ଟେକ୍

Twitter ବନ୍ଦ କଲା ୧ଲକ୍ଷ ୭୦ ହଜାର ଆକାଉଣ୍ଟ, ଜାଣନ୍ତୁ କ’ଣ ରହିଛି କାରଣ

ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଟ୍ଵିଟର ୧ ଲକ୍ଷ ୭୦ ହଜାର ଆକାଉଣ୍ଟକୁ ବନ୍ଦ କରିଦେଇଛି। ଟ୍ଵିଟର ଜରିଆରେ କରୋନାକୁ ନେଇ ଚୀନର ପ୍ରୋପାଗଣ୍ଡାକୁ ବୃଦ୍ଧି କରିଥିଲା। ଏହିସବୁ ଆକାଉଣ୍ଟରୁ ଚୀନ ସରକାରଙ୍କ ସମର୍ଥନରେ ଏକ ପ୍ରକାର ଅଭିଯାନ ଚଲାଯାଉଥିଲା। ଯେଉଁଥିପାଇଁ ଗୁରୁବାର ଦିନ ଏହିସବୁ ଆକାଉଣ୍ଟକୁ ଟ୍ଵିଟର ବନ୍ଦ କରିଦେଇଛି।

ରିପୋର୍ଟ ମୁତାବକ, ଟ୍ଵିଟର ସହିତ କାମ କରୁଥିବା ଏକ୍ସପର୍ଟଙ୍କ କହିବାନୁଯାୟୀ, ଏହିସବୁ ଆକାଉଣ୍ଟରେ ହଂକଂ ବିରୋଧୀ ପ୍ରଦର୍ଶନ ଏବଂ କୋଭିଡ-୧୯କୁ ନେଇ ଅନେକ ପୋଷ୍ଟ କରାଯାଉଥିଲା। ଏହି ସବୁ ଆକାଉଣ୍ଟରେ ଚୀନର କମ୍ୟୁନିଟ ପାର୍ଟି ସପକ୍ଷରେ ଜିୟୋପଲିଟିକାଲ ନେରୋଟିଭକୁ ବ୍ୟାପିବାର କାମ କରୁଥିଲା। ଯାହା ଟ୍ଵିଟରର ପଲିସୀ ବିରୋଧୀ ଥିଲା। ସେଥିପାଇଁ ଏହି ଆକାଉଣ୍ଟକୁ ବନ୍ଦ କରିଦିଆଇଛି। ଟ୍ଵିଟର ଏହି ଆକାଉଣ୍ଟକୁ ସସପେଣ୍ଡ କରିଦେଇଛି। ଏବେ ଟ୍ଵିଟର ଚୀନରେ ବ୍ୟାନ ରହିଛି କିନ୍ତୁ ସେହି ଟ୍ଵିଟ୍‌ଗୁଡିକ ଚୀନ ଭାଷାରେ ହେଉଥିଲା।

ବିଦେଶରେ ରହୁଥିବା ଚୀନ ନାଗରିକଙ୍କୁ ଟାର୍ଗେଟ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ବୋଲି ଅଷ୍ଟ୍ରଲିଆନ ଷ୍ଟାଟାଜିକ ପଲିସି ଇନଷ୍ଟିଚ୍ୟୁଟ ପକ୍ଷରୁ ଜାଣିବାକୁ ମିଳିଛି। ଟ୍ଵିଟର କହିବା ମୁତାବକ, ଏଥିରେ ହାଇଲି ଏନଗେଜଡ କୋର ନେଟଓ୍ଵାର୍କ ଭାବେ ୨୩,୭୫୦ ଆକାଉଣ୍ଟକୁ ଚିହ୍ନଟ କରିଛି। ଯାହାକୁ ଚୀନର ସମର୍ଥନ କରୁଥିବା କଣ୍ଟେଣ୍ଟକୁ ଟ୍ଵିଟ୍‌ କରିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଆକାଉଣ୍ଟ ଏପରି ଥିଲା, ଯାହା ଏପରି କଣ୍ଟେଣ୍ଟକୁ ପ୍ରମୋଟ କରୁଥିଲା।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago