ରାଜ୍ୟ

ବର୍ଷ ଆରମ୍ଭରୁ ସାଇବର ଠକେଇ: ରାଜଧାନୀରେ ରିଚାର୍ଜ ଓ ନୂଆ ବର୍ଷର ଅଫର କହି ଦୁଇ କୋଟିର ଠକିନେଲେ ସାଇବର ଠକ

କେନ୍ୟୁଜ୍(ବ୍ୟୁରୋ): ବର୍ଷ ଆରମ୍ଭରୁ ରାଜଧାନୀରେ ସାଇବର ଠକେଇ। ଅଭିନବ ଉପାୟରେ ରିଚାର୍ଜ ଓ ନୂଆ ବର୍ଷର ଅଫର କହି ଦୁଇ କୋଟିର ଠକେଇ। ଓ ଓ ବାଇସାଇକେଲ ଆପ୍‌ ନାଁରେ ଠକେଇ ଅଭିଯୋଗ। ସେୟାର ଅଂଶର ଲାଭ ଦେବାକୁ କହି ଲୋକଙ୍କୁ ଲୋଭ ଦେଖାଇଲେ। ବିଶ୍ୱାସ ଜନ୍ମାଇବା ପାଇଁ ୫ଶହ ରିଚାର୍ଜ କରିବା ପରେ ହଜାରେ ଟଙ୍କା ମିଳିଥିଲା। ପରେ କିନ୍ତୁ ୩୦ ହଜାର ଟଙ୍କା ରିଚାର୍ଜ ପରେ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ଏଭଳି ଉପାୟରେ ପ୍ରାୟ ୨କୋଟି ଟଙ୍କା ଠକି ନେଇଛି ସାଇବର ଲୁଟେରା।

ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କ ଠାରୁ ଏହି ଟଙ୍କା ଲୁଟିଛି ସାଇବର ଲୁଟେରା। ସେୟାର ବିକ୍ରି ପରେ ଲାଭ ହୋଇଥିବା ଟଙ୍କା ୱାଲେଟକୁ ଯିବ ବୋଲି ସଂପୃକ୍ତ ସଂସ୍ଥା କହୁଥିଲା। ହେଲେ ଗତ ୨୪ ତାରିଖରୁ ରିଚାର୍ଜ କରି ଲାଭ ଟଙ୍କା ପାଇ ନାହାନ୍ତି। ଠକେଇର ଶିକାର ହେବା ଜାଣିବା ପରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ଠକାମୀର ଶିକାର ଲୋକେ। ତେବେ ଲିଙ୍କକୁ ଯାଞ୍ଚ କଲା ପରେ ଏହା ସିଆରପି ଅଞ୍ଚଳର ଏକ ହୋଟେଲର ଠିକଣା ଦେଖାଇଥିଲା।

 

KNews Bureau

Recent Posts

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

8 mins ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

19 mins ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

2 hours ago