ଟେକ୍

ହ୍ଵାଟ୍ସଆପ୍‌ ଲଞ୍ଚ କରିବ ନୂଆ ଫିଚର୍ସ, ଏଣିକି ୟୁଜର୍ସ ମାନେ UPI Payments କଲେ ପାଇବେ ଅଫର

ହ୍ଵାଟ୍ସଆପ୍‌ ଏହାର ୟୁଜର୍ସ ମାନଙ୍କ ପାଇଁ ଏକ ଭଲ ଫିଚର୍ସ ଆଣିବାକୁ ଯାଉଛି , ଯେଉଁଥିରେ ୟୁଜର୍ସ ମାନେ କ୍ୟାସବ୍ୟାକ୍ ର ଫାଇଦା ଉଠାଇପାରି। ହ୍ଵାଟ୍ସଆପ୍‌ ଏହି ଫିଚର୍ସ ଆପର ପେମେଣ୍ଟ ସେବା ଯଥା WhatsApp Payments ସହିତ ଜଡିତ ରହିଛି । ଏହି ଫିଚର୍ସ ରୋଲ ଆଉଟ୍ ପରେ ୟୁଜର୍ସ ମାନେ ହ୍ଵାଟ୍ସଆପ୍‌ ମାଧ୍ୟମରେ UPIରେ Payments କରିବା ପରେ କ୍ୟାସବ୍ୟାକ୍ ପାଇପାରିବେ। ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।

WABetaInfo ହ୍ଵାଟ୍ସଆପ୍‌ ର ଏହି ଆଗାମୀ ଫିଚର୍ସର ଏକ ସ୍କ୍ରିନସଟ୍ ସେୟାର କରିଛି । ଏହି ସ୍କ୍ରିନସଟରେ,Get cashback on your next payment’ ଏବଂ’Tap to get started’ ସହିତ ଶୀର୍ଷରେ ଏକ ଉପହାର ଆଇକନ୍ ଅଛି। କୁହାଯାଉଛି ଯେ ଏହି ଫିଚର୍ସ ଭାରତରେ UPI Payments ପାଇଁ ମୁକ୍ତ ହେବ ଏବଂ କମ୍ପାନୀ ଗୋଟିଏ ପେମେଣ୍ଟ ପାଇଁ ଉପଭୋକ୍ତାଙ୍କୁ 10 ଟଙ୍କା କ୍ୟାସବ୍ୟାକ୍ ଅଫର କରୁଛି ।

ଏହି ଫିଚର୍ସ ମାଧ୍ୟମରେ ପେମେଣ୍ଟ ସେବା ସହିତ ଅଧିକରୁ ଅଧିକ ୟୁଜର୍ସ ମାନଙ୍କ ସହିତ ସଂଯୋଗ କରିବାକୁ ହ୍ଵାଟ୍ସଆପ୍‌ ଚେଷ୍ଟା କରୁଛି । ସେଥିପାଇଁ କମ୍ପାନୀ କ୍ୟାସବ୍ୟାକ୍ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି । WABetaInfo ର ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍‌ ର ଏହି ନୂତନ ଫିଚର୍ସ କ୍ୟାଶବ୍ୟାକ୍ ନାମରେ ପ୍ରକାଶ ପାଇବ। WhatsApp ଏହି ଆଗାମୀ ଫିଚର୍ସ ଏପର୍ଯ୍ୟନ୍ତ ବହୁତ ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଏହା ଏପର୍ଯ୍ୟନ୍ତ ବିଟା ବ୍ୟବହାରକାରୀଙ୍କ ପାଇଁ ରୋଲ ଆଉଟ୍ କରାଯାଇ ନାହିଁ।

କମ୍ପାନୀ ଏହି କ୍ୟାସବ୍ୟାକ୍ ଫିଚର୍ସ କେବେ ବାହାର କରିବ ସେ ବିଷୟରେ ନିଶ୍ଚିତ ଭାବରେ କିଛି ସୂଚନା ଦେଇନାହିଁ ।ଏହି ଫିଚର୍ସ ସର୍ବଦା ଉପଲବ୍ଧ ହେବ ନା କେବଳ ପ୍ରଥମ Payments ପାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ କିଛି କୁହାଯାଇ ନାହିଁ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

20 seconds ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

10 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

13 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

46 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

48 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago