Categories: ଟେକ୍

ହଁ ନାଁ ଭିତରେ ପବଜି ଗେମ୍: ଇରାକରେ ଏହି ଗେମ୍ ବିରୋଧରେ ହେଲା ମତ ଏପଟେ ନେପାଳ ସୁପ୍ରିମକୋର୍ଟ ରୋକ୍ ନଲଗାଇବାକୁ ଦେଲେ ନିର୍ଦ୍ଦେଶ

ବର୍ତ୍ତମାନ ଅନଲାଇନ ମୋବାଇଲ ଗେମ୍ ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ମଧ୍ୟରେ ଅନଲାଇନ ଗେମ୍ ପବଜି ଖୁବ ଲୋକପ୍ରିୟ ହେବା ମଧ୍ୟରେ ପିଲାମାନଙ୍କ ମସ୍ତିଷ୍କରେ ଏହା ପ୍ରତିକୂଳ ପ୍ରଭାବ ପକାଉଛି। ଏହାକୁ ଦେଖି କିଛି ଦେଶ ମଧ୍ୟ ଏହି ମୋବାଇଲ ଗେମ୍ ରେ ରୋକ ଲଗାଯାଇଛି। ନେପାଳ ପରେ ବର୍ତ୍ତମାନ ଇରାକରେ ଏହି ଗେମ୍ ଉପରେ ରୋକ ଲଗାଯାଇଛି। ଇରାକ ସରକାର ଏହି ମୋବାଇଲ ଗେମ୍ ରେ ରୋକ ଲଗାଇବା ପକ୍ଷରେ ଭୋଟ କରିଛନ୍ତି। ଏହାକୁ ନେଇ ସଂସଦରେ କରାଯାଇଥିବା ଭୋଟିଂ ଜରିଆରେ ବ୍ୟାନ କରିବା ସମର୍ଥନରେ ସାଂସଦ ମତଦାନ ଦେଇଛନ୍ତି।

ପବଜି ବ୍ୟତୀତ ଅନ୍ୟ ଏକ ଅନଲାଇନ ଗେମ୍ କୁ ବ୍ୟାନ କରାଯାଇଛି। ଇରାକ ସରକାରଙ୍କ ମତ ଅନୁଯାୟୀ ହିଂସାରେ ପୂର୍ଣ୍ଣ ଏହି ମୋବାଇଲ ଗେମ ଦେଶର ସଂସ୍କୃତି, ସୁରକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। କେବଳ ଏତିକି ନୁହେଁ, ଏହାର ନକରାତ୍ମକ ପ୍ରଭାବ ମଧ୍ୟ ଛୋଟ ପିଲା ଏବଂ ଯୁବକମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଉପରେ ପଡୁଛି।

ନେପାଳର ସୁପ୍ରିମ କୋର୍ଟ ନିଜର ଅନ୍ତରିମ ଉପଦେଶରେ ଅନଲାଇନ ମୋବାଇଲ ଗେମ ପବଜିରେ ରୋକ ନଲଗାଇବା ପାଇଁ ଆଦେଶ ଦେଇଛନ୍ତି। ନେପାଳ ଦୂରସଂଞ୍ଚାର ପ୍ରାଧିକରଣ ୧୧ ଏପ୍ରିଲରେ ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାତା କମ୍ପାନୀକୁ ପବଜି ସୱରରୁ ଉତ୍ପନ୍ନ ଇଣ୍ଟରନେଟ ସେବା ଗୁଡିକ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣିରେ ଜଷ୍ଟିସ୍ ଇଶ୍ବର ପ୍ରସାଦ ଖାଟୀୱାଡା ନେପାଳ ସରକାର ଏବଂ ସମ୍ବଧିତ ବିଭାଗକୁ ନୋଟିସ୍ ଜାରି କରିବା ସହ ପବଜି ଗେମ୍ ଉପରେ ଜବାବ ମାଗିଛନ୍ତି। ଏଥିସହ ସୁପ୍ରିମ କୋର୍ଟ କାଠମାଣ୍ଡୁ ଜିଲ୍ଲା ଅଦାଲତରେ ପବଜି ଗେମ୍ ବ୍ୟାନ କରିବା ଆଦେଶରେ ରୋକ ଲଗାଇଛନ୍ତି।

ତେଲେଙ୍ଗାନାର ନିଜୋମାବାଦ ଜିଲ୍ଲାରେ ନବମ ଶ୍ରେଣୀର ଜଣେ ଛାତ୍ର ଗତ ସପ୍ତାହର ଗୁରୁବାର ଦିନ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ରେୟସଙ୍କୁ ଅନଲାଇନ ମୋବାଇଲ ଗେମ୍ ପବଜିର ଖେଳିବାର ଅଭ୍ୟାସ ଲାଗିଯାଇଥିଲା, ଯାହା ଦ୍ବାରା ସେ ଅଧିକ ସମୟ ଗେମ୍ ରେ ବିତାଉଥିଲେ। ଯାହା ଦ୍ବାରା ତାଙ୍କ ମା-ବାପା ଆକଟ କରିବାରୁ ସେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି।

KNews Bureau

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

4 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

7 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

19 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

38 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

41 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

48 mins ago