ଟେକ୍

ସେଳ୍ଫି ଚୋରି କରି ‘X’ରେ କରାଯାଉଛି ୟୁଜରଙ୍କ ନକଲି ପ୍ରୋଫାଇଲ୍, ପ୍ରାଇଭେସୀକୁ ନେଇ ଉଠୁଛି ପ୍ରଶ୍ନ

ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର)ରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯେପରିକି X ରେ ୟୁଜରଙ୍କ ଡାଟା ପ୍ରକୃତରେ ସୁରକ୍ଷିତ କି ? ଯଦି ଆପଣଙ୍କର Xରେ ଏକ ଆକାଉଣ୍ଟ୍ ଅଛି, ତେବେ ସାବଧାନ ହୋଇ ଯାଆନ୍ତୁ, ନିକଟରେ ଇଣ୍ଡିଆନା ୟୁନିଭର୍ସିଟିର ଏକ ନୂଆ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟ ବିଷୟ ପ୍ରକାଶ ପାଇଛି ଯାହା ଆପଣଙ୍କୁ ଚିନ୍ତାରେ ପକାଇପାରେ ।

ଇଣ୍ଡିଆନା ୟୁନିଭର୍ସିଟିର ଏକ ନୂଆ ଅଧ୍ୟୟନ ଅନୁଯାୟୀ, ୧୧୪୦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ଆକାଉଣ୍ଟ୍ ମିଳିଛି ଯାହାର ନାମ Fox8 ବଟନେଟ୍ ଦିଆଯାଇଛି । ବର୍ତ୍ତମାନ ଆପଣ ନିଶ୍ଚିତ ଭାବୁଥିବେ ଯେ AI ଆକାଉଣ୍ଟ୍ ମିଳିଲେ ମଧ୍ୟ ଏଥିରୁ କ’ଣ କ୍ଷତି ହେବ? ଆପଣଙ୍କ ସୂଚନା ପାଇଁ ଜଣାଇବାକୁ ଚାହିଁବୁକି ଏହି ଆକାଉଣ୍ଟଗୁଡିକ ୟୁଜରଙ୍କ ଫଟୋ ଚୋରି କରି ChatGPT ସାହାଯ୍ୟରେ ନକଲି ପ୍ରୋଫାଇଲ୍ ଏବଂ ନକଲି କଣ୍ଟେଟ ସୃଷ୍ଟି କରିବା ଭଳି କାମ କରୁଛି ।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏହି ବଟ୍ ଆକାଉଣ୍ଟଗୁଡିକ ଫେକ୍‌ କ୍ରିପ୍ଟୋକରେନ୍ସିରେ ନିବେଶ କରିବାରେ ଲୋକଙ୍କୁ ଠକିବା ପାଇଁ କାର୍ଯ୍ୟ କରିଥାଏ । କେବଳ ଏତିକି ନୁହେଁ, ରିସର୍ଚ୍ଚରମାନେ ମଧ୍ୟ ସନ୍ଦେହ କରୁଛନ୍ତି ଯେ ଏହି ବଟଗୁଡିକ ରିଏଲ କ୍ରିପ୍ଟୋ ୱାଲେଟରୁ ମଧ୍ୟ ଚୋରି କରାଯାଉଛି । ଯଦି ଆପଣ ମଧ୍ୟ ଏହି ଆକାଉଣ୍ଟଗୁୁଡ଼ିକ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆକାଉଣ୍ଟଗୁଡିକ #bitcoin ଏବଂ #crypto ପରି ହ୍ୟାସଟ୍ୟାଗ୍ ବ୍ୟବହାର କରୁଥିବା ଲକ୍ଷ କରି ପାରିବେ । ଏହି ଆକାଉଣ୍ଟଗୁଡ଼ିକ ସେହି ଲୋକମାନଙ୍କ ଉପରେ ଫୋକସ କରନ୍ତି ଯେଉଁମାନେ କ୍ରିପ୍ଟୋ ନ୍ୟୁଜ୍ ଉପରେ ଧ୍ୟାନ ଦିଅନ୍ତି ।

ଫଟୋ ଚୋରି କରିବାର କାରଣ ହେଉଛି ଏହି ବଟ୍ ଆକାଉଣ୍ଟଗୁଡିକ ଆପଣଙ୍କର ଚୋରି ହୋଇଥିବା ଫଟୋ ବ୍ୟବହାର କରି ଆପଣମାନଙ୍କୁ ଜଣାଇବାକୁ ଚେଷ୍ଟା କରେ ଯେ ଏହା ଜଣେ ବ୍ୟକ୍ତି ଚଲାଉଛି ଏବଂ ଏହା କୌଣସି ବଟ୍‌ ଆକାଉଣ୍ଟ ନୁହେଁ । ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଆକାଉଣ୍ଟଗୁଡ଼ିକର ନାମ ପ୍ରକାଶ କରି ନାହାଁନ୍ତି, କିନ୍ତୁ ବର୍ତ୍ତମାନ ଏହିପରି ଖବର ସାମ୍ନାକୁ ଆସିବା ପରେ X (ଟ୍ୱିଟର) ରେ ୟୁଜରଙ୍କ ପ୍ରଇଭେସୀ ଏବଂ ସେଫ୍ଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago