Categories: ଟେକ୍

ଆପଣଙ୍କ ସ୍ମାର୍ଟଫୋନକୁ କରନ୍ତୁ ଆହୁରି ସ୍ମାର୍ଟ, ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ବହୁତ ଏପରି ଆପ୍ସ ଆସୁଛି ଯାହାକି ଆପଣଙ୍କ ମୂଲ୍ୟବାନ ଡାଟା ଚୋରିକରି ନେଇଯାଉଛି ନଚେତ ଆପଣଙ୍କ ବିନା ଅନୁମତିରେ ହିଁ ଡାଟା ଆକ୍ସେସ କରିଦେଉଛି। ଏପରି ସ୍ଥଳେ ଯଦି ଆପଣ ଏହି ସମସ୍ୟାର ସମାଧାନ ଚାଁହୁଛନ୍ତି କିମ୍ବା ଆପଣଙ୍କ ଫୋନ୍କୁ ସୁରକ୍ଷିତ ରଖିବାକୁ ଚାଁହୁଛନ୍ତି ତାହେଲେ ଆପଣ କିଛି ସହଜ ଉପାୟ ଆପଣେଇ ପାରିବେ ଯାହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକୁଳି ପାରିବେ। ତାହେଲେ ଜଣାନ୍ତୁ ଏହି ୫ଟି ସହଜ ଉପାୟ ବିଷୟରେ ଯାହା ଆପଣଙ୍କ ଫୋନ୍କୁ ରଖିପାରିବ ସୁରକ୍ଷିତ ।

ନିରାପଦ ଆପ ଗୁଡିକ ବ୍ୟବହାର କରନ୍ତୁ

ଆପଣଙ୍କୁ ନିରାପଦ ଆପ ବ୍ୟବହାର କରିବା ଜରୁରୀ ଯେଉଁଥିରେ ଏନକ୍ରିପସନ ଭଳି ଟେକନିକର ବ୍ୟବହାର କରାଯାଉଛି। ଏନକ୍ରିପସନ ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିଥାଏ ଏବଂ ଏହାଦ୍ୱାରା ଅନ୍ୟକେହି ମଧ୍ୟ ଆପଣଙ୍କ ଚାଟକୁ ଆକ୍ସେସ କରିପାରିବେ ନାହିଁ।  ଆପଲର imesseage ଏବଂ ଫେସବୁକ,ହ୍ଵାଟ୍ସଆପରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ସପୋର୍ଟ କରିଥାଏ।

ସଫ୍ଟୱୟାର ଅପଡେଟ ରଖନ୍ତୁ

ନିଜର ଫୋନ୍କୁ ଅପଡେଟ ରଖିବାର ବହୁତ ଫାଇଦା ହୋଇଥାଏ। ଏହା ଆପଣଙ୍କ ଫୋନ୍କୁ ନୂଆ ଫିଚର୍ସ ଦେଇଥାଏ। ଏହାସହିତ ଆପଣଙ୍କ ଫୋନ କିଭଳି ସବୁଠୁ ବେଶୀ ନିରାପଦ ରହିବ ତାର ଦାୟିତ୍ୱ ମଧ୍ୟ ନେଇଥାଏ। ସେଥିପାଇଁ ସମୟ ସମୟରେ ଅପରେଟିଙ୍ଗ ସିଷ୍ଟମକୁ ଅପଡେଟ କରିବା ନିହାତି ଜରୁରୀ।

ଯେଉଁ ଆପ୍ ଗୁଡିକ ଆକ୍ସେସ ମାଗୁଛି ସେହିଭଳି ଆପ୍ଗୁଡିକଠୁ ଦୁରେଇ ରୁହନ୍ତୁ

ଆପଣଙ୍କ ଲୋକେସନ ଠୁ କଣ୍ଟାକଟ ପର୍ଯ୍ୟନ୍ତ, ଆପ ଗୁଡିକ ଆପଣଙ୍କର ପ୍ରଚୁର ଡାଟା ଖର୍ଚ୍ଚ କରନ୍ତି। ଯଦି ଆପଣ ଚାଁହୁଛନ୍ତି କି ଆପଣଙ୍କ ଡାଟା ଅନ୍ୟ କାହା ପାଖକୁ ନଯାଉ ତାହେଲେ ଏହାର ବେଷ୍ଟ ଉପାୟ ହେଉଛି ଏହିଭଳି ଆପ୍ ଗୁଡିକ ଆପଣ ଡାଉନଲୋଡ଼ କରନ୍ତୁ ନାହିଁ ଯାହାକି ଆପଣଙ୍କ ପର୍ସନାଲ ଇନଫର୍ମେଶନର ଆକ୍ସେସ ମାଗୁଛି। ଏହା ବ୍ୟତୀତ ଆପଣ ଯେଉଁସବୁ ଆପ୍ ବ୍ୟବହାର କରୁନାହାଁନ୍ତି ସେଗୁଡିକୁ ଡିଲିଟ ମଧ୍ୟ କରିଦେଇପାରିବେ କାରଣ ଏହି ଆପ୍ ଗୁଡିକ ଡାଟା ଆକ୍ସେସ କରିବା ସହିତ ଫୋନର ଷ୍ଟୋରେଜ ମଧ୍ୟ ଖର୍ଚ୍ଚ କରିଥାଏ।

ପାସୱର୍ଡ଼ ମ୍ୟାନେଜର ବ୍ୟବହାର କରନ୍ତୁ

ନିଜର ସବୁ ଅନଲାଇନ ଆକାଉଣ୍ଟ ଗୁଡିକର ପାସୱର୍ଡ଼ ମନେରଖିବା ବହୁତ କଷ୍ଟ ତାସହିତ ଭିନ୍ନ ଭିନ୍ନ ଆକାଉଣ୍ଟ ପାଇଁ ଗୋଟିଏ ପାସୱର୍ଡ ରଖିବା ମଧ୍ୟ ଏକ ସଠିକ ଉପାୟ ନୁହେଁ। ସେଥିପାଇଁ ଆପଣ Lastpass, 1Password କିମ୍ବା Keeper ଭଳି ଆପ ଗୁଡିକୁ ବ୍ୟବହାର କରିପାରିବେ। ଏହି ଆପ ଗୁଡିକ ଆପଣଙ୍କ ପାଇଁ କଂପ୍ଲେକ୍ସ ryandam ପାସୱର୍ଡ଼ ଜେନେରେଟ କରିଥାଏ ଏବଂ ଆପଣ ଅଟୋମେଟିକାଲି ୱେବସାଇଟ ଉପରେ ଲଗ୍ଇନ୍ କରିପାରିବେ। ନିଜର ପାସୱର୍ଡ ସବୁବେଳେ କିଛି ୟୁନିକ ରଖନ୍ତୁ।

VPNର ବ୍ୟବହାର କରନ୍ତୁ

ସାଧାରଣତଃ ଆମେ ୱାଇ-ଫାଇ ନେଟୱାର୍କରେ ବହୁତ ଗୁରୁତ୍ୱପୂର୍ଣ ସୂଚନାଗୁଡିକ ଟ୍ରାନ୍ସଫର କରିଥାଉ ଏବଂ ସେତେବେଳେ ଏହା ନିରାପଦ ରହିବା ମଧ୍ୟ ବହୁତ ଜରୁରୀ ଅଟେ। ସେଥିପାଇଁ Vertual Private Networks ବା VPN ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। VPN ନିରାପଦ ୱାଇ-ଫାଇ ସଂଯୋଗ ଦେଇଥାଏ ଯାହାକି ଆପଣଙ୍କ ଡିଭାଇସରେ ଇଣ୍ଟରନେଟ ପ୍ରୋଟୋକଲ ଆଡ୍ରେସ ଭଳି କାମ କରିଥାଏ। ଏହାଦ୍ୱାରା ଆପଣଙ୍କ ଫୋନର ଲୋକେସନ ଏବଂ ଆଇଡିଣ୍ଟିଟି ସୁରକ୍ଷିତ ରହିଥାଏ।

 

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

10 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

23 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago