ଟେକ୍

ଲଞ୍ଚ ହେଲା Windows 11, ଜାଣନ୍ତୁ କଣ ରହିଛି ନୂଆ ଫିଚର୍ସ

ମାଇକ୍ରୋସଫ୍ଟର ଏକ ବଡ ଇଭେଣ୍ଟରେ ଆଜି କମ୍ପାନୀ ଏକ ନୂତନ ଅପରେଟିଂ ସିଷ୍ଟମ୍ ୱିଣ୍ଡୋଜ୍ ୧୧ ଲଞ୍ଚ କଲା । ୱିଣ୍ଡୋଜ୍ ୧୧ରେ ଅନେକ ନୂଆ ଫିଚର୍ସ ମଧ୍ୟ ଦିଆଯାଇଛି । ୱିଣ୍ଡୋଜ୍ ୧୧ ସହିତ କମ୍ପାନୀ ଏହି ଅପରେଟିଂ ସିଷ୍ଟମକୁ ଏକ ନୂଆ ଲୁକ୍ ଦେଇଛି । କେବଳ ସେତିକି ନୁହେଁ ନୂଆ ଥିମ୍, ନୂଆ ଫିଚର୍ସ ସହିତ ଏଥିରେ ଗ୍ରାଫିକ୍ସ ମଧ୍ୟ ଅଲଗା ରହିବ । ଟାସ୍କ ବାର୍ର ଡିଜାଇନ୍ ସଂପୂର୍ଣ୍ଣ ରୂପେ ଡିଜାଇନ୍ ବଦଳିଭା ସହ ଆଇକନ୍ ଗୁଡିକ ସେଣ୍ଟରରେ ରହିଛି । ଫାଇଲ୍ ମ୍ୟାନେଜମେଣ୍ଟ ପାଇଁ ନୂଆ ଫିଚର୍ସ ଦିଆଯାଇଛି | ଫାଇଲଗୁଡ଼ିକ ପାଇଁ ଏକ ଅଲଗା ବିକଳ୍ପ ରହିବ | ଫୋନ୍ ସହିତ କନେକ୍ଟିଭିଟି ଭଲ ରହିଥିବାରୁ ଫୋନର କାମ ସିଧାସଳଖ କମ୍ପ୍ୟୁଟରରେ କରାଯାଇପାରିବ । ମଲ୍ଟି ଟାସ୍କିଂ ପାଇଁ ନୂଆ ଫିଚର୍ସ ମଧ୍ୟ ରହିଛି ।

ଏହା ମଲ୍ଟି ଟାସ୍କିଂ ପାଇଁ ଡିଜାଇନ୍ ହୋଇଛି । ଗୋଟିଏ ସ୍କ୍ରିନ୍ ରେ ଏକାଧିକ ୱିଣ୍ଡୋଜ୍ ଏକାସହିତ ଅପରେଟ୍ କରାଯାଇପାରିବ । ଅନ୍ୟ ଅପରେଟିଂ ସିଷ୍ଟମରେ ଏଭଳି ଫିଚର୍ସ ଦିଆଯାଇନଥିବା କମ୍ପାନୀ କହିଛି । ଏଠାରେ ଆପ୍ସର କଲେକ୍ସନ୍ ରହିଛି । ଯାହା ଟାସ୍କ ବାର୍ ରୁ ଆକ୍ସେସ୍ କରିପାରିବେ ୟୁଜର୍ସ । ଟାସ୍କ ସୁଇଚ୍ ପାଇଁ ଏହି ଫିଚର୍ସ ଉତ୍ତମ ହେବ । ମାଇକ୍ରୋସଫ୍ଟ ଏଜ୍ ବ୍ରାଉଜର୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗୋଟିଏ କ୍ଲିକ୍ ରେ ଏଠାରେ ମଲ୍ଟିଟାସ୍କିଂ ପ୍ରୋଗ୍ରାମେ କରିହେବ । ୱିଣ୍ଡୋଜ୍ ୧୧ ସହିତ, ପ୍ରତ୍ୟେକ ଡେସ୍କଟପ୍ କୁ ଭିନ୍ନ ଭିନ୍ନ ୱାଲପେପର ଦିଆଯାଇପାରିବ । ଯଦି ଆପଣ ବିଭିନ୍ନ କାର୍ଯ୍ୟ କରନ୍ତି, ଗୋଟିଏ କମ୍ପ୍ୟୁଟରରେ ବିଭିନ୍ନ ଡେସ୍କଟପ୍ ସେଟ୍ଅପ୍ କରାଯାଇପାରିବ ।

ୱିଣ୍ଡୋଜ୍ ୧୧ରେ ମାଇକ୍ରୋସଫ୍ଟ ଟିମର ଇଣ୍ଟିଗ୍ରେସନ୍ ଦିଆଯାଇଛି । କୌଣସି ପ୍ଲାଟଫର୍ମରେ ଥିଲେ ମଧ୍ୟ ୱିଣ୍ଡୋଜ୍ ୧୧ ମାଧ୍ୟମରେ ଟିମ୍ ବ୍ୟବହାର କରି କୌଣସି ଡିଭାଇସ୍ ସହିତ ସଂଯୋଗ କରି ପରସ୍ପର ସହିତ ଯୋଗାଯୋଗ କରିପାରିବେ ।କମ୍ପାନୀ ଅନୁସାରେ ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି । ପାଣିପାଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ୱିଜେଟଗୁଡିକ ମଧ୍ୟ ଏଠାରେ ଉପଲବ୍ଧ ରହିଛି । ଗେମିଂ ପାଇଁ ୱିଣ୍ଡୋଜ୍ ୧୧ରେ ସ୍ୱତନ୍ତ୍ର ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ ଏହି ଅପରେଟିଂ ସିଷ୍ଟମ ସର୍ବୋତ୍ତମ ଖେଳ ଅଭିଜ୍ଞତା ଦେବ। ଡାଇରେକ୍ଟ ଷ୍ଟୋରେଜ୍ ଫିଚର ପାଇଁ ୱିଣ୍ଡୋଜ୍ ୧୧ ରେ ଖେଳଗୁଡିକ ଶୀଘ୍ର ଲୋଡ୍ ହେବ ବୋଲି କମ୍ପାନୀ କହିଛି । ଲୋଡ୍ ଟାଇମ୍ କମ ଥିବାରୁ ଖେଳ ତୁରନ୍ତ ଆରମ୍ଭ ହେବ । କମ୍ପାନୀ କହିଛି ଯେ ଗେମ୍ ପାସ୍ ଲାଇବ୍ରେରୀକୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।

ଏଥିରେ ଏକ ନୂଆ ଟଚ୍ କିବୋର୍ଡ୍ ଦିଆଯାଇଛି ଏବଂ ଏଠାରେ ବିଭିନ୍ନ ଥିମ୍ ମଧ୍ୟ ରହିଛି । ଟାଇପିଂକୁ ସହଜ କରିବାକୁ, ଆଣ୍ଡ୍ରଏଡ୍ ପରି ଭଏସ୍ ଟାଇପିଂ ମଧ୍ୟ ଦିଆଯାଇଛି | ଆଣ୍ଡ୍ରଏଡ୍ର କିବୋର୍ଡ୍ ଆପ୍ ଭଳି ଅନେକ ଫିଚର୍ସ ମଧ୍ୟ ଏଥିରେ ଦିଆଯାଇଛି । ୱିଜେଟଗୁଡିକ ଫୁଲ ସ୍କ୍ରିନ୍ କରାଯାଇପାରିବ । ଏଠାରେ ୟୁଜର୍ସଙ୍କ ଅନୁଯାୟୀ ନ୍ୟୁଜ୍ ଫିଡ୍ ମିଳିପାରିବ । ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଖବର ପାଇପାରିବେ ୟୁଜର୍ସ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

1 min ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

33 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

35 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

38 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

44 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

59 mins ago