ଟେକ୍

ଖାସ ଫିଚର ସହିତ ଲଞ୍ଚ ହେଲା Vivo V20 SE, Realme 7 pro କୁ ଦେବ ଟକ୍କର

ଆଜିକାଲି ସ୍ମାର୍ଟଫୋନରେ ସମସ୍ତଙ୍କୁ ଅଧିକ ସମୟ ଧରି ଚାଲୁଥିବା ବ୍ୟାଟେରି ବ୍ୟାକଅପ ସହିତ ବଡ ଡିସପ୍ଲେର ମଧ୍ୟ ଆବଶ୍ୟକ ରହୁଛି । ତେବେ ଏସମସ୍ତ ଫିଚରକୁ ଦୃଷ୍ଟିରେ ରଖି Vivo ମୋବାଇଲ କମ୍ପାନୀ V20 ସିରିଜର ନୂଆ ସ୍ମାର୍ଟଫୋନ V20 SE ଲଞ୍ଚ କରିଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀ V20 ସିରିଜର ଅନ୍ୟ ଦୁଇଟି ସ୍ମାର୍ଟଫୋନ Vivo V20 ଏବଂ V20 Pro ଲଞ୍ଚକରିଛି । ତେବେ ଏହି ଫୋନରେ 4100mAh ବ୍ୟାଟେରି ବ୍ୟାକଅପ ରହିଛି ଯାହା ଦ୍ୱାରା ଆପଣ ଥରେ ଚାର୍ଜ କରି ଏହି ଫୋନକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ସେହିପରି ଏଥିରେ ଥିବା ଟ୍ରିପଲ ରିୟର ସେଟଅପ କ୍ୟାମେରା ସାହାଯ୍ୟରେ ଭଲ କ୍ୱାଲିଟିର ଫଟୋ ମଧ୍ୟ ଉଠାଇ ପାରିବେ ।

Vivo v20 SE ସ୍ପେସିଫିକେଶନ୍ସ:

ଏହି ଫୋନରେ 1800×2400 ପିକ୍ସଲ ରେଜୋଲୁସନ ଯୁକ୍ତ 6.44 ଇଞ୍ଚର ଫୁଲ୍‌ HD+AMOLED ଡିସପ୍ଲେ ରହିଛି । ଏହି ଫୋନର ଆସେକ୍ପ ରେସିଓ ୨୦:୯ ହୋଇଥିବା ବେଳେ ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ 665 ର ପ୍ରୋସେସର ରହିଛି। ଏହା ବ୍ୟତୀତ ଏଥିରେ 8GB ରାମ୍‌ ଓ 128GB ଇର୍ଣ୍ଟନାଲ ଷ୍ଟୋରେଜ ରହିଛି । ଫୋନରେ ଆଣ୍ଡ୍ରଏଡ 10 ସହିତ ଫନଟଚ ଓଏସ ଦିଆଯାଇଛି ଏବଂ ଏଥିରେ 33W ଫ୍ଲାସଚାର୍ଜ ସର୍ପୋଟ ଯୁକ୍ତ 4100 mAh ର ବ୍ୟାଟେରି ମଧ୍ୟ ରହିଛି ,ଯାହା ଦ୍ୱାରା ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଫୋନ ଚଲାଇପାରିବେ ।

କ୍ୟାମେରା:

Vivo ର ଏଡି ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି ଯାହା ଦ୍ୱାରା ଆପଣ ଖୁବ ସୁନ୍ଦର ଏବଂ ଉତ୍ତମ କ୍ୱାଲିଟିର ଫଟୋ ଉଠାଇ ପାରିବେ । ଏହି ରିୟର ପ୍ୟାନେଲରେ 48 ମେଗାପିକ୍ସଲର ପ୍ରାଇମେରି ସେଂସର ସହିତ ମୋଡ୍ୟୁଲରେ 8 ମେଗାପିକ୍ସଲର ସେକେଣ୍ଡାରି ଓ୍ଵାଇଡ ଆଙ୍ଗଲ ଲେନ୍ସ ଏବଂ 2 ମେଗାପିକ୍ସଲର ତୃତୀୟ ଲେନ୍ସର ସୁବିଧା ଦିଆଯାଇଛି । ଏହା ସହିତ ସେଲ୍‌ଫି ପାଇଁ ଏଥିରେ 32 ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

ଦାମ୍‌:

 Vivo V20 SE ର ଦାମ୍‌ 1,199 MYR (ପ୍ରାୟ 21,300 ଟଙ୍କା) ସ୍ଥିର କରାଯାଇଥିଲା। ଏହି ଦାମ୍‌ ହେଉଛି ଡିଭାଇସର ଏକମାତ୍ର 8GB ରାମ୍‌ ଏବଂ 128GB ଷ୍ଟୋରେଜ ଯୁକ୍ତ ଭେରିଆଣ୍ଟ । ସେହିପରି ଦୁଇଟି କଲର ଅପସନ୍‌ ଗ୍ରେଭିଟି ବ୍ଲାକ ଏବଂ ଅକ୍ସିଜେନ ବ୍ଲୁ ସହିତ ଏହି ଫୋନ ଲଞ୍ଚ ହୋଇଛି।

Realme 7 pro କୁ ଦେବ ଟକ୍କର :

Vivo V20 SE , Realme 7pro କୁ ଟକ୍କର ଦେବା ପାଇଁ ମାର୍କେଟକୁ ଆସିଛି । ରିଅଲମିର ଏହି ଫୋନରେ6.4 ଇଞ୍ଚର ଏଲୋମେଡ ଫୁଲଏଚଡି ଡିସପ୍ଲେ ରହିଛି । ଏଥିରେ 6GB ଏବଂ 8GB ରାମ୍‌ ସହିତ ସ୍ପାପଡ୍ରାଗନ 720G ପ୍ରୋସେସର ଦିଆଯାଇଛି । ଫୋନରେ 128GB ର ଷ୍ଟୋରେଜ ରହିଛି ଯାହାକୁ ଆପଣ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ବଢାଇ ପାରିବେ । ଏଥିରେ ଆଣ୍ଡରଏଡ10 ଅପରେଟିଙ୍ଗ ସିଷ୍ଟମ ବେଷ୍ଟ ରିୟଲମି ୟୁଆଇ ଦିଆଯାଇଛି । ତେବେ Realme 7 Pro ର 6GB ରାମ୍‌ଏବଂ 128GB ଇନବିଲ୍ଟ ଷ୍ଟୋରେଜ ଯୁକ୍ତ ଭେରିଆଣ୍ଟର ଦାମ୍‌ 19,199 ଟଙ୍କା ଏବଂ 8GB ରାମ୍‌ ଏବଂ 128GB ଷ୍ଟୋରେଜ ର ଦାମ୍‌ 21,999 ଟଙ୍କା ଭାବରେ ସ୍ଥିର କରାଯାଇଛି । ମିରର ବ୍ଲୁ ଏବଂ ମିରର ସିଲଭର ଦୁଇଟି କଲର ଅପସନ ସହିତ ଏହି ଫୋନ ଆଜି ପ୍ରଥମ ଥର ପାଇଁ ଫ୍ଲିପକାର୍ଟ ଏବଂ Realme.com େଓ୍ଵବସାଇଟ ମାଧ୍ୟମରେ ବିକ୍ରି କରାଯିବ ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

32 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

39 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

55 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago