ରାଜଧାନୀ ଭୁବନେଶ୍ୱରରୁ ଆଜି ୩୬୯ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୫୬

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ୩୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୫ ଜଣ ସରକାରୀ କ୍ବାରେଣ୍ଟାଇନରୁ ଓ ୨୯୪ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଭୁବନେଶ୍ୱରରୁ ୩୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ବିଏମସି।
Update on newly detected #COVID19 cases in the last
24 hrs under the BMC area on 30th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/i52K98L3N9— BMC (@bmcbbsr) September 30, 2020
ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତ ମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶୈଳଶ୍ରୀ ବିହାରରୁ ୬ ଜଣ, ଚନ୍ଦ୍ରଶେଖରପୁରରୁ ୫ ଜଣ, ବମିଖାଲ, ୟୁନିଟ-୬, ବାପୁଜୀ ନଗରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଡୁମଡୁମା, ଭିଏସଏସ ନଗରରୁ ୩-୩ ଜଣ, ଝାରପଡ଼ା, ୟୁନିଟ-୪, ୟୁନିଟ-୧, ଚକେଇସିହାଣୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ଲୋକାଲ କଣ୍ଟାକ୍ଟ କେସ୍ ଯୋଗୁଁ ଶୈଳଶ୍ରୀ ବିହାରରୁ ୨୩ ଜଣ, ସହିଦ ନଗରରୁ ୧୩ ଜଣ, ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼ରୁ ୧୨-୧୨ ଜଣ, ବମିଖାଲରୁ ୧୦ ଜଣ, ଲକ୍ଷ୍ମୀସାଗର, ପୋଖରିପୁଟରୁ ୯-୯ ଜଣ, ନୟାପଲ୍ଲୀ, ଭିଏସଏସ୍ ନଗରରୁ ୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।