ହ୍ଵାଟ୍ସଆପ୍ ଲଞ୍ଚ କରିବ ନୂଆ ଫିଚର୍ସ, ଏଣିକି ୟୁଜର୍ସ ମାନେ UPI Payments କଲେ ପାଇବେ ଅଫର
ହ୍ଵାଟ୍ସଆପ୍ ଏହାର ୟୁଜର୍ସ ମାନଙ୍କ ପାଇଁ ଏକ ଭଲ ଫିଚର୍ସ ଆଣିବାକୁ ଯାଉଛି , ଯେଉଁଥିରେ ୟୁଜର୍ସ ମାନେ କ୍ୟାସବ୍ୟାକ୍ ର ଫାଇଦା ଉଠାଇପାରି। ହ୍ଵାଟ୍ସଆପ୍ ଏହି ଫିଚର୍ସ ଆପର ପେମେଣ୍ଟ ସେବା ଯଥା WhatsApp Payments ସହିତ ଜଡିତ ରହିଛି । ଏହି ଫିଚର୍ସ ରୋଲ ଆଉଟ୍ ପରେ ୟୁଜର୍ସ ମାନେ ହ୍ଵାଟ୍ସଆପ୍ ମାଧ୍ୟମରେ UPIରେ Payments କରିବା ପରେ କ୍ୟାସବ୍ୟାକ୍ ପାଇପାରିବେ। ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।
WABetaInfo ହ୍ଵାଟ୍ସଆପ୍ ର ଏହି ଆଗାମୀ ଫିଚର୍ସର ଏକ ସ୍କ୍ରିନସଟ୍ ସେୟାର କରିଛି । ଏହି ସ୍କ୍ରିନସଟରେ,Get cashback on your next payment’ ଏବଂ’Tap to get started’ ସହିତ ଶୀର୍ଷରେ ଏକ ଉପହାର ଆଇକନ୍ ଅଛି। କୁହାଯାଉଛି ଯେ ଏହି ଫିଚର୍ସ ଭାରତରେ UPI Payments ପାଇଁ ମୁକ୍ତ ହେବ ଏବଂ କମ୍ପାନୀ ଗୋଟିଏ ପେମେଣ୍ଟ ପାଇଁ ଉପଭୋକ୍ତାଙ୍କୁ 10 ଟଙ୍କା କ୍ୟାସବ୍ୟାକ୍ ଅଫର କରୁଛି ।
📝 WhatsApp beta for Android 2.21.20.3: what’s new?
WhatsApp is working on the possibility to get cashback after using WhatsApp UPI Payments in India, for a future update!https://t.co/eH6uhe7PAo
— WABetaInfo (@WABetaInfo) September 22, 2021
ଏହି ଫିଚର୍ସ ମାଧ୍ୟମରେ ପେମେଣ୍ଟ ସେବା ସହିତ ଅଧିକରୁ ଅଧିକ ୟୁଜର୍ସ ମାନଙ୍କ ସହିତ ସଂଯୋଗ କରିବାକୁ ହ୍ଵାଟ୍ସଆପ୍ ଚେଷ୍ଟା କରୁଛି । ସେଥିପାଇଁ କମ୍ପାନୀ କ୍ୟାସବ୍ୟାକ୍ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି । WABetaInfo ର ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ ର ଏହି ନୂତନ ଫିଚର୍ସ କ୍ୟାଶବ୍ୟାକ୍ ନାମରେ ପ୍ରକାଶ ପାଇବ। WhatsApp ଏହି ଆଗାମୀ ଫିଚର୍ସ ଏପର୍ଯ୍ୟନ୍ତ ବହୁତ ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଏହା ଏପର୍ଯ୍ୟନ୍ତ ବିଟା ବ୍ୟବହାରକାରୀଙ୍କ ପାଇଁ ରୋଲ ଆଉଟ୍ କରାଯାଇ ନାହିଁ।
କମ୍ପାନୀ ଏହି କ୍ୟାସବ୍ୟାକ୍ ଫିଚର୍ସ କେବେ ବାହାର କରିବ ସେ ବିଷୟରେ ନିଶ୍ଚିତ ଭାବରେ କିଛି ସୂଚନା ଦେଇନାହିଁ ।ଏହି ଫିଚର୍ସ ସର୍ବଦା ଉପଲବ୍ଧ ହେବ ନା କେବଳ ପ୍ରଥମ Payments ପାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ କିଛି କୁହାଯାଇ ନାହିଁ।