ଟେକ୍

ବିନା ନମ୍ବର ସେଭ୍‌ କରି ସୁଦ୍ଧା ୟୁଜର୍ସଙ୍କୁ କରିପାରିବେ ସର୍ଚ୍ଚ ଏବଂ ସପିଂ, ଜାଣନ୍ତୁ ହ୍ଵାଟ୍ସଆପର ବଡ ଫିଚର

ସବୁଠାରୁ ଲୋକପ୍ରିୟ ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହେଉଛି ହ୍ଵାଟ୍ସଆପ୍‌। ଏହି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଅନେକ ପ୍ରକାର ଫିଚର୍ସ ମିଳିଥାଏ। ନିକଟରେ ହ୍ବାଟ୍ସଆପ୍ ଏହାର ଏକ ନୂଆ ବିଜନେସ୍ ଭର୍ସନ ବି ଲଞ୍ଚ୍ କରିଛି। ଏଥିରେ କିଛି ଖାସ୍ ଫିଚର୍ ବି ଦେଖିବାକୁ ମିଳିଛି। ବିଜିନେସ୍ ୟୁଜର୍ସଙ୍କ ପାଇଁ କମ୍ପାନି ଏକ ନୂଆ ଫିଚର ଲଞ୍ଚ୍ କରିଛି।

ଏହି ଫିଚର୍ ସାହାଯ୍ୟରେ ୟୁଜର୍ସ ହ୍ବାଟ୍ସଆପ୍ ବିଜିନେସରେ ଲୋକଙ୍କୁ ସର୍ଚ କରିପାରିବେ, ତାହା ପୁଣି ବିନା ନମ୍ବରରେ। ସେମାନଙ୍କ ସହ ଚାଟ୍ କରିପାରିବେ ଓ ସପିଂ ବି କରିପାରିବେ। ହ୍ଵାଟ୍ସଆପ୍‌ ବିଜନେସ୍‌ ୟୁଜର୍ସ ବିଭିନ୍ନ କ୍ୟାଟେଗରୀ – ବ୍ୟାକିଙ୍ଗ,ଟ୍ରାଭେଲ ନାମରେ ଅନ୍ୟ ୟୁଜର୍ସଙ୍କୁ ସର୍ଚ୍ଚ କରିପାରିବେ।

ଏହି ଫିଚରକୁ କମ୍ପାନି ବ୍ରାଜିଲ୍, କଲମ୍ବିଆ, ଇଣ୍ଡୋନେସିଆ, ମେକ୍ସିକୋ ଏବଂ ଇଂଲଣ୍ଡରେ ଲଞ୍ଚ୍ କରିସାରିଛି। ଖୁବ୍ ଶୀଘ୍ର ଏହା ଭାରତ ସମେତ ଅନ୍ୟ ଦେଶ ଗୁଡ଼ିକରେ ବି ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି। ଏକ ବ୍ଲଗ୍ ପୋଷ୍ଟ୍ ଜରିଆରେ କମ୍ପାନି ଏହି ଫିଚର୍ ସଂପର୍କରେ ସୂଚନା ଦେଇଛି।

ହ୍ଵାଟ୍ସଆପର କହିବା କଥା ଯେ ଏହି ନୂଆ ଫିଚର୍ସ ୟୁଜର୍ସଙ୍କୁ ବିଜନେସ୍‌ ପ୍ରୋଫାଇଲରେ ସହଜରେ କଣ୍ଟାକ୍ଟ କରିବାରେ ସାହାଯ୍ୟ ମିଳିବ। ୟୁଜର୍ସଙ୍କୁ ଏଥିପାଇଁ ବିଜନେସ୍‌ ଆକାଉଣ୍ଟ ନମ୍ବରକୁ ସେଭ୍‌ କରିବାର ଆବଶ୍ୟକତା ନାହିଁ। ଏହାସହିତ ହିଁ ୟୁଜର୍ସ ସହଜରେ ହ୍ଵାଟ୍ସଆପରେ ହିଁ ସପିଙ୍ଗ୍‌ ମଧ୍ୟ କରିପାରିବେ।

ପୂର୍ବରୁ ହ୍ବାଟ୍ସଆପ୍ ବିଭିନ୍ନ ନୂଆ ନୂଆ ଫିଚର ଲଞ୍ଚ୍ କରିସାରିଛି। ଏବେ ପର୍ଯ୍ୟନ୍ତ ଗ୍ରୁପ୍ ଚାଟରେ ଆପଣଙ୍କୁ ବ୍ୟବହାରକାରୀଙ୍କ ନମ୍ବର କିମ୍ବା ନାମ ଦୃଶ୍ୟମାନ ହେଉଛି। ମାତ୍ର ଖୁବ୍ ଶୀଘ୍ର ଆପଣ ଏଥିରେ ଫଟୋ ବି ଦେଖିପାରିବେ। ପ୍ରୋଫାଇଲ୍ ଫଟୋ ଉଇଦିନ୍ ଗ୍ରୁପ୍ ନାମରେ ଏକ ନୂଆ ଫିଚର ଲଞ୍ଚ୍ କରିଛି କମ୍ପାନି। ଏହି ଫିଚର ଜରିଆରେ ଏବେ ଯିଏ ଗ୍ରୁପରେ ମେସେଜ୍ କରିବେ ତାଙ୍କ ଫଟୋକୁ ଗ୍ରୁପର ସମସ୍ତ ସଦସ୍ୟ ଦେଖିପାରିବେ।

ତାହା ପୂର୍ବରୁ ବି ହ୍ବାଟ୍ସଆପ୍ ଏକ ଫିଚର ଲଞ୍ଚ୍ କରିଥିଲା। ଯେଉଁଥିରେ ଆପଣ ସହଜରେ ପୁରୁଣା ମେସେଜ୍କୁ ଖୋଜି ପାଇଯିବେ। ହ୍ବାଟ୍ସଆପର ଏହି ନୂଆ ଫିଚରରେ ଆପଣ ମେସେଜ୍କୁ ଖୋଜିବା ପାଇଁ କୌଣସି ଏକ ଶବ୍ଦ, ସଂଖ୍ୟା କିମ୍ବା ସେହି ଚାଟ୍ କରିଥିବାର ତାରିଖ ଅନୁସାରେ ସର୍ଚ କଲେ ବି ସହଜରେ ମେସେଜ୍କୁ ପାଇଯିବେ।

Pritiparna

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

36 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

38 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

1 hour ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago