ଫୋନରେ ବାସ୍ କରନ୍ତୁ ଗୋଟିଏ ସେଟିଙ୍ଗ, କେହି ଦେଖିପାରିବେନି ଆପଣ କେତେବେଳେ ଅଛନ୍ତି ଅନଲାଇନ୍

ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ଆହୁରି ଖାସ୍ କରିବା ପାଇଁ ସମୟ ସମୟରେ ଅନେକ ନୂଆ ଫିଚର୍ସକୁ ଯୋଡିଥାଏ ହ୍ଵାଟ୍ସଆପ୍। ନିକଟରେ ଏହି ଆପରେ ସ୍କ୍ରୀନସଟକୁ ବ୍ଲକ କରିବାର ଫିଚର ଆସିଛି। ଏହି ଫିଚର ସାହାଯ୍ୟରେ View Once ମୋଡରେ ପଠାଯାଇଥିବା ଫଟୋର ସ୍କ୍ରୀନସଟ୍ କେହି ନେଇପାରିବେନାହିଁ। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପରେ ଏବେ ଆଉ ଏକ ଫିଚର ଯୋଡି ହୋଇଛି।
ଏହି ଫିଚରକୁ ଏକ୍ସଟ୍ରା Privacy ପାଇଁ ଯୋଡା ଯାଇଛି। ପ୍ରାଇଭେସୀ ସହ ଜଡିତ ଏହି ଲାଟେଷ୍ଟ ଫିଚର ସାହାଯ୍ୟରେ ଆପଣ ନିଜ WhatsApp Online Statusକୁ ଗୋପନ ରଖିପାରିବେ। ହ୍ଵାଟ୍ସଆପର ଏହି ନୂଆ ଫିଚର ଲାଇଭ୍ ହୋଇସାରିଛି।
କିଛି ଷ୍ଟେପ୍ସକୁ ଫଲୋ କରି ଆପଣ ମଧ୍ୟ ଏହି ସେଟିଙ୍ଗକୁ ଅନ୍ କରିପାରିବେ। ଯାହାପରେ ଆଉ କେହି ବି ଜାଣିପାରିବେନି ଆପଣ କେତେବେଳେ ଅନଲାଇନ୍ ଥିଲେ ଆଉ କେବେ ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସକୁ ଆପଣ କେମିତି ୟୁଜ୍ କରିବେ।
ବହୁତ ସହଜ ଏହାର ସେଟିଙ୍ଗ୍
ସର୍ବପ୍ରଥମେ ଆପଣଙ୍କୁ ନିଜ ଫୋନରେ ହ୍ଵାଟ୍ସଆପ୍ ଓପନ କରିବାକୁ ହେବ। ତାପରେ ସେଟିଙ୍ଗକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଅନେକ ଅପ୍ସନ ମିଳିବ, ସେଥିରେ ଆପଣଙ୍କୁ ପ୍ରାଇଭେସୀ ଉପରେ କ୍ଲିକ କରିବାକୁ ହେବ।
ଏଠାରେ ସର୍ବପ୍ରଥମେ ଥିବା ଅପ୍ସନ Last Seen and Online ମିଳିବ। ଏହା ଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସାମ୍ନାରେ ଦୁଇଟି ଅପ୍ସନ ଓପନ ହେବ। ଗୋଟେ ଆପଣଙ୍କ ଲାଷ୍ଟ ସିନ୍ ଥିବ ଏବଂ ଅନ୍ୟଟି ଅନଲାଇନ୍ ଷ୍ଟାଟସ୍ ରହିଥିବ।
ଏହି Online Statusରେ ଆପଣଙ୍କୁ ଦୁଇଟି ଅପ୍ସନ ମିଳିବ। ଗୋଟିଏ ହେଉଛି Everyone ଅର୍ଥାତ୍ ସମସେ୍ ଦେଖିପାରିବେ ଯେ ଆପଣ କେତେବେଳେ ଅନଲାଇନ୍ ଥିଲେ ଏବଂ ଅନ୍ୟଟି ହେଉଛି Same As Last Seen ଅର୍ଥାତ୍ ଯେଉଁ ଅପ୍ସନ ଆପଣ ଲାଷ୍ଟସିନରେ ବାଛିଛନ୍ତି। ସେହି ଅପ୍ସନ ଆପଣଙ୍କ ଅନଲାଇନ ଷ୍ଟାଟସ ଉପରେ ବି ଲାଗୁ ହୋଇଯିବ।
ଧ୍ୟାନ ରଖନ୍ତୁ ଯେ ଲାଷ୍ଟସିନରେ ଆପଣଙ୍କୁ ଚାରିଟି ଅପ୍ସନ ମିଳିଥାଏ। ଏଠାରେ ଆପଣ Everyone, My Contacts, My Contacts Expect… ଏବଂ Nobody ଅପ୍ସନକୁ ବାଛିପାରିବେ। ଯଦି ଆପଣ ଚାହୁଁଛନ୍ତି କାହାକୁ ବି ଆପଣଙ୍କ ଅନଲାଇନ ଆସିବା ବିଷୟରେ ଜଣାନପଡୁ, ତାହେଲେ ଆପଣ ଏଠାରେ ନୋବଡିକୁ ସିଲେକ୍ଟ କରିପାରିବେ। ଏହାପରେ ଆପଣଙ୍କୁ ଅନଲାଇନ ଷ୍ଟାଟସ ପାଇଁ ଲାଷ୍ଟସିନ୍ ସେଟିଙ୍ଗକୁ ମାର୍କ କରିବାକୁ ହେବ। ଏହିପରି ଭାବେ ଆପଣ ଅନଲାଇନ ଷ୍ଟାଟସକୁ ହାଇଡ୍ କରିପାରିବେ।