ଟେକ୍

ଟିଭିଏସ୍ ଜୁପିଟର ଠାରୁ ହିରୋ ପ୍ଲେଜର ପ୍ଲସ ପର୍ଯ୍ୟନ୍ତ ଭାରତରେ ଉପଲବ୍ଧ ୭୦,୦୦୦ ଟଙ୍କା ଭିତରେ ଏହି ଟପ୍ ସ୍କୁଟର, ଜାଣନ୍ତୁ ଫିଚର

ବର୍ତ୍ତମାନ ଟେକ୍ନୋଲୋଜି ଯେତେ ମାତ୍ରାରେ ଆଗଉଛି , ଅଟୋମୋବାଇଲ୍ସ କମ୍ପାନୀ ଗୁଡିକ ମଧ୍ୟ ନିଜର ନୂଆ ନୂଆ ଗାଡି ଓ ଫୋନ ମାର୍କେଟ କୁ ଆଣଉଛନ୍ତି । ଯାହାର ଫିଚର ମଧ୍ୟ ଖୁବ ଭଲ ରହୁଛି । ସେଥି ପାଇଁ ତ ଅନେକ ଲୋକେ ଏବେ କାର ଠାରୁ ଅଧିକ ବାଇକ ଓ ସ୍କୁଟର କିଣୁଛନ୍ତି । ତେବେ ଆପଣ ଚାହୁଁଥିଲେ ୭୦,୦୦୦ ହଜାର ଟଙ୍କା ଭିତରେ ଭଲ ଫିଚର ଥିବା ସ୍କୁଟର କିଣି ପାରିବେ ।

ବର୍ତ୍ତମାନ ମାର୍କେଟରେ ଉପଲବ୍ଧ ବେଷ୍ଟ ସ୍କୁଟର, ଯାହାକୁ ଆପଣ କିଣିପରିବେ ୭ ହଜାର ଟଙ୍କା ଭିତରେ। ଭଲ ଫିଚର ରହିଛି ଏହି ସବୁ ସ୍କୁଟରଗୁଡିକରେ । ଦୁଇ ଚକିଆ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ରହିଛି ଏକ ଖୁସି ଖବର । ଆପଣମାନେ ଜାଣିଥିବେ ବର୍ତ୍ତମାନ ମୋଟର ବାଇକ୍ ର ଚାହିଦା ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି ଏମିତିକି କାର ଠାରୁ ଲୋକମାନେ ଅଧିକ ବାଇକ୍ ଓ ସ୍କୁଟର ଚଳାଇବା ପାଇଁ ପସନ୍ଦ କରୁଛନ୍ତି । ତେଣୁ ଏବେ ଆପଣ ୭୦,୦୦୦ ଭିତରେ ପାଇପାରିବେ ଭଲ ସ୍କୁଟର। ଯାହାର ଫିଚର ରହିଛି ଆକର୍ଷଣୀୟ । କାହିଁକିନା ଭାରତରେ ସ୍କୁଟର ର ଚାହିଦା ଅଧିକ ରହିଛି ।

ତେବେ ଆସନ୍ତୁ ଜାଣିବା ଏହି ବେଷ୍ଟ ସ୍କୁଟର ବିଷୟରେ :

Picture Credit – Zig Wheels

 

ଟିଭିଏସ୍ ଜୁପିଟର :

ଏହି ଗାଡି ଆପଣ କିଣି ପାରିବେ ୭୦,୦୦୦ ମଧ୍ୟରେ । କାରଣ ଟିଭିଏସ ଜୁପିଟର ଲାଇନ ଅପରେ ସବୁଠାରୁ ଲୋକପ୍ରିୟ । ଟିଭିଏସ୍ ଜୁପିଟର ର ଆରମ୍ଭ ହେଉଛି ୬୮,୪୦୧ ରୁ । ଏହା ଭାରତ ମାର୍କେଟ ରେ ୫ଟି ଭାରିଏଣ୍ଟ ୧୩ ଟି କଲର ରେ ଉପଲବ୍ଧ । ଏହା ଛଡା ଟିଭିଏସ ଜୁପିଟର ର ହାଇ ପାୱାର ଗାଡି ୭୮,୫୯୫ ରେ ମିଳୁଛି । ଯାହାକି ୭.୩୭ bhp ପାୱାର୍ବ ଦ୍ୱାରା ଡେଭଲପ୍ଡ ହୋଇଛି ।

