ଟେକ୍

ହ୍ଵାଟ୍ସଆପକୁ ଆସିଲା ନୂଆ ଫିଚର, ଏବେ ଗ୍ରୁପରେ ରହିବ ଏକ୍ସପାୟାରୀ ଡେଟ୍

ହ୍ଵାଟ୍ସଆପରେ ଚଳିତ ବର୍ଷ ଅନେକ ନୂଆ ଫିଚର୍ସ ଯୋଡି ହେବାକୁ ଯାଉଛି । କମ୍ପାନୀ ଏକା ସାଥିରେ ଅନେକ ଫିଚର୍ସ ଉପରେ କାମ କରୁଛି । ଯାହାକୁ ବହୁତ ଜଲଦି ରୋଲଆଉଟ କରାଯିବ । ତେବେ ଏହି ସବୁ ଫିଚର୍ସ ମଧ୍ୟରୁ କିଛି ଫିଚର୍ସ ସବୁଠାରୁ ପ୍ରଥମେ ios ବିଟା ଭର୍ସନରେ ଆସିବ ତ ଆଉ କିଛି ସର୍ବ ପ୍ରଥମେ ଆଣ୍ଡ୍ରଏଡ଼ ଭର୍ସନରେ ଲଞ୍ଚ କରାଯିବ । ହ୍ଵାଟ୍ସଆପ ଜଣାଇଛି ଯେ ବର୍ତ୍ତମାନ କମ୍ପାନୀ ios ବିଟା ପାଇଁ ନୂଆ ଫିଚର ଉପରେ କାମ କରୁଛି । ଯାହା ୟୁଜର୍ସଙ୍କୁ ଗ୍ରୁପସ ପାଇଁ ଏକ୍ସପାୟାରୀ ଡେଟ ନିର୍ଦ୍ଧାରିତ କରିବା ପାଇଁ ଅନୁମତି ଦେବ । Wabetainfo ର ଲାଟେଷ୍ଟ ରିପୋର୍ଟ ମୁତାବକ ନୂଆ ଅପ୍ସନ ଗ୍ରୁପ info ରେ ଉପଲବ୍ଧ ହେବ ।

ଯେତେବେଳେ ଏହି ଫିଚରକୁ ଜାରି କରାଯିବ ସେତେବେଳେ ୟୁଜର୍ସଙ୍କୁ ଅନେକ ଅପ୍ସନ ଶୋ କରିବ ଯେମିତିକି ଗୋଟେ ଦିନ, ଗୋଟେ ସପ୍ତାହ କିମ୍ବା ଗୋଟେ କଷ୍ଟମ ତିଥିକୁ ବାଛି ପାରିବେ । ଏହାବ୍ୟତୀତ ଯଦି ୟୁଜର୍ ନିଜର ବିଚାର ବଦଳାନ୍ତି ତାହେଲେ ସେମାନେ ଏହି ଏକ୍ସପାୟାରୀ ଡେଟକୁ ବଦଳାଇବା କିମ୍ବା ହଟାଇବାରେ ସକ୍ଷମ ହେବେ । ଯାହାପରେ ଯାହା ଆପଣଙ୍କର ପୂର୍ବରୁ ଥିଲା ସେଇଟା ରହିଯିବ । ଯଦିଓ ଏହାର ନିର୍ଦ୍ଧାରଣ ବ୍ୟକ୍ତିଗତ ରହିବ ଏବଂ ଗ୍ରୁପ ର ଅନ୍ୟ ପାର୍ଟିସିପେଟସଙ୍କ ଉପରେ ଲାଗୁ ହେବନାହିଁ ।

ଏହି ଫିଚର ୟୁଜର୍ସଙ୍କୁ ସମୟ ସହିତ ଗ୍ରୁପସକୁ ମ୍ୟାନେଜ କରିବାରେ ସହାୟକ ହେବ । ଏହା ଗ୍ରୁପରେ ଯାଗା ବଞ୍ଚାଇବା ପାଇଁ ଏକ ଭଲ ଷ୍ଟୋରେଜ ଟୁଲ୍ ଭାବେ କାମ କରିବ । ରିପୋର୍ଟରେ କୁହାଯାଇଛି ଗ୍ରୁପସ ପାଇଁ ଏକ ଏକ୍ସପୟାରୀ ଡେଟ ଚୟନ କରିବାର କ୍ଷମତା ବର୍ତ୍ତମାନ କାର୍ଯ୍ୟକାରୀ ହୋଇନାହିଁ ଏହା ଟେଷ୍ଟିଙ୍ଗରେ ବର୍ତ୍ତମାନ ରହିଛି । ଆଉ ଆଶା କରାଯାଉଛି ଯେ ବହୁତ ଜଲଦି ଏହା ଫିୟୁଚର ଅପଡେଟରେ ଜାରି ହେବ ।

ଏହାରି ଭିତରେ ଗତ ସପ୍ତାହରେ ଏହା କୁହାଯାଇଥିଲା ଯେ ମ୍ୟାସେଜିଂ ପ୍ଲାଟଫର୍ମ ios ଏକ ଷ୍ଟିକର ମେକର ଟୁଲ୍ ରିଲିଜ କରୁଛି । ଯାହା ୟୁଜର୍ସଙ୍କୁ ଷ୍ଟିକର ବନାଇବା ପାଇଁ ଥାର୍ଡ ପାର୍ଟି ଆପ୍ଲିକେସନର ଆବଶ୍ୟକତାକୁ ଶେଷ କରି ଇମେଜକୁ ଷ୍ଟିକରରେ ବଦଳାଇବାର ଅନୁମତି ଦେବ ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

35 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago