Below header

ଝାଡ଼ାବାନ୍ତି ନେଲା ଜୀବନ: ଜେଜେମା’ ପରେ ପରେ ଆଖି ବୁଜିଲା ନାତି

ବଲାଙ୍ଗିର(କେନ୍ୟୁଜ୍): ଜେଜେମା’ ପରେ ପରେ ଆଖି ବୁଜିଲା ନାତି । ଗତକାଲି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଜେଜେମା’ଙ୍କ ମୃତ୍ଯୁ ହୋଇଥିବାବେଳେ,ଆଜି ସକାଳେ ନାତିର ମୃତ୍ଯୁ ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଏବେ ଗାଁରେ ଖେଳି ଯାଇଛି ଶୋକର ବାତାବରଣ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ।

ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି  ବ୍ୟାପିବାରେ ଲାଗିଥିବା ବେଳେ ଏହି ଗାଁରେ ମଧ୍ଯ ଝାଡ଼ାବାନ୍ତି  ବ୍ଯାପି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ଘରର  ଜେଜେମା ଓ ନାତି ଆଖିବୁଜିବା ପରେ ଏବେ ସଭିଏଁ ସ୍ତବ୍ଧ। ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ ୧୧ ବର୍ଷୀୟ ନାତି ବବଲୁ । ଗତ ଗଣେଶ ପୂଜା ଦିନଠୁ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି। କହିବାକୁ ଗଲେ ପରିବାର ଉଜାଡ଼ି ଦେଇଛି ଏହି ଝାଡ଼ାବାନ୍ତି ।

ଯାହା ସୂଚନା ମିଳିଛି, ଏହି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ବି ୨୦ ଜଣ ଆକ୍ରାନ୍ତ ଗାଁରେ ଚିକିତ୍ସିତ ହେଉଥିବା ସହିତ  ୧୦ ଗୁରୁତରଙ୍କୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.