ରାଜ୍ୟ

କେବେ ହେବ ପୋଖରୀ ପୁନଃଉଦ୍ଧାର? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇକିବି ପାଲଟିଛି ଅଳିଆ ଗଦା

ଗଜପତି: ଗଜପତି । ଜିଲ୍ଲାର ନାମକରଣ ହିଁ ରାଜବଂଶର ନାମରେ । କାରଣ ଗଜପତି ରାଜବଂଶୀୟ ଯାହା କରି ଯାଇଛନ୍ତି ଏହି ଗଜପତି ମାଟି ପାଇଁ ସବୁ ବେଳେ ଏଠାକାର ଜନସାଧାରଣ ରୁଣି । ତେବେ ଏହି ରାଜବଶିଂୟଙ୍କ ଅନେକ ଅବଦାନ ମଧ୍ୟରୁ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ପୋଖରୀ ଖନନ ଅନ୍ଯତମ । ଯେଉଁଥିରୁ ମତ୍ସ୍ୟଜୀବୀ ନିଜ ଜୀବିକାର ଉତ୍ସ ପାଇବା ସହ ଭୂତଳ ଜଳ ସଂରକ୍ଷଣ ହେଇପାରୁଥିଲା । କିନ୍ତୁ ବର୍ତ୍ତମାନ ଏହି ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ।

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ଦୋଳବନ୍ଧ। ଯାହା ସ୍ଥାନୀୟ କିଛି ମତ୍ସ୍ୟଜୀବିଙ୍କ ପେଟ ପୋଷିବା ସହ ଦୋଳଯାତ୍ରା ବେଳେ ଭଗବାନ ଏଠାରେ ଚାପ ଖେଳୁଥିଲେ। ତେବେ ବର୍ତ୍ତମାନ ମଧ୍ୟ ଏଠାରେ ରାଧାକୃଷ୍ଣଙ୍କ ଚାପ ଖେଳ ହୁଏ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ, କିଛି ଅସାମାଜୀକ ଲୋକଙ୍କ ଚଳପ୍ରଚଳ ଓ ଅମାନୀଆଙ୍କ ପାଇଁ ଏହା ଅଳିଆ ଫୋପାଡିବାର ଆଡ୍ଡା ସ୍ଥଳୀ ପାଲଟିବାରୁ ଏହି ପୋଖରୀ ନିଜ ଅସ୍ଥୀତ୍ୱ ହରାଇବାରେ ଲାଗିଛି ।

ସେହିପରି ସଦାରାମ ପୋଖରୀର ଏକ ସ୍ବତନ୍ତ୍ରତା ରହିଛି। ଏହି ପଖୋରୀରୁ ନୀଳଝର ବାହାରେ । ଯାହା ଜଣ୍ଡିସ ଭଳି ରୋଗ ଦୂରକରୁଥିବା ଲୋକେ କହନ୍ତି । ସେହିପରି ଶଙ୍କର ଓ ପଟନାୟକ ପୋଖରୀ ମଧ୍ୟ ରହିଛି ଯାହାର ସୌନ୍ଦର୍ଯ୍ଯକରଣ ଓ ପୁନଃଉଦ୍ଧାର ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ କାମ ସମ୍ପୂର୍ଣ୍ଣ ନହେବାରୁ ତାହା ମଧ୍ୟ ସହରର ଅଳିଆ ଗଦା ପାଲଟିଛି । ସବୁ ପୋଖରୀରେ ଘୁଷୁରୀ, ପଙ୍କ, ଅଳିଆ, ଆବର୍ଜନା ଭରି ହୋଇ ରହିଛି । ସମୟ ଥିଲା ଲୋକଙ୍କ ପାଇଁ ଏହି ପୋଖରୀ ଗୁଡିକ ମାଛ ଚାଷ ସହ ସ୍ନାନ ପାଇଁ ବ୍ଯବହାର ହେଉଥିଲା କିନ୍ତୁ ବର୍ତ୍ତମାନ ଏଠାରେ ଲୋକ ଆଉ ଯିବା ପାଇଁ ମନବଳାଉ ନାହାଁନ୍ତି ଯାହାକୁ ନେଇ ସ୍ଥାନୀୟ ବୁଦ୍ଧୀଜିବି, ଜନସାଧାରଣ ଅସନ୍ତୋଷ ବ୍ଯକ୍ତ କରିଛନ୍ତି।

ସେପଟେ ଲୋକଙ୍କ ଅଭିଯୋଗକୁ ନେଇ ପାରଳାଖେମୁଣ୍ଡି ପୌରପାଳିକା ର୍ନିବାହୀ ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି ସମସ୍ତ ପୋଖରୀର ପୁନଃଉଦ୍ଧାର ଓ ସୌନ୍ଧର୍ଯ୍ଯୀକରଣ କାମ ଆରମ୍ଭ ହୋଇଛି, କିନ୍ତୁ କରୋନା ମହାମାରୀ ଯୋଗୁଁ ଅଟକି ରହିଯାଇଛି। ଅତିଶୀଘ୍ର କାମ ପୁଣି ଆରମ୍ଭ ହେବ ଏବଂ ବର୍ଷକ ମଧ୍ୟରେ ଶେଷ କରାଯିବ। ତେବେ ଦେଖିବାକୁ ରହିଲା ପରିସ୍କାର ପରିଛନ୍ନତା ପାଇଁ ବହୁ ଯୋଜନା କରୁଥିବା ପାରଳାଖେମୁଣ୍ଡି ପୌରପାଳିକା ଏହି ପୋଖରୀ ଗୁଡିକର ପୁନଃଉଦ୍ଧାର ଓ ପରିସ୍କାର ପରିଛନ୍ନତାର ବିକାଶ କେବେ କେବେ କରୁଛି ଏବଂ ଏହି ପୋଖରୀ ଗୁଡିକ ନିଜର ପୂର୍ବ ଗାରିମା କେବେ ଫେରି ପାଉଛି ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago