Below header

ମସ୍କୋରୁ ଦିଲ୍ଲୀ ଆସିଥିବା ବିମାନରେ ବୋମା ଗୁଜବ! ଯାତ୍ରୀଙ୍କୁ ଓହ୍ଲାଇବା ପରେ କରାଯାଇଥିଲା ଯାଞ୍ଚ

କେନ୍ୟୁଜ୍: ମସ୍କୋରୁ ଦିଲ୍ଲୀ ଆସିଥିବା ବିମାନରେ ବୋମା। ଏ ନେଇ ସୁରକ୍ଷା ସଂସ୍ଥାଙ୍କୁ ସୂଚନା ମିଳିବା ପରେ ନିଆଗଲା ତ୍ୱରିତ ପଦକ୍ଷେପ। ବିମାନଟି ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୋର ୩.୨୦ ମିନିଟରେ ଲ୍ୟାଣ୍ଡ୍‌ କରିଥିଲା। ଦିଲ୍ଲୀ ପୋଲିସ ସୂଚନା ମୁତାବକ ଫ୍ଲାଇଟ୍‌ SU 232 ବିମାନରେ ବୋମା ଥିବା ନେଇ ଜଣେ କେହି ସୂଚନା ଦେଇଥିଲେ।

ତେଣୁ ବିମାନ ଲ୍ୟାଣ୍ଡ କରିବା କ୍ଷଣି, ତୁରନ୍ତ କ୍ରିୟୁ ମେମ୍ବର ଓ ସବୁ ଯାତ୍ରୀଙ୍କୁ ବିମାନରୁ ବାହାରକୁ କଢ଼ା ଯାଇଥିଲା। ବିମାନରେ ୩୩୬ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ବାହାରିବା ପରେ ବିମାନରେ ଯାଞ୍ଚ କରାଯାଇଥିଲା। ବର୍ତ୍ତମାନ ଅଧିକ ସୂଚନା ମିଳିନାହିଁ। କୁହାଯାଉଛି, ବିମାନରୁ କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ। ଚର୍ଚ୍ଚା ହେଉଛି ବିମାନରେ ବୋମା ଥିବା ନେଇ କେହି ଜଣେ ମିଥ୍ୟା ଖବର ଦେଇ ଗୁଜବ ସୃଷ୍ଟି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.