ବଲାଙ୍ଗିର(କେନ୍ୟୁଜ୍): ଜେଜେମା’ ପରେ ପରେ ଆଖି ବୁଜିଲା ନାତି । ଗତକାଲି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଜେଜେମା’ଙ୍କ ମୃତ୍ଯୁ ହୋଇଥିବାବେଳେ,ଆଜି ସକାଳେ ନାତିର ମୃତ୍ଯୁ ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଏବେ ଗାଁରେ ଖେଳି ଯାଇଛି ଶୋକର ବାତାବରଣ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ।
ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ଏହି ଗାଁରେ ମଧ୍ଯ ଝାଡ଼ାବାନ୍ତି ବ୍ଯାପି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ଘରର ଜେଜେମା ଓ ନାତି ଆଖିବୁଜିବା ପରେ ଏବେ ସଭିଏଁ ସ୍ତବ୍ଧ। ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ ୧୧ ବର୍ଷୀୟ ନାତି ବବଲୁ । ଗତ ଗଣେଶ ପୂଜା ଦିନଠୁ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି। କହିବାକୁ ଗଲେ ପରିବାର ଉଜାଡ଼ି ଦେଇଛି ଏହି ଝାଡ଼ାବାନ୍ତି ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…