ମନୋରଂଜନ

ବିଜୟ ଦେବରକୋଣ୍ଡାକୁ ଲାଗିଲା ବଡ଼ ଝଟକା: ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ‘ଲାଇଗର’, ମେକର୍ସଙ୍କୁ ଫେରାଇବେ ଏତିକି କୋଟି

ତେଲୁଗୁ ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ‘ଲାଇଗର୍’ ବିଷୟରେ ବହୁତ ଚର୍ଚ୍ଚା ସୃଷ୍ଟି ହୋଇଥିଲା ଫିଲ୍ମ ବକ୍ସ ଅଫିସରେ ପୂରାପୁରି ଫ୍ଲପ୍‌ ହୋଇଛି। ଏହି ଚଳଚ୍ଚିତ୍ରଟି ଏକ ବୃହତ ବଜେଟରେ ନିର୍ମିତ ହୋଇଥିଲା ଏବଂ ଏହାର କାଷ୍ଟ ଦେଶର ବିଭିନ୍ନ ସ୍ଥାନରେ ପ୍ରମୋଟ୍ ହୋଇଥିଲା କିନ୍ତୁ ଯେତେବେଳେ ଏହା ରିଲିଜ୍ ହେଲା ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହିନ୍ଦୀ ସଂସ୍କରଣ ଆହୁରି ଖରାପ ଥିଲା। ହିନ୍ଦୀ ଭର୍ସନରେ ଏହି ଫିଲ୍ମ ପ୍ରଥମ ସପ୍ତାହରେ ମାତ୍ର ୧୮ କୋଟି କଲେକସନସ୍‌ କରିଥିଲା।ବର୍ତ୍ତମାନ ରିପୋର୍ଟ ହୋଇଛି ଯେ ବିଜୟ ଦେବରାକୋଣ୍ଡା ଏହି କ୍ଷତି ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

‘‘ଲାଇଗର୍’ର ବଜେଟ୍ ପ୍ରାୟ ୧୦୦ କୋଟି ହେବ ବୋଲି କୁହାଯାଇଥିଲା। ଏହି ଫିଲ୍ମ ସାରା ବିଶ୍ୱରେ ୬୬.୮୯ କୋଟି ସଂଗ୍ରହ କରିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମ ସଫଳ ନହେଲେ ବିଜୟ ତାଙ୍କ ଫିସରୁ ନିର୍ମାତାଙ୍କୁ ୬କୋଟି ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁରୀ ଜଗନ୍ନାଥ। ଲାଇଗର ଫ୍ଲପ ହେବା ପରେ ବିଜୟ ଦେବରକୋଣ୍ଡାଙ୍କୁ ଲାଗିଛି ଜୋରଦାର ଝଟକା । ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ଜନ ଗଣ ମନ ବନ୍ଦ ହେବାର ଖବର ଆସୁଛି । କାରଣ ଏହା ୨୦୦କୋଟି ଟଙ୍କାର ପ୍ରୋଜେକ୍ଟ ଏବଂ ଏହାକୁ ପ୍ୟାନ ଇଣ୍ଡିଆ ଲେବୁଲରେ ପ୍ରସ୍ତୁତ କରାଯିବାର ଯୋଜନା ଥିଲା । ଲାଇଗରର ପ୍ରଯୋଜଙ୍କ ମଧ୍ୟରୁ ଜଣେ ପୁରୀ ଜଗନ୍ନାଥ ବି ଥିଲେ ଏବଂ ସେ ଏହି ଫିଲ୍ମର ରିଲିଜ ପରେ ତୁରନ୍ତ ଜନ ଗଣ ମନର ସୁଟିଂର ପ୍ରସ୍ତୁତିରେ ଥିଲେ ।

ଲାଇଗରରେ ବିଜୟଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବ୍ୟତୀତ ରାମିଆ କୃଷ୍ଣନ୍ ଏବଂ ରୋନିତ୍‌ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫିଲ୍ମରେ ସେ କେବଳ ବିଜୟ ଦେବରକୋଣ୍ଡାଙ୍କ ଲାଗି ବଲିଉଡ଼ରେ ଏବଂ ଅନନ୍ୟା ପାଣ୍ଡେଙ୍କ ଲାଗି ସାଉଥ ଫିଲ୍ମରେ ସ୍ଥାନ ବନାଇବାକୁ ଚାହୁଁଥିଲେ ।

Barsha

Recent Posts

ରଜରେ କୁମାରୀ ବେଶରେ ଦର୍ଶନ ଦେଲେ ମା’ ବାଲି ହରଚଣ୍ଡୀ, ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା

ବ୍ରହ୍ମଗିରି(କେନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ବାଲି ହରଚଣ୍ଡିଙ୍କ ପୀଠରେ ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ…

8 mins ago

ରାଜ୍ୟରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

9 mins ago

ଟି୨୦ ବିଶ୍ୱକପ ୨୦୨୪: ଭାରତ ବନାମ କାନାଡା, ପଡିପାରେ ବର୍ଷା ପ୍ରଭାବ

ଭାରତ ଏବଂ କାନାଡା ମଧ୍ୟରେ ଆଜି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ । ଭାରତ ଟି୨୦ ବିଶ୍ୱକପରେ ୩ଟି ମ୍ୟାଚ…

13 mins ago

ଛତିଶଗଡ଼: ନାରାୟଣପୁରରେ ପୋଲିସ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିପାତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । କୁତୁଲ…

37 mins ago

କାଉ ବଂଶ ଲୋପ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନିଆ ସରକାର, ଜାଣନ୍ତୁ କାହିଁକି

ଭାରତୀୟ କାଉଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି କେନିଆ ସରକାର । କେନିଆ ବନ୍ୟପ୍ରାଣୀ ସେବା (କେଡବ୍ଲ୍ୟୁଏସ୍) କହିଛି ଯେ…

55 mins ago

ନିଟ୍‌ ପେପର ଲିକ୍‌ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍‌ ପେପର ଲିକ୍‌ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି…

1 hour ago