କେବେ ହେବ ପୋଖରୀ ପୁନଃଉଦ୍ଧାର? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇକିବି ପାଲଟିଛି ଅଳିଆ ଗଦା

ଗଜପତି: ଗଜପତି । ଜିଲ୍ଲାର ନାମକରଣ ହିଁ ରାଜବଂଶର ନାମରେ । କାରଣ ଗଜପତି ରାଜବଂଶୀୟ ଯାହା କରି ଯାଇଛନ୍ତି ଏହି ଗଜପତି ମାଟି ପାଇଁ ସବୁ ବେଳେ ଏଠାକାର ଜନସାଧାରଣ ରୁଣି । ତେବେ ଏହି ରାଜବଶିଂୟଙ୍କ ଅନେକ ଅବଦାନ ମଧ୍ୟରୁ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ପୋଖରୀ ଖନନ ଅନ୍ଯତମ । ଯେଉଁଥିରୁ ମତ୍ସ୍ୟଜୀବୀ ନିଜ ଜୀବିକାର ଉତ୍ସ ପାଇବା ସହ ଭୂତଳ ଜଳ ସଂରକ୍ଷଣ ହେଇପାରୁଥିଲା । କିନ୍ତୁ ବର୍ତ୍ତମାନ ଏହି ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ।

ghusuriଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ଦୋଳବନ୍ଧ। ଯାହା ସ୍ଥାନୀୟ କିଛି ମତ୍ସ୍ୟଜୀବିଙ୍କ ପେଟ ପୋଷିବା ସହ ଦୋଳଯାତ୍ରା ବେଳେ ଭଗବାନ ଏଠାରେ ଚାପ ଖେଳୁଥିଲେ। ତେବେ ବର୍ତ୍ତମାନ ମଧ୍ୟ ଏଠାରେ ରାଧାକୃଷ୍ଣଙ୍କ ଚାପ ଖେଳ ହୁଏ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ, କିଛି ଅସାମାଜୀକ ଲୋକଙ୍କ ଚଳପ୍ରଚଳ ଓ ଅମାନୀଆଙ୍କ ପାଇଁ ଏହା ଅଳିଆ ଫୋପାଡିବାର ଆଡ୍ଡା ସ୍ଥଳୀ ପାଲଟିବାରୁ ଏହି ପୋଖରୀ ନିଜ ଅସ୍ଥୀତ୍ୱ ହରାଇବାରେ ଲାଗିଛି ।

pond ସେହିପରି ସଦାରାମ ପୋଖରୀର ଏକ ସ୍ବତନ୍ତ୍ରତା ରହିଛି। ଏହି ପଖୋରୀରୁ ନୀଳଝର ବାହାରେ । ଯାହା ଜଣ୍ଡିସ ଭଳି ରୋଗ ଦୂରକରୁଥିବା ଲୋକେ କହନ୍ତି । ସେହିପରି ଶଙ୍କର ଓ ପଟନାୟକ ପୋଖରୀ ମଧ୍ୟ ରହିଛି ଯାହାର ସୌନ୍ଦର୍ଯ୍ଯକରଣ ଓ ପୁନଃଉଦ୍ଧାର ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ କାମ ସମ୍ପୂର୍ଣ୍ଣ ନହେବାରୁ ତାହା ମଧ୍ୟ ସହରର ଅଳିଆ ଗଦା ପାଲଟିଛି । ସବୁ ପୋଖରୀରେ ଘୁଷୁରୀ, ପଙ୍କ, ଅଳିଆ, ଆବର୍ଜନା ଭରି ହୋଇ ରହିଛି । ସମୟ ଥିଲା ଲୋକଙ୍କ ପାଇଁ ଏହି ପୋଖରୀ ଗୁଡିକ ମାଛ ଚାଷ ସହ ସ୍ନାନ ପାଇଁ ବ୍ଯବହାର ହେଉଥିଲା କିନ୍ତୁ ବର୍ତ୍ତମାନ ଏଠାରେ ଲୋକ ଆଉ ଯିବା ପାଇଁ ମନବଳାଉ ନାହାଁନ୍ତି ଯାହାକୁ ନେଇ ସ୍ଥାନୀୟ ବୁଦ୍ଧୀଜିବି, ଜନସାଧାରଣ ଅସନ୍ତୋଷ ବ୍ଯକ୍ତ କରିଛନ୍ତି।

pond cleanସେପଟେ ଲୋକଙ୍କ ଅଭିଯୋଗକୁ ନେଇ ପାରଳାଖେମୁଣ୍ଡି ପୌରପାଳିକା ର୍ନିବାହୀ ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି ସମସ୍ତ ପୋଖରୀର ପୁନଃଉଦ୍ଧାର ଓ ସୌନ୍ଧର୍ଯ୍ଯୀକରଣ କାମ ଆରମ୍ଭ ହୋଇଛି, କିନ୍ତୁ କରୋନା ମହାମାରୀ ଯୋଗୁଁ ଅଟକି ରହିଯାଇଛି। ଅତିଶୀଘ୍ର କାମ ପୁଣି ଆରମ୍ଭ ହେବ ଏବଂ ବର୍ଷକ ମଧ୍ୟରେ ଶେଷ କରାଯିବ। ତେବେ ଦେଖିବାକୁ ରହିଲା ପରିସ୍କାର ପରିଛନ୍ନତା ପାଇଁ ବହୁ ଯୋଜନା କରୁଥିବା ପାରଳାଖେମୁଣ୍ଡି ପୌରପାଳିକା ଏହି ପୋଖରୀ ଗୁଡିକର ପୁନଃଉଦ୍ଧାର ଓ ପରିସ୍କାର ପରିଛନ୍ନତାର ବିକାଶ କେବେ କେବେ କରୁଛି ଏବଂ ଏହି ପୋଖରୀ ଗୁଡିକ ନିଜର ପୂର୍ବ ଗାରିମା କେବେ ଫେରି ପାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.