Categories: ଟେକ୍

ସାଓମି ଆଣୁଛି ୩୦ ହଜାର ଟଙ୍କାର ସବୁଠାରୁ ଫାଷ୍ଟ ଫୋନ

ଭାରତରେ ବହୁତ ଜଲଦି ରେଡମି ଇଣ୍ଡିଆର ଲଞ୍ଚ ହେବାକୁ ଯାଉଥିବା ସାଓମି ରେଡମି k20 ପ୍ରୋ କୁ ନେଇ ଖୁଲାସା କରିଛି। କମ୍ପାନୀ ଏହି ଫୋନର ଟିଚର ଲଞ୍ଚ କରିବା ସହ ଏହା ଦୁନିଆର ସବୁଠାରୁ ସ୍ମାଟ ପୋନ ବୋଲି ପ୍ରମାାଣ କରିଛି। କମ୍ପାନି ଟିଜର ଜାରି କରିବା ପରେ ଏହି ଫୋନ ଆସନ୍ତା ମାସରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । କମ୍ପାନି ସାଓମି ରେଡମି k20 ପ୍ରୋ ଫୋନକୁ ରେଡମି k20 ସହ ଲଞ୍ଚ କରିବ। ଗତ ମାସରେ ସାଓମି ରେଡମି k20 ଲଞ୍ଚ ହୋଇସାରିଛି। ସାଓମିର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ ଏବଂ ସାଓମି ଇଣ୍ଡିଆର ଏମଡି ମନୁ କୁମାର ଜୈନ ଏହି ଦିନ ମଧ୍ଯରେ ବହୁତ ଜଲଦି ସ୍ମାର୍ଟଫୋନ ଲଞ୍ଚ କରାଯିବା ନେଇ ଘୋଷଣା କରିଥିଲେ ।

ସେହିଭଳି ନିଜର ଟିଜରରେ ସାଓମି ୱାନ ପ୍ଲସ ୭ ପ୍ରୋ ଉପରେ ତର୍ଜମା କରି କହିଛି ‘କିଛି ସେଲିବ୍ରେଟିସଙ୍କ ସମୟ ସୀମା କମ ହୋଇଥାଏ’। ଏଥିରୁ ପ୍ରମାଣିତ ହେଉଛି ଯେ ରେଡମି ଫ୍ଲାଗସିପ୍ ୱାନ ପ୍ଳସ୍ 7 ପ୍ରୋ ଫ୍ଲାଗସିପ୍ ଉପରେ ଭାରି ପଡ଼ିପାରେ।

କମ୍ପାନି ଚିନ୍ ରେ ଯେତେବେଳେ ରେଡମି k20 ପ୍ରୋ ଲଞ୍ଚ କରିଥିଲା, ସେହି ସମୟରେ ୬ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ଯ ୨୪୯୯୯ ୟୁଆନ ବା ପାଖାପାଖି ୨୫ ହଜାର ମୂଲ୍ଯ ରହିଥିଲା। ସେହିଭଳି ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜର ମୂଲ୍ଯ ୨୭୯୯ ୟୁଆନ ବା ୨୮ ହଜାର ଟଙ୍କା ରହିଥିଲା। ଯେତେବେଳେ ୮ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜର ମୂଲ୍ଯ ୨୯୯୯ ୟୁଆନ ବା ୩୦ ହଜାର ଟଙ୍କା ରହିଥିଲା।

ଭାରତରେ ଲଞ୍ଚ ହେବାକୁ ଯାଉଥିବା ରେଡମି k20 ପ୍ରୋ ରେ ସେହିଭଳି ଫିଚର ରହିପାରେ। ଏହି ଫୋନରେ ୧୨୩୪୦x୧୦୮୦ ପିକ୍ସଲ୍ସ ରିଜଲ୍ଯୁସନ ସହ ୬.୩୯ ଇଞ୍ଚର ଫୁଲ ଏଚଡି ଏମୋଲ୍ଡ ଡିସପ୍ଲେ, ୧୯:୫:୯ ଅସ୍ପେକ୍ଟ ରେସିୟୋ ଏବଂ ଏହି ଡିସପ୍ଲେରେ ଫିଙ୍ଗର ପ୍ରିଣ୍ଟ ସେଂସର ମଧ୍ଯ ରହିଛି। ଏଥିସହ ଏହି ଫୋନରେ ୨୦ ଏମପିର ପାପ-ଅପ ସେଲ୍ଫି କ୍ଯାମେରା ଏବଂ ୩.୫ ଏମଏମ ହେଡ ଫୋନ୍ ମଧ୍ଯ ପାଇପାରିବେ।

ଏହି ଫୋନରେ କ୍ବାଲକମ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ସହ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ପାଇପାରିବେ। ପୋନରେ ଟ୍ରିପଲ ରିଅର କ୍ଯାମେରା ରହିବ, ଯେଉଁଥିରେ f/1.75 ଅପରଚର ସହ ୪୮ ଏମପି ପ୍ରାଇମେରୀ ସେଂସର, ୧୩ ଏମପି ର ୱାଇଡ ଆଙ୍ଗେଲ ଲେନ୍ସ ଏବଂ 2x ଜୁମ୍ ସହ ୮ ଏମପିର ଟେଲିଫୋଟୋ ଲେନ୍ସ ମିଳିବ। ଏତିସହ ଫୋନରେ 4,000m Ah ବ୍ଯାଟେରୀ ସହ 27w ର ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ମଧ୍ଯ ପାଇ ପାରିବେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago