Below header

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୨୮ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ବିହାର:‌ କରୋନା କଟକଣା ମଧ୍ୟରେ ହେବ ପ୍ରଥମ ନିର୍ବାଚନ। ୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ଭୋଟଗ୍ରହଣ କରାଯିବ। ୨ୟ ପର୍ଯ୍ୟାୟରେ ୯୪, ୩ୟରେ ୭୮ଆସନ ପାଇଁ ଭୋଟିଂ ହେବ। ନଭେମ୍ବର ୧୦ ତାରିଖରେ ଘୋଷଣା ହେବ ରେଜଲ୍ଟ। ପୋଲିଂ ବୁଥ୍‌ରେ କମିବ ଭୋଟରଙ୍କ ସଂଖ୍ୟା। ଗୋଟିଏ ବୁଥ୍‌ରେ ୧ହଜାର ଭୋଟର ରହିବେ ।

ଭୋଟଗ୍ରହଣ ସମୟକୁ ୧ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ଭୋଟଗ୍ରହଣ ହେବ। ଅନ୍‌ଲାଇନ୍‌ରେ ମଧ୍ୟ କରିହେବ ନାମାଙ୍କନ ଦାଖଲ। ୫ରୁ ଅଧିକ ଲୋକ ଘରକୁ ଯାଇ ପ୍ରଚାର କରିପାରିବେ ନାହିଁ। ସାମାଜିକ ଦୂରତା ସହ ହେବ ନିର୍ବାଚନ ପ୍ରଚାର। ପ୍ରଚାର ବେଳେ ବ୍ୟବହାର ହେବ ନାହିଁ ୨ରୁ ଅଧିକ ଗାଡି। ବିହାର ନିର୍ବାଚନ ପାଇଁ ୬ଲକ୍ଷ ପିପିଇ କିଟ୍‌ ଓ ୪୬ଲକ୍ଷ ମାସ୍କ ବ୍ୟବହାର ହେବ। । କରୋନା ସଂକ୍ରମିତ ମଧ୍ୟ ଭୋଟ ଦେଇପାରିବେ। ଭୋଟଗ୍ରହଣର ଶେଷ ପର୍ଯ୍ୟାୟରେ ଭୋଟ ଦେବେ କରୋନା ପଜିଟିଭ୍‌ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.