ହୋଣ୍ଡା ଡିଓ:

ଏହାର ୩ ଟି ଭାରିଏଣ୍ଟ ମାର୍କେଟ ରେ ଓ ୮ଟି ରଙ୍ଗରେ ମାର୍କେଟରେ ଉପଲବ୍ଧ, ହୋଣ୍ଡା ଡିଓର ମୂଲ୍ୟ ୭୪,୨୧୭ରୁ ଆରମ୍ଭ ହୋଇଛି । ଏହାର ଇଞ୍ଜିନ ୧୦୯.୫୧ cc BS6 ରେ ଡେଭେଲୋପ ହୋଇଛି । ଏହାର ପାୱାର ରହିଛି୭.୬୫ bhp । ହୋଣ୍ଡା ଡିଓର ଟର୍କ ରହିଛି ନାଇନ୍‌ Nm । ହୋଣ୍ଡା ଡିଓ ଉଭୟ ଆଗ ଏବଂ ପଛ ଚକରେ ଡ୍ରମ୍ ବ୍ରେକ୍ ରହିଛି । ଏହାକୁ ଆପଣ ନିଜ ଗାଡି କିଣିବା ଲିଷ୍ଟରେ ସାମିଲ କରିପାରିବେ ।

 

ହିରୋ ମାଏଷ୍ଟ୍ରୋ ଏଜ୍:

 

ହିରୋ ମାଏଷ୍ଟ୍ରୋ ଏଜ୍ ୫ଟି ପ୍ରକାର ରହିଛି ଏବଂ ଏହା ୮ଟି ରଙ୍ଗରେ ବର୍ତ୍ତମାନ ମାର୍କେଟରେ ଉପଲବ୍ଧ । ଏହାର ମୂଲ୍ୟ ରହିଛି ୭୩,୭୩୦ । ଏହାର ଇଂଜିନ ର ପାୱାର ରହିଛି ୧୧୦.୯cc BS6 । ଏହାର ଟର୍କ ୮.୭୫ Nm । ଏହାର ଚକକୁ ଆଧିକ ଷ୍ଟାଇଲିସ କରାଯାଇଛି । ଏହି ଗାଡିର ଫୁଏଲ ଟାଙ୍ରିରେ ପ୍ରାୟ ୫ ଲିଟର ପେଟ୍ରୋଲ ଭର୍ତ୍ତି କରିବା ପାଇଁ ସ୍ପେସ ରହିଛି । ହିରୋ ମାଷ୍ଟ୍ରୋ ଏଜ୍ ସ୍କୁଟରର ଓଜନ ହେଉଛି ୧୧୨ କିଲୋଗ୍ରାମ ।

ହିରୋ ପ୍ଲେଜର ପ୍ଲସ :

ବଜାରରେ ଏହାର ୫ ଟି ପ୍ରକାର ରହିଛି ଏବଂ ୯ଟି ରଙ୍ଗରେ ଏହା ମାର୍କେଟରେ ଉପଲବ୍ଧ । ହିରୋ ପ୍ଲେଜର ପ୍ଲସ ର ଏକ୍ସ ସୋରୁମ ମୂଲ୍ୟ ଆରମ୍ଭ ହେଉଛି ୭୩,୭୭୫ରୁ । ଏହାର ଇଞ୍ଜିନ ପାୱାର ରହିଛି ୧୧୦.୯cc ଓ ଏହାକୁ BS ୬ ଦ୍ୱାରା ଡେଭେଲୋପ କରାଯାଇଛି । ହିରୋ ପ୍ଲେଜର ପ୍ଲସ ର ଟର୍କ ୮.୭ Nm । ଏହାର କମ୍ବାଇନ୍‌ ବ୍ରେକ ସିଷ୍ଟମ ରହିଛି ।
ତେବେ ଆପଣ ଜଦି ଗାଡି କିଣିବାକୁ ଚାହୁଁ ଛନ୍ତି ଏହି ଗାଡିଗୁଡିକୁ କିଣିପାରିବେ । ଏହା ଅନେକ କଲର କମ୍ବିନେସନ ସହିତ ମାର୍କେଟରେ ଉପଲବ୍ଧ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

11 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago