ଦେଶ ବିଦେଶ

ସଲମାନଙ୍କ ଫାର୍ମ ହାଉସ୍‌ରେ ଜବରଦସ୍ତ ପଶିବାକୁ ଚେଷ୍ଟା; ୨ ଜଣଙ୍କୁ ଗିରଫ କଲା ପୋଲିସ, ନକଲି ପରିଚୟ ପତ୍ର ଜବତ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ପନ୍‌ଭେଲସ୍ଥିତ ଫାର୍ମ ହାଉସ୍‌ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍‌ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ବ୍ୟକ୍ତିଦ୍ୱୟ ସଲମାନଙ୍କ ଫାର୍ମ ହାଉସ୍‌ର ତାରବାଡ଼ ଭାଙ୍ଗି ଭିତରେ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ଅଭିନେତା ଫାର୍ମ ହାଉସ୍‌ରେ ନ ଥିଲେ । ଏବେ ପୋଲିସ ସେମାନଙ୍କୁ ଗିରଫ କରିନେଇଛି ।

ପୋଲିସ କହିଛି, ଗିରଫ ବ୍ୟକ୍ତିମାନଙ୍କ ଗତିବିଧି ସନ୍ଦେହଜନକ ଥିଲା । କିନ୍ତୁ ପଚରାଉଚରା ବେଳେ ସେମାନେ ପୋଲିସକୁ ସଲମାନ ଖାନଙ୍କ ଫ୍ୟାନ୍‌ ବୋଲି କହିଛନ୍ତି । ପୋଲିସ ଉଭୟଙ୍କ ପାଖରୁ ନକଲି ଆଇଡି କାର୍ଡ ଜବତ କରିଛି । ଯଦିଓ ସେମାନଙ୍କ ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ । ପୋଲିସ ଏହି ମାମଲାର ତଦନ୍ତ କରୁଛି ।

ପୋଲିସ ସୂଚନା ମୁତାବକ, ଗିରଫ ବ୍ୟକ୍ତିଦ୍ୱୟ ହେଲେ, ଅଜେଶ କୁମାର ଗିଲ୍‌ ଓ ଗୁରୁସେବକ । ପଚରାଉଚରାରୁ ସେମାନେ ପଞ୍ଜାବ ଏବଂ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି । ଏବେ ପୋଲିସ ସେମାନଙ୍କୁ ଆହୁରି ପଚରାଉଚରା ଜାରି ରଖିଛି ଏବଂ ସଲମାନଙ୍କ ଫାର୍ମ ହାଉସ୍‌ ଭିତରେ ପଶିବାର ପ୍ରକୃତ କାରଣ ବିଷୟରେ ଜାଣିବାକୁ ଚେଷ୍ଟା ଚଳାଇଛି । ଏହାସହିତ ପୋଲିସ ନକଲି ଆଇଡି କାର୍ଡ ମିଳିବା କାରଣରୁ ଉଭୟଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

ସୂଚନାଥାଉ କି, ଗତବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଲମାନଙ୍କୁ ଅନେକ ବାର ହତ୍ୟା ଧମକ ଦେଇଥିଲା, ଯେଉଁ କାରଣରୁ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଥିଲା । ସଲମାନ ଖାନଙ୍କୁ ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ମିଳିଥିଲା ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

10 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago