ବର୍ଷ ଆରମ୍ଭରୁ ସାଇବର ଠକେଇ: ରାଜଧାନୀରେ ରିଚାର୍ଜ ଓ ନୂଆ ବର୍ଷର ଅଫର କହି ଦୁଇ କୋଟିର ଠକିନେଲେ ସାଇବର ଠକ

କେନ୍ୟୁଜ୍(ବ୍ୟୁରୋ): ବର୍ଷ ଆରମ୍ଭରୁ ରାଜଧାନୀରେ ସାଇବର ଠକେଇ। ଅଭିନବ ଉପାୟରେ ରିଚାର୍ଜ ଓ ନୂଆ ବର୍ଷର ଅଫର କହି ଦୁଇ କୋଟିର ଠକେଇ। ଓ ଓ ବାଇସାଇକେଲ ଆପ୍ ନାଁରେ ଠକେଇ ଅଭିଯୋଗ। ସେୟାର ଅଂଶର ଲାଭ ଦେବାକୁ କହି ଲୋକଙ୍କୁ ଲୋଭ ଦେଖାଇଲେ। ବିଶ୍ୱାସ ଜନ୍ମାଇବା ପାଇଁ ୫ଶହ ରିଚାର୍ଜ କରିବା ପରେ ହଜାରେ ଟଙ୍କା ମିଳିଥିଲା। ପରେ କିନ୍ତୁ ୩୦ ହଜାର ଟଙ୍କା ରିଚାର୍ଜ ପରେ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ଏଭଳି ଉପାୟରେ ପ୍ରାୟ ୨କୋଟି ଟଙ୍କା ଠକି ନେଇଛି ସାଇବର ଲୁଟେରା।
ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କ ଠାରୁ ଏହି ଟଙ୍କା ଲୁଟିଛି ସାଇବର ଲୁଟେରା। ସେୟାର ବିକ୍ରି ପରେ ଲାଭ ହୋଇଥିବା ଟଙ୍କା ୱାଲେଟକୁ ଯିବ ବୋଲି ସଂପୃକ୍ତ ସଂସ୍ଥା କହୁଥିଲା। ହେଲେ ଗତ ୨୪ ତାରିଖରୁ ରିଚାର୍ଜ କରି ଲାଭ ଟଙ୍କା ପାଇ ନାହାନ୍ତି। ଠକେଇର ଶିକାର ହେବା ଜାଣିବା ପରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ଠକାମୀର ଶିକାର ଲୋକେ। ତେବେ ଲିଙ୍କକୁ ଯାଞ୍ଚ କଲା ପରେ ଏହା ସିଆରପି ଅଞ୍ଚଳର ଏକ ହୋଟେଲର ଠିକଣା ଦେଖାଇଥିଲା।