ଦେଶ ବିଦେଶ

ନିଟ୍‌ ପେପର ଲିକ୍‌ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍‌ ପେପର ଲିକ୍‌ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି । ପେପର ଲିକ୍‌ ମାମଲାରେ ଯାଞ୍ଚ କରୁଥିବା EOU ସମସ୍ତ ପରୀକ୍ଷାର୍ଥୀଙ୍କୁ ନିଜ ଅଭିଭାବକ ସହିତ ପଚରାଉଚରା ପାଇଁ କାର୍ଯ୍ୟାଳୟ ଆସିବାକୁ କୁହାଯାଇଛି । ଯେଉଁ ପରୀକ୍ଷାର୍ଥୀଙ୍କୁ ନୋଟିସ ପଠାଯାଇଛି, ସେମାନେ ୫ ମଇରେ ନିଟ୍‌ ପରୀକ୍ଷା ଦେଇଥିଲେ । ଏମାନେ ସମସ୍ତେ ବିହାରର ଅଲଗା ଅଲଗା ଜିଲ୍ଲାର ବୋଲି ଜଣାପଡିଛି । ତେବେ ନିଟ୍‌ ପେପର ଲିକକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି ।

ପୋଲିସ ଏବେ ଛାନଭିନରେ ୧୩ ଜଣ ପରୀକ୍ଷାର୍ଥୀଙ୍କ ରୋଲ ନଂ କୋଡ୍‌ ମିଳିଛି । ଏଥିରୁ ୪ ଜଣଙ୍କୁ ପେପର ଲିକ୍‌ ମାମଲାରେ ଗିରଫ କରିଛି । ଅନ୍ୟ ୯ ଜଣଙ୍କ ବିଷୟରେ ଜାଣିବା ପାଇଁ ଏନଟିଏଙ୍କୁ ଚିଠି ଲେଖିଛି । EOU ଡିଆଇଜି ମାନବଜିତ ସିଂ ଢିଲ୍ଲୋନଙ୍କ ମୁତାବକ ଏନଟିଏ ନିଜ ଜବାବରେ ମାଗିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପଠାଇଥିଲା ।

ପେପର ଲିକ୍‌ ମାମଲାରେ ଯାଞ୍ଚ କରୁଥିବା EOU କୁ ଆଡମିଟ୍‌ କାର୍ଡ ଜରିଆରେ ପରୀକ୍ଷାର୍ଥୀଙ୍କ ମୋବାଇଲ ନମ୍ବର ଏବଂ ଠିକଣା ବିଷୟରେ ଜଣାପଡିଥିଲା । ସେମାନଙ୍କ ଠିକଣାରେ ନୋଟିସ ପଠାଇ ପରୀକ୍ଷାର୍ଥୀଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।

ସେହିପରି ମେ’ ୯ ରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଗୋଧ୍ରା ସ୍ଥିତ ଏକ ବିଦ୍ୟାଳୟରେ ଏହି ମାମଲା ସାମ୍ନାକୁ ଆସିଥିଲା ଯାହା NEET-UG ପରୀକ୍ଷା ପାଇଁ ସେଣ୍ଟର କରାଯାଇଥିଲା । ମେଡିକାଲ କଲେଜରେ ଆଡମିଶନ ପାଇଁ କିଛି ଲୋକ ଭୁଲ କାମ କରୁଛନ୍ତି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଗୁପ୍ତ ସୂଚନା ପାଇଥିଲେ । ଏହାପରେ ମେ ମେଡିକାଲ କଲେଜରେ ଆଡମିଶନ ପାଇଁ କରାଯାଇଥିବା ପରୀକ୍ଷାରେ ଉପସ୍ଥିତ ଅଭ୍ୟାର୍ଥୀଙ୍କୁ ଅଟକ ରଖାଯାଇଥିଲା ।

ନିଟ୍ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇବା ପାଇଁ ସହାୟତା ଯୋଗାଇବା ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି । ଗୋଧ୍ରା ଅଞ୍ଚଳରେ ଥିବା ଏକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ୨୭ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ୧୦ ଲକ୍ଷ ଲେଖାଏଁ ଲାଞ୍ଚ ନେଇ ଏମାନେ ନିଟ୍ ପରୀକ୍ଷାରେ ସେମାନଙ୍କୁ ପାସ୍‌ କରାଇବା ଲାଗି ସହାୟତା ଯୋଗାଇଥିବା ଅଭିଯୋଗ ହୋଇଥିଲା ।

Swagatika

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

26 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

28 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

32 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

37 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

40 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

52 mins ago