Categories: ଟେକ୍

ଭାରତରେ ଲଞ୍ଚ୍‌ ହେଲା Vivo V17 Pro, ଜାଣନ୍ତୁ ଏହାର ଫିଚର ଓ ଦାମ୍‌

ଚୀନ୍‌ର ଫୋନ୍‌ ନିର୍ମାତା କମ୍ପାନୀ ଭିଭୋ ଆଜି ଭାରତରେ Vivo V17 Pro ଲଞ୍ଚ୍‌ କରିଛି। ଏହା ଦୁନିଆର ପ୍ରଥମ ଡୁଆଲ୍‌ ପପ୍‌-ଅପ୍‌ ସେଲ୍ଫି କ୍ୟାମେରାଯୁକ୍ତ ଫୋନ୍‌। ଏଥିରେ କ୍ୱାର୍ଡ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଗତ ସପ୍ତାହରେ କମ୍ପାନୀ ଫୋନ୍‌ର ଟିଜର ରିଲିଜ୍‌ କରିଥିଲା।

Vivo V17 Pro ର ଦାମ୍‌:

ଫୋନ୍‌ରେ ୮ ଜିବିର RAM ସହ ୧୨୮ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି। ଏହା ଗ୍ଲେସିୟର ଆଇସ୍‌ ଏବଂ ମିଡନାଇଟ୍‌ ଓଶମ୍‌ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହାର ଦାମ୍‌ ୨୯,୯୯୦ ଟଙ୍କା ରହିଛି।

କିଣିବା ବେଳେ ମିଳିବ ଅଫର:

-ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇର କ୍ରେଡିଟ୍‌ କାର୍ଡରେ ଫୋନ୍‌ କିଣିବା ଦ୍ୱାରା ୧୦ ପ୍ରତିଶତ ରିହାତି ମିଳିବ।

-ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ୍‌ରୁ ୮ ମାସ ମଧ୍ୟରେ ଶୂନ ଡାଉନ୍‌ପେମେଣ୍ଟ କରିବା ଦ୍ୱାରା ଅତିରିକ୍ତ ୫ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ମିଳିବ।

-ଯଦି ପୁରୁଣା ଫୋନ୍‌ ଏକ୍ସଚେଞ୍ଜ କରି ନୂଆ ଫୋନ୍‌ ଆଣିବାକୁ ଚାହୁଁଛନ୍ତି ତେବେ ୧୯୯୯ ଟଙ୍କାର ଗିଫ୍ଟ, ଭୋଡାଫୋନ୍‌, ଆଇଡିଆ କଷ୍ଟମରଙ୍କ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ନିଶ୍ଚିତ କ୍ୟାସ୍‌ବ୍ୟାକ୍‌ ଅଫର ରହିଛି।

ଏହାସହ ପଢନ୍ତୁ: ଆଉ ଫୋନ୍‌ ଚାର୍ଜିଂରେ ନଷ୍ଟ ହେବନି ସମୟ, ସୁପରଫାଷ୍ଟ ଚାର୍ଜିଂ ସୁବିଧା ସହ ଲଞ୍ଚ୍‌ ହେବାକୁ ଯାଉଛି Oppo Reno Ace

୩୨ଏମ୍‌ପି ଡୁଆଲ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା:

Vivo V17 Pro ଫୋନ୍‌ରେ ୩୨ ଏମ୍‌ପି ଡୁଆଲ ସୁପର ଓ୍ଵାଇଡ୍‌ ଆଙ୍ଗଲ କ୍ୟାମେରା ଦିଆଯାଇଛି। ଯାହା ସେଲ୍ଫିକୁ ଅଧିକ ସୁନ୍ଦର କରିଥାଏ। ରାତିରେ ମଧ୍ୟ ଏହି ଫୋନ୍‌ରେ ଉନ୍ନତମାନର ସେଲ୍ଫି ଆସିଥାଏ।

୪୧୦୦mAh ର ବ୍ୟାଟେରୀ:

ସ୍ଲିମ୍‌ ଲୁକ୍‌ ସହ ଲାଇଟ୍‌ ୱେଟ୍‌ ହୋଇଥିଲେ ମଧ୍ୟ Vivo V17 Pro ଫୋନ୍‌ରେ ୪୧୦୦ mAh ର ବ୍ୟାଟେରୀ ଦିଆଯାଇଛି। ଏଥିରେ ୧୮ ଓ୍ଵାଟ୍‌ର ଟାଇପ୍‌-ସି ଡୁଆଲ୍‌ ଇଞ୍ଜିନ୍‌ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଦିଆଯାଇଛି।

WCW 11

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

29 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

36 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago