ଆଲେକ୍ସା ଭଏସକୁ କମାଣ୍ଡ କରିବ ଆମାଜନର ନୂଆ ଫାୟାର ଟିଭିଷ୍ଟିକ ଲାଇଟ୍‌, ଦାମ୍‌ ୨୯୯୯ରୁ ଆରମ୍ଭ

ଗତ କିଛି ଦିନ ତଳେ ଆମାଜନର ଶସ୍ତା ଫାୟାର ଟିଭି ଷ୍ଟିକ ଲାଇଟ ଲଞ୍ଚ ହେବ ବୋଲି ଖବର ଆସିଥିଲା। ଯାହାର ଫଟୋ ଲିକ୍‌ ହୋଇଥିଲା। ଯାହାକୁ ଆମାଜନ ଏବେ ଲଞ୍ଚ କରିଛି। ଯାହାର ମୂଲ୍ୟ ୨,୯୯୯ ଟଙ୍କା ରହିଛି। ପୂର୍ବରୁ ଆମାଜନ ଫାୟାର ଟିଭି ଷ୍ଟିକର ମୂଲ୍ୟ ୩,୯୯୯ ଟଙ୍କା ରହିଥିବା ବେଳେ ଟିଭି ଷ୍ଟିକ ଲାଇଟର ମୂଲ୍ୟ ଶସ୍ତା ରହିଛି। କିନ୍ତୁ ଆମାଜନ ଲାଇନରେ ଡଲବି ଅଟମସ୍‌ ଅଡିଓ ସପୋର୍ଟ ମିଳିବ ନାହିଁ। ଏହାଛଡା ଏହି ରିମୋଟ ଟିଭି କଣ୍ଟ୍ରୋଲ ମଧ୍ୟ କରିବ ନାହିଁ। ଏହା କେବଳ ଆଲେକ୍ସା ଭଏସକୁ କଣ୍ଟ୍ରୋଲ କରିବ।

ଫାୟାର ଟିଭି ଷ୍ଟିକ ଲାଇଟ ଅନ୍ୟ ଫାୟାର ଟିଭି ଷ୍ଟିକ ସହିତ ସମାନ। କିନ୍ତୁ ଏହାର ନୂଆ ରିମୋଟ ଭଲ୍ୟୁମ ଏବଂ ଟିଭି ପାଓ୍ଵର ବଟନକୁ ହଟାଇଦେଇ ଏହା ସ୍ଥାନରେ ଗୋଟେ ‘ଟିଭି ବଟନ’ ଯୋଡିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆମାଜନ ନିଜ ଷ୍ଟ୍ରିମିଂ ଉପକରଣରେ ପ୍ରସ୍ତାବ ପ୍ରୋଗ୍ରାମିଂ କରିବା ପାଇଁ ଟିଭି ନେଟଓ୍ଵାର୍କ ସହିତ କାମ କରୁଛି।

tv stick

‘ଫାୟର ଟିଭି ଷ୍ଟିକ୍‌ ଲାଇଟ’ ଆମାଜାନର ବର୍ତ୍ତମାନ ଫାୟାର ଟିଭି ଷ୍ଟିକ 4K ପାଇଁ ଏକ ନୂଆ ମୂଲ୍ୟର ବିକଳ୍ପ । ଆମାଜନ ପକ୍ଷରୁ ସେକେଣ୍ଡ ଜେନେରେସନର ଫାୟର ଷ୍ଟିକ୍‌ ଅପଡେଟ୍‌ ଆଲେକ୍ସା ରିମୋଟ ସହିତ ବିଲ୍ଟ ଇନIR ବ୍ଲାଷ୍ଟର ମଧ୍ୟ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.