ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି ରମଣା

ପୁରୀ(କେ ନ୍ୟୁଜ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି ରମଣା । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରଧାନ ବିଚାରପତି । ଗତକାଲି ସନ୍ଧ୍ୟାରେ ପୁରୀରେ ପହଁଚିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ସ୍ୱାଗତ କରିଥିଲେ । ସେ ରାତିରେ ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିଥିଲେ ।

nv raman one

ହେରିଟେଜ କରିଡର ଓ ସୁରକ୍ଷା ଜୋନ କାମ ମଧ୍ୟ ବୁଲି ଦେଖିଥିଲେ । ପୂର୍ବାହ୍ନ ୧୧ଟା ୧୦ରେ ଆଇନ ସେବା ଭବନର ଉଦ୍‌ଘାଟନ କରିବେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନ ବିଚାରପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.