ଲଦାଖ ସୀମାରେ ଶକ୍ତିଶାଳୀ ଅସ୍ତ୍ର ନିୟୋଜିତ କରି ଚୀନ ଦେଖାଉଥିଲା ଦବଙ୍ଗଗିରି, ଭାରତ ପୃଥ୍ଵୀ-2 ମିସାଇଲ ପରୀକ୍ଷଣ କରି ଦେଲା କଡ଼ା ଜବାବ

ଭାରତ ନିଜ ପରମାଣୁ କ୍ଷମତା ସମ୍ପର୍ଣ୍ଣ ପୃଥ୍ଵୀ- 2 ବାଲିଷ୍ଟିକ ମିସାଇଲର ପୁଣି ଥରେ ସଫଳ ପରୀକ୍ଷଣ କରି ଶତ୍ରୁପକ୍ଷଙ୍କୁ କଡା ଜବାବ ଦେଇଛି । ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଆରଡିଓ ଦ୍ୱାରା ନିର୍ମିତ ହୋଇଥିବା ସର୍ଟ ରେଞ୍ଜ ବାଲିଷ୍ଟିକ ମିସାଇଲର ଷ୍ଟ୍ରଟର୍ଜିକ ଫୋର୍ସ କମାଣ୍ଡ ବା ଏସଏଫସି ପକ୍ଷରୁ ପରୀକ୍ଷଣ କରାଯାଇଥିବା ଜଣାଯାଇଛି । ଡୋକଲାମ ସୀମାରେ ପରମାଣୁ ବମ୍ବର ପ୍ରସ୍ତୁତି କରିଥିବା ଚୀନ ପାଇଁ ଏହା ଏକ ଉଚିତ ଜବାବ ବୋଲି ଦେଶର ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ରଖିଛନ୍ତି । ଓଡିଶାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ସେଣ୍ଟରରୁ ଛଡାଯାଇଥିବା ଏହି ମିସାଇଲ ନିର୍ଦ୍ଧାରିତ ଲକ୍ଷକୁ ଭେଦ କରି ପାରିଥିବା ଜଣାଯାଇଛି । ଭୂପୃଷ୍ଠ ରୁ ଭୂପୃଷ୍ଠକୁ ବିଭେଦ କରିବା କ୍ଷମତା ରଖୁଥିବା ଏହି ମିସାଇଲ ପରମାଣୁ ହାତହତିୟାର ଗୁଡିକୁ ନିଜ ସହ ନେବାର କ୍ଷମତା ରଖିଛି ।

prithvi 2 new

ପାଖାପାଖି ଅଧା ଟନ ଓଜନର ପରମାଣୁ ବୋମା ବୋହିବାର କ୍ଷମତା ରଖୁଥିବା ଏହି ମିସାଇଲ ୧୫୦ କିମିରୁ ୬୦୦କିମି ପର୍ଯ୍ୟନ୍ତ ଭେଦ କରିପାରେ । କହିରଖିବା ଉଚିତ ହେବକି ଭାରତୀୟ ବାୟୁସେନା ଓ ସ୍ଥଳସେନା ଉଭୟେ ପୃଥ୍ଵୀ ମିସାଇଲକୁ ନିଜ ତାଲିକାରେ ସାମିଲ କରିସାରିଛନ୍ତି । କହିରଖିବା ଉଚିତ ହେବକି, ପୂର୍ବରୁ ଚୀନ ଲଦାଖର ପୂର୍ବବର୍ତ୍ତୀ ସୀମାରେ ଭାରତକୁ ଟାର୍ଗେଟ କରି ହଜାର ହଜାର ସଂଖ୍ୟକ ସେନା ନିଯୁକ୍ତ କରିଥିବା ବେଳେ ବର୍ତ୍ତମାନ ସମୟରେ ନିଜ ଏଚ-6 ପରମାଣୁ ବମ୍ବର ସମେତ କୄଯ ମିଶଇଲ ଆଦିକୁ ମୁତୟନ କରିବାରେ ଜୋର ଦେଉଛି । ଏହି ପରମାଣୁ ଗୁଡିକ ବିରାଟକାୟ ବିମାନ ଉପରେ ଖତରନାକ ଭାବେ ହମଲା କରିପାରିବ ।

ସୂଚନା ମୁତାବକ ଚୀନ ଏହି ସବୁ ବିନାଶକାରୀ ଅସ୍ତ୍ର ଗୁଡିକୁ ନିଜ ଗୋଲମୁଡ ଏୟାରବେଶରେ ମୁତୟନ କରୁଛି, ଯାହାକି ଭାରତ ସୀମା ଠାରୁ ମାତ୍ର ୧୧୫୦ କିମି ଦୂରରେ ଅବସ୍ଥିତ । ଏହା ପୂର୍ବରୁ ଏପରି ଘାତକ ହତିଆର ଗୁଡିକୁ ଅକ୍ସସାଇ ଚୀନର କାଶଗର ଏୟାରବେଶରେ ମୁତୟନ କରାଯାଇଥିଲା । ଯାହାରକ୍ଷମତା ୨୦୦ କିମି ପର୍ଯ୍ୟନ୍ତ ରହିଛି । ଯେବେକି ଭାରତ ପକ୍ଷରୁ ମୁତୟନ ହୋଇଥିବା ପୃଥ୍ଵୀ-2 ମିସାଇଲର କ୍ଷମତା ୩୫୦ କିମି ପର୍ଯ୍ୟନ୍ତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.