ଆଶ୍ଚର୍ଯ୍ୟ ! ଦାନ୍ତ ସଫା କରୁଥିବା ବେଳେ ଟୁଥବ୍ରସ ଗିଳିଦେଲେ ବ୍ୟକ୍ତି, ସର୍ଜରୀ ପରେ ପେଟରୁ ବାହାରିଲା ୧୯ ସେମିର ବ୍ରସ

ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଘଟଣା ଘଟୁଥିବା ସାମ୍ନାକୁ ଆସୁଛି। ୧୫ ସେପ୍ଟେମ୍ବରରେ ଏମିତି ଏକ ଘଟଣା ଘଟିଛି ଅରୁଣାଚଳ ପ୍ରଦେଶର ପିସାଘାଟ ସହରରେ। ଏଠାରେ ରହୁଥିବା ଜଣେ ବ୍ୟକ୍ତି ଦାନ୍ତ ଘଷୁଥିବା ବେଳେ ଭୁଲବଶତଃ ଟୁଥବ୍ରସକୁ ଗିଳିଦେଇଛନ୍ତି। ଖବରରୁ ଜଣାପଡିଛି, ବ୍ୟକ୍ତି ଜଣକ ପାଟିର ଶେଷ ଅର୍ଥାତ ତଣ୍ଟି ସଫା କରୁଥିବା ବେଳେ ୧୯ ସେମିର ବ୍ରସକୁ ଗିଳିଦେଇଥିଲେ। ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଏକ ସର୍ଜରୀ ପରେ ବ୍ରସକୁ ପେଟରୁ ବାହାର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବ୍ରସ ପ୍ରଥମେ ବ୍ୟକ୍ତିଙ୍କ ଗଳାରେ ଲାଖିଥିଲା ଏବଂ ପରେ ସିଧା ପେଟ ଭିତରକୁ ଚାଲିଯାଇଥିଲା। ଏ ନେଇ ସେ ପରିବାର ଲୋକଙ୍କୁ କହିବା ପରେ ପ୍ରଥମେ ତାଙ୍କୁ ସ୍ଥାନୀୟ ଏକ କ୍ଲିନିକ ଏବଂ ପରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଏକ୍ସରେ କରିଥିଲେ। କିନ୍ତୁ ରିପୋର୍ଟରେ ଟୁଥବ୍ରସ ଗଳା ଭିତରେ ଦେଖିବାକୁ ମିଳି ନ ଥିଲା।

jjb

ଏହାପରେ ଡାକ୍ତର କହିଥିଲେ କି ଟୁଥବ୍ରସ ପେଟ ଭିତରକୁ ଚାଲିଯାଇଛି। ତେବେ ବ୍ୟକ୍ତି ଜଣଙ୍କୁ ଏତେ କଷ୍ଟ ଅନୁଭବ ହୋଇ ନ ଥିଲା। ବାସ, ସେ ଟିକେ ଅସହଜ ଅନୁଭବ କରୁଥିଲେ। ପରେ ଡାକ୍ତର ଏକ ଛୋଟ ସର୍ଜରୀ କରି ଟୁଥବ୍ରସକୁ ବାହାର କରିଥିଲେ। ଅପରେସନ ପାଇଁ ମାତ୍ର ୩୦-୩୫ ମିନିଟ ସମୟ ଲାଗିଥିଲା। ତେବେ ଏହି ଘଟଣାକୁ ନେଇ ଡାକ୍ତର ମଧ୍ୟ ଚକିତ ହୋଇଯାଇଥିଲେ କି, କିପରି ଜଣେ ଲମ୍ବା ଟୁଥବ୍ରସକୁ ଗିଳିପାରିବ? ବର୍ତ୍ତମାନ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି। ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.