ଟେକ୍

ହ୍ଵାଟ୍ସଆପ୍‌ର ଏହି ନୂଆ ଫିଚର ଆପଣଙ୍କ କାମକୁ କରିବ ଆହୁରି ସହଜ, ଦେବ ସବୁ ଫାଇଲ୍‌ର ସୂଚନା

ହ୍ଵାଟ୍ସଆପ୍‌ ୟୁଜରଙ୍କ ପାଇଁ ଷ୍ଟୋରେଜ୍‌ ଏକ ବଡ଼ ସମସ୍ୟା। କେଉଁ ଫାଇଲ୍‌ ପାଇଁ କେତେ ଷ୍ଟୋରେଜ୍‌ ଖର୍ଚ୍ଚ ହେଉଛି ଓ କେଉଁଟି ବଡ଼ ଫାଇଲ ବେଳେ ବେଳେ ତାହା ଜଣାପଡ଼େନି। ୟୁଜରଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଖୁବ୍‌ଶୀଘ୍ର ଏକ ଏଭଳି ଫିଚର ଆଣୁଛି ଯାହା ଲୋକଙ୍କ ଷ୍ଟୋରେଜ୍‌ ସମସ୍ୟାକୁ ଦୂର କରିବ।

କମ୍ପାନୀ ତରଫରୁ ଏହି ଫିଚରକୁ ଏବେ ଆଣ୍ଡ୍ରଏଡ୍‌ ବିଟା ଭର୍ସନ ୨.୨୦.୨୦୧.୯ରେ ଆରମ୍ଭ କରାଯାଇଛି। ଏହି ଫିଚରରେ ନୂଆ ୟୁଜର ଇଣ୍ଟରଫେସ୍‌ ସହ ଷ୍ଟୋରେଜ୍‌ ସେକ୍ସନ୍‌ ବି ଦେଖାଉଛି। ଏହା ସାହାଯ୍ୟରେ ୟୁଜର ସହଜରେ ଜାଣିପାରିବେ କେଉଁ ଫାଇଲ୍‌ କେତେ ଷ୍ଟୋରେଜ୍‌ ବ୍ୟବହାର କରୁଛି। ସେହି ଅନୁସାରେ ୟୁଜର ନିଜ ଇଚ୍ଛା ମୁତାବକ ଫାଇଲ ଡିଲିଟ୍‌ କରିପାରିବେ।

ଖୁବ୍‌ଶୀଘ୍ର ସମସ୍ତ ହ୍ଵାଟ୍ସଆପ୍‌ରେ ଏହି ଫିଚର ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏଥିସହ କମ୍ପାନୀ ତରଫରୁ ହ୍ଵାଟ୍ସଆପ୍‌ରେ ଆଉ କେତେକ ନୂଆ ଫିଚର ବି ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବ ବୋଲି ମଧ୍ୟ କୁହାଯାଇଛି।

WCW 11

Recent Posts

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

22 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

23 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

43 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

50 mins ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

1 hour ago