ଭାରତରେ ଲଞ୍ଚ୍ ହେଲା Vivo V17 Pro, ଜାଣନ୍ତୁ ଏହାର ଫିଚର ଓ ଦାମ୍
ଚୀନ୍ର ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଆଜି ଭାରତରେ Vivo V17 Pro ଲଞ୍ଚ୍ କରିଛି। ଏହା ଦୁନିଆର ପ୍ରଥମ ଡୁଆଲ୍ ପପ୍-ଅପ୍ ସେଲ୍ଫି କ୍ୟାମେରାଯୁକ୍ତ ଫୋନ୍। ଏଥିରେ କ୍ୱାର୍ଡ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଗତ ସପ୍ତାହରେ କମ୍ପାନୀ ଫୋନ୍ର ଟିଜର ରିଲିଜ୍ କରିଥିଲା।
Vivo V17 Pro ର ଦାମ୍:
ଫୋନ୍ରେ ୮ ଜିବିର RAM ସହ ୧୨୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି। ଏହା ଗ୍ଲେସିୟର ଆଇସ୍ ଏବଂ ମିଡନାଇଟ୍ ଓଶମ୍ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହାର ଦାମ୍ ୨୯,୯୯୦ ଟଙ୍କା ରହିଛି।
କିଣିବା ବେଳେ ମିଳିବ ଅଫର:
-ଏଚ୍ଡିଏଫ୍ସି ଏବଂ ଆଇସିଆଇସିଆଇର କ୍ରେଡିଟ୍ କାର୍ଡରେ ଫୋନ୍ କିଣିବା ଦ୍ୱାରା ୧୦ ପ୍ରତିଶତ ରିହାତି ମିଳିବ।
-ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ୍ରୁ ୮ ମାସ ମଧ୍ୟରେ ଶୂନ ଡାଉନ୍ପେମେଣ୍ଟ କରିବା ଦ୍ୱାରା ଅତିରିକ୍ତ ୫ ପ୍ରତିଶତ କ୍ୟାସ୍ବ୍ୟାକ୍ ମିଳିବ।
-ଯଦି ପୁରୁଣା ଫୋନ୍ ଏକ୍ସଚେଞ୍ଜ କରି ନୂଆ ଫୋନ୍ ଆଣିବାକୁ ଚାହୁଁଛନ୍ତି ତେବେ ୧୯୯୯ ଟଙ୍କାର ଗିଫ୍ଟ, ଭୋଡାଫୋନ୍, ଆଇଡିଆ କଷ୍ଟମରଙ୍କ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ନିଶ୍ଚିତ କ୍ୟାସ୍ବ୍ୟାକ୍ ଅଫର ରହିଛି।
ଏହାସହ ପଢନ୍ତୁ: ଆଉ ଫୋନ୍ ଚାର୍ଜିଂରେ ନଷ୍ଟ ହେବନି ସମୟ, ସୁପରଫାଷ୍ଟ ଚାର୍ଜିଂ ସୁବିଧା ସହ ଲଞ୍ଚ୍ ହେବାକୁ ଯାଉଛି Oppo Reno Ace
୩୨ଏମ୍ପି ଡୁଆଲ ପପ୍-ଅପ୍ ସେଲ୍ଫି କ୍ୟାମେରା:
Vivo V17 Pro ଫୋନ୍ରେ ୩୨ ଏମ୍ପି ଡୁଆଲ ସୁପର ଓ୍ଵାଇଡ୍ ଆଙ୍ଗଲ କ୍ୟାମେରା ଦିଆଯାଇଛି। ଯାହା ସେଲ୍ଫିକୁ ଅଧିକ ସୁନ୍ଦର କରିଥାଏ। ରାତିରେ ମଧ୍ୟ ଏହି ଫୋନ୍ରେ ଉନ୍ନତମାନର ସେଲ୍ଫି ଆସିଥାଏ।
୪୧୦୦mAh ର ବ୍ୟାଟେରୀ:
ସ୍ଲିମ୍ ଲୁକ୍ ସହ ଲାଇଟ୍ ୱେଟ୍ ହୋଇଥିଲେ ମଧ୍ୟ Vivo V17 Pro ଫୋନ୍ରେ ୪୧୦୦ mAh ର ବ୍ୟାଟେରୀ ଦିଆଯାଇଛି। ଏଥିରେ ୧୮ ଓ୍ଵାଟ୍ର ଟାଇପ୍-ସି ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଦିଆଯାଇଛି।