Below header

ପଟ୍ଟାମୁଣ୍ଡାଇ: ଚାକିରି କରାଇଦେବା ନାଁରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌

ପଟ୍ଟାମୁଣ୍ଡାଇ: ଚାକିରି କରାଇଦେବା ନାଁରେ ଦେଢ଼ ଲକ୍ଷ ଟଙ୍କା ଚଳୁ । ଏଭଳି ଅଭିଯୋଗ ଆସିଛି ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ । ଠକେଇର ଶିକାର ହୋଇଛନ୍ତି ବିହାର ବାସିନ୍ଦା ରାଜେଶ ସିଂ । ତାଙ୍କ କହିବା କଥା ପଟ୍ଟାମୁଣ୍ଡାଇ ଥାନା ସୋବଳା ଗାଁର ବିଚିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଟେଲିଫୋନ ମାଧ୍ୟମରେ ବିଦେଶରେ ଚାକିରି କରାଇଦେବେ ବୋଲି ଅଫର ଦେଇଥିଲେ । ରାଜେଶ ତାଙ୍କ ଭାଇ ଓ ଦୁଇ ଜଣ ସାଙ୍ଗଙ୍କ ଚାକିରି କରାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଚାକିରି ମିଳିଲେ ଜଣ ପିଛା ୭୫ ହଜାର ଟଙ୍କା ନେବେ ବୋଲି ଦାବି କରିଥିଲେ ବିଚିତ୍ର । ଏଥିପାଇଁ ଆଗୁଆ ଦେଢ ଲକ୍ଷ ଟଙ୍କା ଆକାଉଣ୍ଟ ମାଧ୍ୟମରେ ନେଇଥିଲେ । ପରେ ବିଚିତ୍ର ଏକ ନକଲି ଭିଜା ସହ ଏୟାର ଟିକେଟ ଦେଇ ବାକି ଟଙ୍କା ଦାବି କରିଥିଲେ । ବିଦେଶ ଗସ୍ତ ସମୟରେ ଏହା ନକଲି ଭିଜା ଓ ଏୟାର ଟିକେଟ୍‌ ବୋଲି ଜାଣିବାକୁ ମିଳିଥିଲା । ଦୀର୍ଘ ୬ ମାସ ପରେ ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ବାହାର କରି ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ ରାଜେଶ । ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର ୧୨ଦିନ ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ପୋଲିସର ଏଭଳି ଖାମଖିଆଲି ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.