ଟେକ୍

ହ୍ଵାଟ୍ସଆପକୁ ଟକ୍କର ଦେବାକୁ ଆସିଲା GB WhatsApp, ଜାଣନ୍ତୁ ଏହା କେତେ ସୁରକ୍ଷିତ ରହିବ ଆପଣଙ୍କ ପାଇଁ

କଣ ଆପଣ କେବେ GB WhatsApp ବିଷୟରେ ଶୁଣିଛନ୍ତି? ଶୁଣି ହିଁ ତ ଥିବେ, କାହିଁକିନା ଏକ ସମୟ ଥିଲା ଯେତେବେଳେ ଏହି ଆପ୍‌ ବହୁତ ପ୍ରଚଳିତ ଥିଲା। ଲୋକମାନେ ଏହି ଆପକୁ ବହୁତ ଡାଉନଲୋଡ କରିଥିଲେ। ଏହି ଆପରେ ହ୍ଵାଟ୍ସଆପ୍‌ ଠାରୁ ଅଧିକ ଫିଚର୍ସ ଦିଆଯାଇଥିଲା, ଯାହା ୟୁଜର୍ସଙ୍କୁ ବହୁତ ମାତ୍ରାରେ ଫାଇଦା ଯୋଗାଉଥିଲା। କିନ୍ତୁ ସମୟ ସହିତ ଜିବି ହ୍ଵାଟ୍ସଆପକୁ ଲୋକମାନେ ଅନଇନଷ୍ଟଲ କରିବା ଆରମ୍ଭ କରିଦେଲେ ଏବଂ କିଛି ସମୟ ମଧ୍ୟରେ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ମଧ୍ୟ ବ୍ୟାନ୍‌ କରିଦିଆଗଲା। କିନ୍ତୁ ଆଜି ବି ଏହାକୁ ଏପିକେ ଫାଇଲ ଜରିଆରେ ଡାଉନଲୋଡ କରାଯାଇପାରେ। ଅନେକ ଲୋକ ଆଜି ବି ଏହାର ବ୍ୟବହାର କରୁଛନ୍ତି। କିନ୍ତୁ କଣ ଜିବି ହ୍ଵାଟ୍ସଆପ୍‌ ସୁରକ୍ଷିତ ଏବଂ କଣ ଏହି ଆପ୍‌ ଡିଭାଇସ ଏବଂ ଡାଟା ପାଇଁ ଠିକ୍‌ ରହିବ। ତେବେ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେବୁ।

ପ୍ରଥମେ ଆସନ୍ତୁ ଜାଣିବା କଣ ଏହି GB WhatsApp

ଏହି ଆପର ଚର୍ଚ୍ଚା ବହୁତ ସମୟ ଧରି ହୋଇଆସୁଛି। ଏଥିପାଇଁ ଏହା ଜାଣିବା ବହୁତ ଜରୁରୀ ଯେ କଣ ଏହି ଆପ୍‌ ଆପଣଙ୍କ ପାଇଁ ଏକ ସୁରକ୍ଷିତ ଅପ୍ସନ। ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପ୍‌ ହ୍ଵାଟ୍ସଆପର ନୂଆ ଭର୍ସନ ନୁହେଁ। ଏହା ଏକ କ୍ଲୋନ୍‌ ଆପ୍‌। ଏଥିରେ ହ୍ଵାଟ୍ସଆପ୍‌ ଠାରୁ ଅଧିକ ଫିଚର୍ସ ୟୁଜର୍ସଙ୍କୁ ମିଳିଥାଏ। ହ୍ଵାଟ୍ସଆପ୍‌ ଭଳି ଏଥିରେ ମ୍ୟାସେଜିଙ୍ଗ, ଚାଟିଙ୍ଗ, ଭିଡିଓ କଲିଙ୍ଗ ଭଳି ସୁବିଧା ତ ମିଳିଥାଏ, ତାସହିତ ଏଥିରେ ଅନେକ ଫିଚର୍ସ ମଧ୍ୟ ଦିଆଯାଇଥାଏ।

ଏହି ଆପକୁ ଆପଣ ନିଜ ହିସାବରେ ମଧ୍ୟ କଷ୍ଟମାଇଜ କରିପାରିବେ। ଏହାବ୍ୟତୀତ ଅଟୋ ରିପ୍ଲାଏ, ଡିଏନଡି, ଚ୍ୟାନେଲ ମ୍ୟାସେଜ, ଡାଉନଲୋଡ ଷ୍ଟାଟସ, ଭାଷ୍ଟ ଥିମ୍ସ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି। ଏହି ଫିଚର୍ସକୁ ଦେଖି ୟୁଜର୍ସଙ୍କୁ ଲାଗିଥାଏ ଯେ ଏହି ଆପ୍‌ ହ୍ଵାଟ୍ସଆପ୍‌ ଠାରୁ ବହୁତ ବଢ଼ିଆ ବୋଧହୁଏ, କିନ୍ତୁ ନା ଏପରି ନୁହେଁ। ଜିବି ହ୍ଵାଟ୍ସଆପ୍‌ ବହୁତ ହି ଖତରନାକ। ଆସନ୍ତୁ ଜାଣିବା କେମିତି।

କେତେ ସୁରକ୍ଷିତ GB WhatsApp ଜାଣନ୍ତୁ?

ଏବେ ଏହି ଆପରେ ଫିଚର୍ସ ତ ଆପଣଙ୍କୁ ହ୍ଵାଟ୍ସଆପ ଭଳି ମିଳିଯିବ, କିନ୍ତୁ ଏହା ଆପଣଙ୍କ ପାଇଁ କେତେ ସୁରକ୍ଷିତ ତାହା ଜାଣିବା। ଧ୍ୟାନ ଦିଅନ୍ତୁ ଯେ ଏହାକ ଡାଉନଲୋଡ ଏବଂ ଇନଷ୍ଟଲ କରିବା ବହୁତ ଖତରନାକ ହୋଇଥାଏ। ଯଦି ଆପଣ ଜିବି ହ୍ଵାଟ୍ସଆପର ବ୍ୟବହାର ଏହା ପରେ ମଧ୍ୟ କରୁଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ଅରିଜିନାଲ ହ୍ଵାଟ୍ସଆପ ଆକାଉଣ୍ଟରୁ ବ୍ଲକ କରିଦେଇଦିଆଯିବ। ଆପଣଙ୍କୁ ଏହା ମଧ୍ୟ କହି ରଖିବାକୁ ଚାହିଁବୁ ଯେ ଆପଣଙ୍କ ବ୍ୟକ୍ତିଗତ ଡିଟେଲ୍ସ ମଧ୍ୟ ଏଥରେ ଦେବାକୁ ପଡିଥାଏ। ଯାହାକୁ ହ୍ୟାକ କରିବା ବହୁତ ସହଜ ହୋଇଥାଏ। ଏହି ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ବି ଉପଲବ୍ଧ ନାହିଁ। ଏହାକୁ ଡାଉନଲୋଡ୍‌ କରିବା ପାଇଁ ଏପିକେ ଫାଇଲ ଡାଉନଲୋଡ କରିବାକୁ ହୋଇଥାଏ। ଏମିତି ବି ଯେଉଁ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ନାହିଁ, ତାକୁ ସେଫଟି ଆପ୍‌ ବୋଲି ଧରାଯାଏନାହିଁ।

 

Pritiparna

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

4 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

39 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

41 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

45 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

50 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

53 mins ago