ମାଆ ମାଣିକେଶ୍ୱରିଙ୍କ ପୀଠରେ ନବାନ୍ନ ଭୋଗ ଲାଗି, ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମାଆ ମାଣିକେଶ୍ୱରିଙ୍କ ପୀଠରେ ନବାନ୍ନ ଭୋଗ ଲାଗି ପାଇଁ ଚଳଚଞ୍ଚଳ ଭବାନିପାଟଣା ସହର । କଳାହାଣ୍ଡି ଜିଲ୍ଲାରେ ନୁଅାଁଖାଇର ଏକ ଭିନ୍ନ ପରମ୍ପରା ରହିଛି । ଏଠାରେ ପର୍ଯ୍ଯାୟକ୍ରମେ ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି ।

ସପ୍ତପୁରି ଅମାବାସ୍ୟା ପ୍ରତିପଦା ଦିନ ଜିଲ୍ଲାର କେସିଂଗାଁ ବ୍ଲକ ବାହାଦୁର ପଦର ଗାଁରେ ପ୍ରଥମେ ନବାନ୍ନ ଭକ୍ଷଣ ହୋଇଥିବା ବେଳେ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ସମେତ ଜିଲ୍ଲାର ଗ୍ରାମାଞ୍ଚଳ ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି । ଗଡଜାତ ଅଞ୍ଚଳ ଥୁଆମୁଳ ରାମପୁର, ମଦନପୁର ରାମପୁର, ଲାନଜିଗଡ, କର୍ଲାପାଟ, ଜୟପାଟଣା ଭଳି ଅଞ୍ଚଳ ଲୋକେ ଭାଦ୍ରବ ଶୁକ୍ଲପକ୍ଷ ଦଶମି ତିଥିରେ ନବାନ୍ନ ଭକ୍ଷଣ କରିବା ପରମ୍ପରା ରହିଛି ।

ଭାଦ୍ରବ ମାସ ଶୁକ୍ଲପକ୍ଷ ଦଶମି ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବି ମାଆ ମାଣିକେଶ୍ୱରିଙ୍କ ପୀଠରେ ନବାନ୍ନ ଭୋଗ ଲାଗି ପରେ ଏହି ଗଡଜାତ ଅଞ୍ଚଳର ଲୋକେ ନବାନ୍ନ ଭକ୍ଷଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.