ଟେକ୍

ଫୋନରେ ବାସ୍‌ କରନ୍ତୁ ଗୋଟିଏ ସେଟିଙ୍ଗ, କେହି ଦେଖିପାରିବେନି ଆପଣ କେତେବେଳେ ଅଛନ୍ତି ଅନଲାଇନ୍‌

ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ଆହୁରି ଖାସ୍‌ କରିବା ପାଇଁ ସମୟ ସମୟରେ ଅନେକ ନୂଆ ଫିଚର୍ସକୁ ଯୋଡିଥାଏ ହ୍ଵାଟ୍ସଆପ୍‌। ନିକଟରେ ଏହି ଆପରେ ସ୍କ୍ରୀନସଟକୁ ବ୍ଲକ କରିବାର ଫିଚର ଆସିଛି। ଏହି ଫିଚର ସାହାଯ୍ୟରେ View Once ମୋଡରେ ପଠାଯାଇଥିବା ଫଟୋର ସ୍କ୍ରୀନସଟ୍‌ କେହି ନେଇପାରିବେନାହିଁ। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପରେ ଏବେ ଆଉ ଏକ ଫିଚର ଯୋଡି ହୋଇଛି।

ଏହି ଫିଚରକୁ ଏକ୍ସଟ୍ରା Privacy ପାଇଁ ଯୋଡା ଯାଇଛି। ପ୍ରାଇଭେସୀ ସହ ଜଡିତ ଏହି ଲାଟେଷ୍ଟ ଫିଚର ସାହାଯ୍ୟରେ ଆପଣ ନିଜ WhatsApp Online Statusକୁ ଗୋପନ ରଖିପାରିବେ। ହ୍ଵାଟ୍ସଆପର ଏହି ନୂଆ ଫିଚର ଲାଇଭ୍‌ ହୋଇସାରିଛି।

କିଛି ଷ୍ଟେପ୍ସକୁ ଫଲୋ କରି ଆପଣ ମଧ୍ୟ ଏହି ସେଟିଙ୍ଗକୁ ଅନ୍‌ କରିପାରିବେ। ଯାହାପରେ ଆଉ କେହି ବି ଜାଣିପାରିବେନି ଆପଣ କେତେବେଳେ ଅନଲାଇନ୍‌ ଥିଲେ ଆଉ କେବେ ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସକୁ ଆପଣ କେମିତି ୟୁଜ୍‌ କରିବେ।

ବହୁତ ସହଜ ଏହାର ସେଟିଙ୍ଗ୍‌

ସର୍ବପ୍ରଥମେ ଆପଣଙ୍କୁ ନିଜ ଫୋନରେ ହ୍ଵାଟ୍ସଆପ୍‌ ଓପନ କରିବାକୁ ହେବ। ତାପରେ ସେଟିଙ୍ଗକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଅନେକ ଅପ୍ସନ ମିଳିବ, ସେଥିରେ ଆପଣଙ୍କୁ ପ୍ରାଇଭେସୀ ଉପରେ କ୍ଲିକ କରିବାକୁ ହେବ।

ଏଠାରେ ସର୍ବପ୍ରଥମେ ଥିବା ଅପ୍ସନ Last Seen and Online ମିଳିବ। ଏହା ଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସାମ୍ନାରେ ଦୁଇଟି ଅପ୍ସନ ଓପନ ହେବ। ଗୋଟେ ଆପଣଙ୍କ ଲାଷ୍ଟ ସିନ୍‌ ଥିବ ଏବଂ ଅନ୍ୟଟି ଅନଲାଇନ୍‌ ଷ୍ଟାଟସ୍‌ ରହିଥିବ।

ଏହି Online Statusରେ ଆପଣଙ୍କୁ ଦୁଇଟି ଅପ୍ସନ ମିଳିବ। ଗୋଟିଏ ହେଉଛି Everyone ଅର୍ଥାତ୍‌ ସମସେ୍‌ ଦେଖିପାରିବେ ଯେ ଆପଣ କେତେବେଳେ ଅନଲାଇନ୍‌ ଥିଲେ ଏବଂ ଅନ୍ୟଟି ହେଉଛି Same As Last Seen ଅର୍ଥାତ୍‌ ଯେଉଁ ଅପ୍ସନ ଆପଣ ଲାଷ୍ଟସିନରେ ବାଛିଛନ୍ତି। ସେହି ଅପ୍ସନ ଆପଣଙ୍କ ଅନଲାଇନ ଷ୍ଟାଟସ ଉପରେ ବି ଲାଗୁ ହୋଇଯିବ।

ଧ୍ୟାନ ରଖନ୍ତୁ ଯେ ଲାଷ୍ଟସିନରେ ଆପଣଙ୍କୁ ଚାରିଟି ଅପ୍ସନ ମିଳିଥାଏ। ଏଠାରେ ଆପଣ Everyone, My Contacts, My Contacts Expect… ଏବଂ Nobody ଅପ୍ସନକୁ ବାଛିପାରିବେ। ଯଦି ଆପଣ ଚାହୁଁଛନ୍ତି କାହାକୁ ବି ଆପଣଙ୍କ ଅନଲାଇନ ଆସିବା ବିଷୟରେ ଜଣାନପଡୁ, ତାହେଲେ ଆପଣ ଏଠାରେ ନୋବଡିକୁ ସିଲେକ୍ଟ କରିପାରିବେ। ଏହାପରେ ଆପଣଙ୍କୁ ଅନଲାଇନ ଷ୍ଟାଟସ ପାଇଁ ଲାଷ୍ଟସିନ୍‌ ସେଟିଙ୍ଗକୁ ମାର୍କ କରିବାକୁ ହେବ। ଏହିପରି ଭାବେ ଆପଣ ଅନଲାଇନ ଷ୍ଟାଟସକୁ ହାଇଡ୍‌ କରିପାରିବେ।

Pritiparna

Recent Posts

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

26 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

27 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

47 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

54 mins ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

1 hour ago