ଟେକ୍

ଏବେ Uber ଡ୍ରାଇଭର ଆପଣଙ୍କ Cabକୁ ବାରମ୍ବାର କରିପାରିବେନି କ୍ୟାନ୍ସଲ, ଏବେର ନୂଆ ଫିଚର୍ସ ଆପଣଙ୍କୁ କରିଦେବ ଖୁସ୍‌

ଆଜିର ସମୟରେ ସ୍ମାର୍ଟଫୋନରେ ଥିବା ଆପ୍ସ ଆମର ଅନେକ କାମକୁ ସହଜ ବନାଇଦେଇଛି, ଯେଉଁଥିରେ ଗୋଟିଏ ହେଉଛି ସହର ଭିତରେ ଟ୍ରାଭେଲ୍‌ କରିବାର ସୁବିଧା। ଯେତେବେଳେ ଆପଣଙ୍କ ପାଖରେ ନିଜର ଟ୍ରାନ୍ସପୋର୍ଟ ନଥିବ ସେତେବେଳେ ଆପଣଙ୍କ ସାହାଯ୍ୟ ପାଇଁ ଓଲା (Ola) ଏବଂ ଉବର (Uber) ଭଳି ଟ୍ରାନ୍ସପର୍ଟ ଆପଣଙ୍କୁ ସେବା ଯୋଗାଇବାକୁ ହାଜର ହୋଇଯାନ୍ତି। ଆଉ ଏହି ଟ୍ରାନ୍ସପର୍ଟ କେଉଁଠାକୁ ବି ଯିବା ପାଇଁ କ୍ୟାବ୍‌ ଦେଇଥାନ୍ତି। ଯଦି ଆପଣ ମଧ୍ୟ କ୍ୟାବ୍‌ ବୁକ୍‌ କରୁଥାନ୍ତି ତାହେଲେ ଗୋଟେ ସମସ୍ୟାକୁ ଆପଣ ନିଶ୍ଚୟ ସାମ୍ନା କରିଥିବେ। ଆଉ ସେହି ସମସ୍ୟା ହେଉଛି କ୍ୟାବ୍‌ ବାରମ୍ବାର କ୍ୟାନ୍ସଲ ହେବା। ଉବର ଏବଂ ଓଲାର ଡ୍ରାଇଭର୍ସ ଅନେକ ଥର ଆପଣଙ୍କୁ ଅପେକ୍ଷା କରାଇଥାନ୍ତି ଆଉ ତାପରେ ଅଚାନକ ଆପଣଙ୍କ କ୍ୟାବକୁ କ୍ୟନ୍ସଲ କରିଦିଅନ୍ତି। ତେବେ ଏହି ସମସ୍ୟା ପାଇଁ ଆଉ ବ୍ୟସ୍ତ ହେବାକୁ ପଡିବନି ଆପଣଙ୍କୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଉବର ଏକ ନୂଆ ଅପଡେଟ୍‌ ନେଇ ଆସିଛି, ଯାହା ଆପଣଙ୍କର ଏହି ପ୍ରୋବଲେମର ସମାଧାନ୍‌ କରିପାରିବ। ତେବେ ଆଉ ଡେରି କାହିଁକି ଆସନ୍ତୁ ଜାଣିବା ଏହି ଅପଡେଟ କଣ ଏବଂ ଏହା କିପରି ଆପଣଙ୍କୁ ବାରମ୍ବାର କ୍ୟାବ୍‌ କ୍ୟାନ୍ସଲ ହେବା ସମସ୍ୟା ଠାରୁ ଦୂରେଇ ରଖିପାରିବ।

ଯଦି ଆପଣ ଭାବୁଛନ୍ତି ଯେ ଉବର ଏମିତି କେଉଁ ଫିଚର ଆଣିଛି, ଯାହାଦ୍ୱାରା ଆପଣଙ୍କ Cab କ୍ୟାନ୍ସଲ ହେବନାହିଁ ତାହେଲେ ଏହାକୁ ନିଶ୍ଚୟ ପଢ଼ନ୍ତୁ। ଉବର ଏକ ନୂଆ ଅପଡେଟ ଆନାଉନ୍ସ କରିଛି, ଯେଉଁଥିରେ ଉବର ଡ୍ରାଇଭରଙ୍କୁ ପ୍ରଥମରୁ ଦେଖାଯାଇପାରିବ ଯେ, ଯିଏ କ୍ୟାବ୍‌ ବୁକ୍‌ କରିଛନ୍ତି ଏବଂ ସେ କେଉଁଠାକୁ ଯିବାକୁ ଚାହୁଁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପଦକ୍ଷେପ ଉବର ଡ୍ରାଇଭର୍ସଙ୍କ ଫିଡବ୍ୟାକ ପରେ ହିଁ ନିଆଯାଇଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଅପଡେଟ ଆପଣଙ୍କ ଉପରେ କଣ ପ୍ରଭାବ ପକାଇବ ଏବଂ ଏହାଦ୍ୱାରା କ୍ୟାବ୍‌ କ୍ୟାନ୍ସଲ ହେବାର ସମସ୍ୟାକୁ କେମିତି ଦୂର କରାଯାଇପାରିବ। ଏହି ନୂଆ ଅପଡେଟରେ ଯେତେବେଳେ ଡ୍ରାଇଭର୍ସ ପ୍ରଥମରୁ ହିଁ ଦେଖିପାରିବେ ଯାତ୍ରୀଙ୍କୁ କେଉଁଠି ଡ୍ରପ୍‌ କରିବେ। ତାପରେ ଯାଇ ସେ ରାଇଡ ସେତେବେଳେ ଆକସେପ୍ଟ କରିବେ ଯେତେବେଳେ ସେ ସେଠାକୁ ଯିବାକୁ ଚାହିଁବେ। ଆପଣଙ୍କ ରାଇଡ ସେହି ଡ୍ରାଇଭର ଆକସେପ୍ଟ କରିବେ ଯିଏ ଆପଣଙ୍କ ଡେଷ୍ଟିନେସନ ପର୍ଯ୍ୟନ୍ତ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ବା ରାଜି ଅଛନ୍ତି। ଏଭଳି ହେଲେ ଆପଣଙ୍କୁ ଆଉ ରାଇଡ୍‌ କ୍ୟାନ୍ସଲେସନ୍‌ ସମସ୍ୟାକୁ ସାମ୍ନା କରିବାକୁ ପଡିବନି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ କିଛି ଦିିନ ହେବ ଉବର ନିଜ ଆପରେ ଅନେକ ଏପରି ଅପଡେଟ୍ସ ଜାରି କରିଛି, ଯାହାଦ୍ୱାରା ତାର ଡ୍ରାଇଭର୍ସଙ୍କୁ ଲାଭ ମିଳିଛି, ଯେମିତି ପେଟ୍ରୋଲ-ଡିଜେଲ ଦାମ୍‌ ବଢ଼ିବା ଦ୍ୱାରା ଡ୍ରାଇଭର୍ସଙ୍କର ଦରମା ୧୫% ଠାରୁ ବୃଦ୍ଧି କରାଯାଇଛି। ଡ୍ରାଇଭର୍ସଙ୍କୁ ରାଇଡ୍‌ ଆକସେପ୍ଟ କରିବା ପରେ ତାହା ମଧ୍ୟ ଜଣାପଡିଯିବ ତାଙ୍କୁ ପେମେଣ୍ଟ କ୍ୟାସରେ ମିଳିବ ନା ଅନଲାଇନରେ।

 

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

5 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

8 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

8 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

9 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

9 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

9 hours ago