ଟେକ୍

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ Vivo V29 ଏବଂ V29 Pro, ରହିଛି ଭଲ ବ୍ୟାଟେରୀ ଓ ଫିଚର

Vivo V29 5G ଏବଂ V29 Pro 5G ଲଞ୍ଚ ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଛି । ତେବେ ଏହି ସ୍ମାଟଫୋନର ଫିଚର ସାମ୍ନାକୁ ଆସିଛି । ଖୁବଶୀଘ୍ର Vivo V29 5G ଏବଂ V29 Pro 5G ଭାରତରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହା ସହିତ ଫୋନର ମୂଲ୍ୟ ମଧ୍ୟ ଜଣା ପଡ଼ିଛି । ଏନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଅପକମିଂ ସ୍ମାର୍ଟଫୋନର ଡିଟେଲ୍ସ ମିଳିଛି । ଏହା ପୂର୍ବରୁ Vivo ଭାରତୀୟ ବଜାରରେ Vivo V29e ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଏହି ମୋବାଇଲର ଡିଜାଇନ୍‌ ଦମଦାର ଥିଲା । ତେବେ ଆସନ୍ତୁ ଜାଣିବା Vivo V29 5G ଏବଂ V29 Pro 5G ଭାରତରେ କେବେ ଲଞ୍ଚ ହେବ ।

91 ମୋବାଇଲ ରିପୋର୍ଟ ଅନୁସାରେ Vivo V29 5G ଏବଂ V29 Pro 5G କୁ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଲଞ୍ଚ କରାଯିବ । ଏବଂ ଗ୍ରାହକଙ୍କ ପାଇଁ ଏହା ଆକର୍ଷଣୀୟ କଲର ଅପ୍ସନରେ ଆସିବ ବୋଲି ଆଶା କରାଯାଉଛି । ତେବେ Vivo ତରଫରୁ Vivo V29 ସିରିଜର ଲଞ୍ଚିଂକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Vivo V29 5Gରେ ମିଳିବ ଏହି ଫିଚର :
Vivo V29ରେ 1.5K ରିଜୋଲ୍ୟୁସନ ସହିତ ଏକ AMOLED ଡିସପ୍ଲେ ରହିବ । ଏହାର ରିଫ୍ରେସ ରେଟ 120Hz ରହିବ । ଏହି ଫୋନରେ ସ୍ନାପଡ୍ରାଗନ୍ 778G ଚିପସେଟ, 12GB RAM ଏବଂ 256 GB ଷ୍ଟୋରେଜ୍ ମିଳିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ହ୍ୟାଣ୍ଡସେଟରେ 50MPର ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ମିଳିବାର ଆଶା କରାଯାଉଛି । ଏହି ମୋବାଇଲର ବ୍ୟାଟେରୀ 4,600mAh ରହିବ ଏବଂ ଏହା ଆଣ୍ଡ୍ରଏଡ୍ 13 ବେସଡ୍‌ FunTouch OS 13 ରେ କାମ କରିବ ।

ସେହିପରି ଭିଭୋ V29 Pro 5G ସ୍ମାର୍ଟଫୋନରେ 6.78 ଇଞ୍ଚର କର୍ଭଡ AMOLED ଡିସପ୍ଲେ ଦିଆଯିବ ବୋଲି କୁହାଯାଉଛି । ଏହାର ରିଜୋଲ୍ୟୁସନ 2800 x 1260 ପିକ୍ସେଲର ରହିବ । ଫଟୋଗ୍ରାଫି ପାଇଁ OIS ସପୋର୍ଟ କରୁଥିବା 50MP କ୍ୟାମେରା ମିଳି ପାରିବ । କିନ୍ତୁ ଫ୍ରଣ୍ଟ କ୍ୟାମେରାର ସୂଚନା ମିଳିନାହିଁ ।

ବ୍ୟାଟେରୀ ଡିଟେଲ୍ସ :
Vivo V29 Pro ସ୍ମାର୍ଟଫୋନରେ 4,600mAh ବ୍ୟାଟେରୀ ଦିଆଯାଇପାରିବ, ଯାହା 80Wର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଏହା ବ୍ୟତୀତ ଫୋନରେ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଏବଂ USB ଟାଇପ୍-ସି ପୋର୍ଟ ଭଳି ଫିଚର ରହିବ ।

ନିକଟରେ ଆସିଥିବା ମିଡିଆ ରିପୋର୍ଟ ଅନୁଯାୟୀ, ଭିଭୋ V29 5Gର ମୂଲ୍ୟ ପ୍ରାୟ ୩୨,୦୦୦ ଟଙ୍କା ରଖାଯିବ ବୋଲି ଆଶା କରାଯାଉଛି । ଏଥି ସହିତ ଏହାର ପ୍ରୋ ଭାରିଆଣ୍ଟ V29 Pro 5G ର ମୂଲ୍ୟ 50 ହଜାରରୁ କମ୍ ହେବ ବୋଲି କୁହାଯାଉଛି ।

Subhalaxmi Das

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

28 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

42 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

57 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago