବାଲାନ୍ସ ସମେତ ଅନେକ ବ୍ୟାକିଙ୍ଗ ସର୍ଭିସର ଫାଇଦା ଉଠାଇପାରିବେ। ଏହି ସର୍ଭିସ ବିଶେଷ କରି ଗ୍ରାମୀଣ ଇଲାକାରେ ମିଳିଥାଏ। କିନ୍ତୁ ଏହି SMS ଫୋନରେ ଷ୍ଟୋର ହୋଇନଥାଏ।

ଡିଜିଟାଲ ସର୍ଭିସକୁ ବୃଦ୍ଧି କରିବା ପାଇଁ TRAI ପକ୍ଷରୁ ଏହି ପ୍ଲାନ ବାହାର କରାଯାଇଛି। ଏହି ପ୍ରସ୍ତାବରେ ମତ ରଖିବା ପାଇଁ ୮ ଡିସେମ୍ବରକୁ ଧାର୍ଯ୍ୟ କରାଯାଇଛି। ଏହାସହ ଜାଣି ରଖନ୍ତୁ ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲଗାତାର ଭାବେ ଡିଜିଟାଲ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଯେଉଁମାନେ ଏହି ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବେ। ତେଣୁ ଏବେ ଡିଜିଟାଲ ପେମେଣ୍ଟରେ USSD ସର୍ଭିସ ପାଇଁ ଚାର୍ଜ ସିଟକୁ ହଟାଇଦିିଆଯାଇଛି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago