ଟେକ୍

ଲଞ୍ଚ ହେଲା Vivoର ଶସ୍ତା 5 ଜି ଫୋନ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

Vivo ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ Y ସିରିଜର ଏକ ନୂଆ ସ୍ମାର୍ଟଫୋନ୍ Vivo Y28 5G ଲଞ୍ଚ କରିଛି । Vivo Y27ର ଏହି ଅପଗ୍ରେଡ୍ ମଡେଲରେ କମ୍ପାନୀ ମିଡିଆ ଟେକ୍ ପ୍ରୋସେସର୍, ପାଓ୍ଵାରଫୁଲ୍‌ ବ୍ୟାଟେରୀ ଏବଂ ୫୦ ମେଗାପିକ୍ସେଲ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଭଳି ଫିଚର ଦେଇଛି ।

Vivo Y28 5G ସ୍ମାର୍ଟଫୋନରେ ୮ GB RAM ରହିଛି, କିନ୍ତୁ ଆପଣ ୮ GB ଭର୍ଚୁଆଲ୍ RAM ସାହାଯ୍ୟରେ ଷ୍ଟୋରେଜକୁ ୧୬ GB ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଭର୍ଚୁଆଲ୍ RAM ଫିଚର ଆପଣଙ୍କ ଫୋନର ଖାଲି ଷ୍ଟୋରେଜ୍ ବ୍ୟବହାର କରି ଆପଣଙ୍କ ଫୋନର RAM ବଢ଼ାଇବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଏହି ଲାଟେଷ୍ଟ Vivo ସ୍ମାର୍ଟଫୋନର ମୂଲ୍ୟ କେତେ ରହିଛି ।

ଏହି Vivo ମୋବାଇଲ୍ ଫୋନର ତିନୋଟି ଭାରିଆଣ୍ଟ ଅଛି, ୪ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା, ୬ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୫,୪୯୯ ଟଙ୍କା ଏବଂ ୮ GB RAM / ୧୨୮ GB ଭାରିଆଣ୍ଟ ପାଇଁ ଆପଣଙ୍କୁ ୧୬,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ସ୍ମାର୍ଟଫୋନକୁ ଆପଣ କମ୍ପାନୀର ଅଫିସିଆଲ୍ ସାଇଟ୍ ବ୍ୟତୀତ ଆମାଜନ, ରିଲାଏନ୍ସ ଡିଜିଟାଲ୍, କ୍ରୋମ୍ ଏବଂ ଜିଓ ମାର୍ଟରୁ ମଧ୍ୟ କିଣି ପାରିବେ ।

Vivo Y28 5G ସ୍ପେସିଫିକେସନ୍‌ :
ଡିସପ୍ଲେ : ୯୦ Hz ରିଫ୍ରେସ ରେଟ ସପୋର୍ଟ ସହିତ, ଏହି ଫୋନରେ ୬.୫୬ ଇଞ୍ଚ IPS LCD ଡିସପ୍ଲେ ରହିଛି ଯାହା HD ପ୍ଲସ୍ ରିଜୋଲ୍ୟୁସନ ଦେଇଥାଏ ।
ଚିପସେଟ: ସ୍ପିଡ୍‌ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଭିଭୋ ଫୋନ୍ ରେ ମିଡିଆ ଟେକ୍ ଡାଇମେନ୍ସିଟି ୬୦୨୦ ପ୍ରୋସେସର ସହିତ ଗ୍ରାଫିକ୍ସ ପାଇଁ ମାଲି G57 GPU ବ୍ୟବହାର କରାଯାଇଛି ।
କ୍ୟାମେରା ସେଟଅପ୍: ରିୟରରେ ୫୦MP ପ୍ରାଇମେରୀ କ୍ୟାମେରା ସେନ୍ସର, ୨ MP ସେକେଣ୍ଡାରୀ କ୍ୟାମେରା ସହିତ ସେଲଫି ପାଇଁ ଆଗରେ ୮ MP କ୍ୟାମେରା ସେନ୍ସର ଦିଆଯାଇଛି ।
ବ୍ୟାଟେରୀ : ଫୋନକୁ ଭଲ ଭାବେ ବ୍ୟବହାର କରାଯିବା ପାଇଁ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି ଯାହା ୧୫ ୱାଟ ଫାଷ୍ଟ ଚାର୍ଜିଂ କୁ ସପୋର୍ଟ କରେ ।
କନେକ୍ଟିଭିଟି: ଏହି ନୂଆ ଭିଭୋ ଫୋନରେ ୱାଇ-ଫାଇ, ଡୁଆଲ୍ ସିମ୍, 5 ଜି ସପୋର୍ଟ, ଜିପିଏସ୍, ବ୍ଲୁଟୁଥ୍ ଭର୍ସନ୍ ୫.୧ ଏବଂ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

Subhalaxmi Das

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

16 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

43 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

60 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago