ଏ ଥିଲା କେନିଆର ଶେଷ ନର ଗଣ୍ଡା ‘ସୁଡାନ’, ଯାହାର ଶିଙ୍ଗର ଦାମ ଥିଲା ୭୫,୦୦୦ ଡଲାର ! ସୁରକ୍ଷା ପାଇଁ ମୁତୟନ ଥିଲେ ଅସ୍ତ୍ରଶସ୍ତ୍ରଧାରୀ ଯବାନ

ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ଜଳଚର ପ୍ରାଣୀ ହେଉଛି ଗଣ୍ଡା। ଏହାକୁ ଏକ ଶିଙ୍ଗ ପ୍ରାଣୀ ବି କୁହାଯାଇଥାଏ। ଆଜି ଏହି ପ୍ରାଣୀର ଆବାସସ୍ଥଳୀ ନଷ୍ଟ ହେବାକୁ ବସିଥିବାରୁ ଏମାନେ ସଙ୍କଟଗ୍ରସ୍ତ ସ୍ଥିତିରେ ଅଛନ୍ତି। ତେବେ ଆପଣ ଏ ପର୍ଯ୍ୟନ୍ତ କୌଣସି ନେତା, ମନ୍ତ୍ରୀ କିମ୍ବା କୌଣସି ଧନୀ ଲୋକଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ମୁତୟନ ଥିବା ଦେଖିଥିବେ, ଯଦି କୌଣସି ପ୍ରାଣୀକୁ ଏଭଳି ସୁରକ୍ଷା ଦିଆଯାଏ, ତା’ହେଲେ ଆପଣ କ’ଣ ଭାବିବେ।
କେନିଆରେ ଏମିତି ହିଁ ଏକ ଗଣ୍ଡାକୁ ସୁରକ୍ଷା ଯୋଗାଇ ଦିଆଯାଉଥିଲା। ‘ସୁଡାନ’ ନାମକ ଏହି ଧଳା ରଙ୍ଗର ଗଣ୍ଡା ନିଜ ପ୍ରଜାତିର ଶେଷ ଅଣ୍ଡିରା ଗଣ୍ଡା ଥିଲା। ତେଣୁ ୪୫ ବର୍ଷୀୟ ଏହି ଗଣ୍ଡାର ସୁରକ୍ଷା ପାଇଁ ୪୦ଜଣ ହତିଆରଧାରୀ ରେଞ୍ଜର ମୁତୟନ ଥିଲେ। ସମସ୍ତେ ୨୪ ଘଣ୍ଟା ଧରି ଗଣ୍ଡାକୁ ସୁରକ୍ଷା ଯୋଗାଇ ଦେଉଥିଲେ।
ଏପରିକି, ଏହାର ସୁରକ୍ଷା ପାଇଁ ସେଠାକାର ପ୍ରଶାସନ ରେଡିଓ ଟ୍ରାନ୍ସମିଟର ଲଗାଇଥିଲେ। ଏହା ଶିଙ୍ଗର ଦାମ ୭୫,୦୦୦ ଡଲାର ଥିବାରୁ ଶିକାରୀଙ୍କୁ ବିକିବା ପାଇଁ ପ୍ରଥମରୁ ହିଁ ଶିଙ୍ଗକୁ କାଟି ଦିଆଯାଇଥିଲା। ପଜେଟା ସଂସ୍ଥା ସୁଡାନର ସୁରକ୍ଷା ପାଇଁ ଧନ ସଂଗ୍ରହ କରୁଥିଲା। ଏହି ସଂସ୍ଥା ଏକ ଅଭିଯାନ GofDami ଲଞ୍ଚ କରିଥିଲା, ଯଦ୍ଦ୍ୱାରା ୭୭,୦୦୦ ସଂଗୃହୀତ ହୋଇଥିଲା। ଏହି ପଇସାରେ ସୁଡାନର ସୁରକ୍ଷା ପାଇଁ ଯବାନମାନଙ୍କୁ ହତିଆର ଯୋଗାଇ ଦିଆଯାଉଥିଲା। ତେବେ ୨୦୧୮, ମାର୍ଚ୍ଚ ୧୯ରେ ସୁଡାନ ସବୁଦିନ ପାଇଁ ଆଖି ବୁଜିଥିଲା।