ହ୍ଵାଟ୍ସଆପ୍ର ଏହି ନୂଆ ଫିଚର ଆପଣଙ୍କ କାମକୁ କରିବ ଆହୁରି ସହଜ, ଦେବ ସବୁ ଫାଇଲ୍ର ସୂଚନା

ହ୍ଵାଟ୍ସଆପ୍ ୟୁଜରଙ୍କ ପାଇଁ ଷ୍ଟୋରେଜ୍ ଏକ ବଡ଼ ସମସ୍ୟା। କେଉଁ ଫାଇଲ୍ ପାଇଁ କେତେ ଷ୍ଟୋରେଜ୍ ଖର୍ଚ୍ଚ ହେଉଛି ଓ କେଉଁଟି ବଡ଼ ଫାଇଲ ବେଳେ ବେଳେ ତାହା ଜଣାପଡ଼େନି। ୟୁଜରଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସବୁଠୁ ଲୋକପ୍ରିୟ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପ୍ ଖୁବ୍ଶୀଘ୍ର ଏକ ଏଭଳି ଫିଚର ଆଣୁଛି ଯାହା ଲୋକଙ୍କ ଷ୍ଟୋରେଜ୍ ସମସ୍ୟାକୁ ଦୂର କରିବ।
କମ୍ପାନୀ ତରଫରୁ ଏହି ଫିଚରକୁ ଏବେ ଆଣ୍ଡ୍ରଏଡ୍ ବିଟା ଭର୍ସନ ୨.୨୦.୨୦୧.୯ରେ ଆରମ୍ଭ କରାଯାଇଛି। ଏହି ଫିଚରରେ ନୂଆ ୟୁଜର ଇଣ୍ଟରଫେସ୍ ସହ ଷ୍ଟୋରେଜ୍ ସେକ୍ସନ୍ ବି ଦେଖାଉଛି। ଏହା ସାହାଯ୍ୟରେ ୟୁଜର ସହଜରେ ଜାଣିପାରିବେ କେଉଁ ଫାଇଲ୍ କେତେ ଷ୍ଟୋରେଜ୍ ବ୍ୟବହାର କରୁଛି। ସେହି ଅନୁସାରେ ୟୁଜର ନିଜ ଇଚ୍ଛା ମୁତାବକ ଫାଇଲ ଡିଲିଟ୍ କରିପାରିବେ।
ଖୁବ୍ଶୀଘ୍ର ସମସ୍ତ ହ୍ଵାଟ୍ସଆପ୍ରେ ଏହି ଫିଚର ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏଥିସହ କମ୍ପାନୀ ତରଫରୁ ହ୍ଵାଟ୍ସଆପ୍ରେ ଆଉ କେତେକ ନୂଆ ଫିଚର ବି ଖୁବ୍ଶୀଘ୍ର ଲଞ୍ଚ୍ ହେବ ବୋଲି ମଧ୍ୟ କୁହାଯାଇଛି।