ଚାଲିଗଲେ ସଙ୍ଗୀତ ଜଗତର ବାଦଶାହ୍ ଏସ.ପି ବାଲ୍ ସୁବ୍ରମଣ୍ୟମ୍, ୭୪ ବର୍ଷ ବୟସରେ ଘରୋଇ ମେଡିକାଲରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): ପର ପାରିରେ ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତକାର ଏସ.ପି ବାଲ ସୁବ୍ରମଣ୍ୟମ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମ୍ତ୍ୟୁ ହୋଇଥିବା ସୂଚନା ମିଳିଛି।
ବାଲ ସୁବ୍ରମଣ୍ୟମ୍ ଚେନ୍ନାଇର ନେଲୋରେ ଜନ୍ମଗ୍ରହଣ କରିଥିଲେ । ପରେ ତାମିଲ,ତେଲୁଗୁ, ହିନ୍ଦୀ,କନ୍ନଡ ଭାଷାରେ ୪୦ ହଜାରରୁ ଉର୍ଦ୍ଧ୍ବ ସଙ୍ଗୀତ ଗାୟନ କରିସାରିଛନ୍ତି। ସେ ୪୦ ହଜାରରୁ ଉର୍ଦ୍ଧ୍ବ ସଙ୍ଗୀତ ଗାଇ ସୁବ୍ରମଣ୍ୟମ ଗିନିଜ୍ ବୁକ୍ ରେକର୍ଡ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ବଲିଉଡ ଓ ସଙ୍ଗୀତକାର ଜବତରେ ଶୋକର ଛାୟା ଖେଳିଯାଇଛି।